ଏଥରର ଚିଠି
########
ଏ ଚିଠି କାହାର କେଜାଣି
ଲେଖିଥିବା ଲୋକର ନାଁ ତ କେଉଁଠି ନାହିଁ
ବାଟବଣା ଠିକଣା ପରି
ସତେ ତ ,
ଚାଲିଆସିଛି କି ?
ପ୍ରିୟତମା ବୋଲି ସଂଵୋଧନ ପ୍ରଥମେ
କିଏ ଜାଣେ କାହାର ଚିଠି ?
ପ୍ରିୟତମଟି କିଏ ବା ହୋଇପାରେ
ପରିଚୟ ବି ନାହିଁ ,
ନିର୍ଦେଶ ବି ନାହିଁ,ଖବର ନାହିଁ ,ଧମକ ନାହିଁ
କାହାର ଏ ଚିଠି ?
ଚାରି ଅକ୍ଷରେ ଲେଖା ଗୋଟେ ନାଁ
ମୋର କେହି ଚିହ୍ନା ସ୍ୱର ତ ନୁହଁ,
ହାସଲାଗୁଛି ପୁଣି ଡର ଲାଗୁଛି
ଏ କି ବିଡ଼ମ୍ବନା ,
ଆତଙ୍କିତ ଲାଗେ ଅଜଣା ପ୍ରିୟତମ
ହୋଇପାରେ କି,
ଭାବୁଛି କାହିଁକି ଆସିଲା ଏ ଚିଠି ?
ଗୀତାରାଣୀ ବିଷୋୟୀ
ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ,ଶାନ୍ତିନିକେତନ