କପି
ତୁହି ଅଟୁ ମୋର ସାଥି
ପରୀକ୍ଷା ସମୟ ର
ସାଇତି ରଖେ ମୁ ତତେ
ପକେଟ ରେ ମୋର
ମୋଡି, ମାଡି ଭାଙ୍ଗି ତତେ
ଅତି ଯତନ ରେ
ନେଇଥାଏ ତତେ ମୁଁହି
ମୋହରି ସାଙ୍ଗ ରେ
ନବା ପାଇଁ ତତେ ମୁଁହି
କରୁଥାଏ କଷ୍ଟ
ଖାତା ବହି ଚିରି ମୁଁ ଯେ
କରିଦିଏ ନଷ୍ଟ
ଜେରକ୍ସ କରଇ ତୋର
ଟୋଟାଲ ବଡି କୁ
ଇଉଜ କରୁଛି ତତେ
ଉତ୍ତୀର୍ଣ ହେବା କୁ
ନେଇଥିଲି ତତେ ଦିନେ
ମୁଁ ଯେ ପରୀକ୍ଷା ରେ
ଅତି ଯତନ ରେ ପୁଣି
ରଖିଥିଲି ତତେ
ଚେକିଙ୍ଗ ହେଲା ଯେ ମୋର
ସର୍ବାଙ୍ଗ ଶରୀର
କପି ତୁହି ବାହାରିଲୁ
ପକେଟ ରୁ ମୋର
ତୋର ଦରଶନ ପାଇ
Sir ହେଲେ ନିଁଆ
ଧକ ଧକ ହେଲା ଛାତି
ବାହାରିଲା ଧୂଁଆ
ଗୋଡ ହାତ ଧରି ମୁଁ ଯେ
ମାଗିଲି ତ କ୍ଷମା
କପି କୁ ସଙ୍ଗ ରେ କେବେ
ଆଣିବିନୀ ଜମା
ଶୁଣିଲେନି ପୁଣି ମୋର
ଅନୁରୋଧ ସତେ
ବାହାର ସେ କରିଦେଲେ
ହଲ ରୁ ମତେ
ପରୀକ୍ଷା ନ ଦେଇ ମୁଁ ଯେ
ହେଲି ଭାରି ଦୁଃଖୀ
ଶପଥ କରିଲି ଆଉ
ଆଣିବିନୀ କପି
କପି କୁ ସଙ୍ଗ ରେ ନେଇ
ନେଲି ଯୋଉ କିଳା
ଏବେ କିନ୍ତୁ ପଢିବା ରେ
କରିବିନି ହେଳା
ପାଠ ପଢ ମନ ଦେଇ
କରନା ରେ କପି
ନ ହେଲେ ଯେ ମୋ ଭଳିଆ
କାନ୍ଦୁ ଥିବ ବସି
ସୌମ୍ୟ ରଞ୍ଜନ ସାହୁ, କେନ୍ଦୁଝର