“ଶୁଭ ସକାଳ”
ଶୁଣ ମୋ ଭଉଣୀ ଭାଇ
ଆଜି ଶୁକ୍ରବାର ପଡ଼ିଛି ତହିଁ
ଭାଇମାନେ,ମୋ ଭଉଣୀମାନେ
ଶଯ୍ୟା ତ୍ୟାଗ କର ଯାଇ ।।
ପିତା ମାତାଙ୍କ ପଦରେ
ପ୍ରଣାମ କରିବ ଭକତି ଭରେ
ଭାଇମାନେ,ମୋ ଭଉଣୀମାନେ
ସୁଖୀ ହେବ ଜୀବନରେ ।।
ମାତା ସନ୍ତୋଷି ସୁମରି
କର୍ମ କରିଯାଏ ସତ୍ୟକୁ ଧରି
ଭାଇମାନେ,ମୋ ଭଉଣୀମାନେ
ମନେ କପଟ ନ କରି ।।
ସତ୍ୟ କର୍ମ ହିଁ କରିବା
ଅସତ୍ୟ ପଥକୁ ପାଦ ନ ଦେବା
ଭାଇମାନେ,ମୋ ଭଉଣୀମାନେ
ଖଳ ପ୍ରବୃତ୍ତି ଛାଡ଼ିବା ।।
ଈଶ୍ବର ସତ୍ୟ ପୂଜାରୀ
ସତ୍ୟ ଥିଲେ ହେବା ଭବରୁ ପାରି
ଭାଇମାନେ ମୋ ଭଉଣୀମାନେ
ଆମେ ଦିବ୍ୟଜ୍ଞାନ ଅଧିକାରୀ ।।
ଅନ୍ୟାୟ ଅସତ୍ୟ ମିଥ୍ୟା
ପାପ ପଙ୍କ ପାଇଁ କରେ ବ୍ୟବସ୍ଥା
ଭାଇମାନେ ମୋ ଭଉଣୀମାନେ
କାହିଁ ହେବା ଲୋକ ହସା ।।
ସ୍ନେହ ମମତାକୁ ଧରି
ସବୁରି ସହିତ ମିଶିଣ ଚଳି
ଭାଇମାନେ ମୋ ଭଉଣୀମାନେ
ହେବା ଆମେ କୋଳାକୋଳି ।।
ଆଜି ପାଇଁ ଏହି କଥା
ମନେ ରଖିଥିବ ଦେଲି ମୁଁ ବାର୍ତ୍ତା
ଭାଇମାନେ ମୋ ଭଉଣୀମାନେ
ରଖିବ ହେମନ୍ତ କଥା ।।
ହେମନ୍ତ କୁମାର ସାହୁ, ମାହାଙ୍ଗା
କଟକ,ଫୋନ୍:-୮୦୧୮୩୯୦୪୧୨