ଚାଲ ଆମେ ସବୁଜ ବନିବା
ତପ୍ତ ବଳୟର ବହ୍ନି ଭେଦକରି ,
ଗ୍ରୀଷ୍ମ ପ୍ରବାହକୁ ରୋକିବାପାଇଁ ,
ସଂକଳ୍ପ କରିବା ଭଉଣୀ ଭାଇ ,
ଜନ୍ମମାଟିପାଇଁ ସବୁଜଛାଉଣୀ,
ତିଆରି କରିବା ଶପଥ ନେଇ l
ମଣିଷର ରଙ୍ଗେ ଋତୁ ବଦଳିଛି ,
ପ୍ରାଚୀନତାର ତ ଠିକଣା ହଜିଛି ,
ପରିବର୍ତ୍ତିତ ଏ ଗାଁ, ସହର ତଳି ,
ଅସହାୟତାର ହା ହା କାର ମିଳି,
ଏକକୁ ଆରେକ ଯାଉଛିରେ ବଳି l
ଶୁଷ୍କପରିବେଶ, ଜଙ୍ଗଲ ଦହନ,
ସବୁଜ ଗୃହର ବାଷ୍ପ ନିର୍ଗମନ,
ଅଥୟ କଲାଣି ପ୍ରଦୂଷଣ ମାନ,
ବାସହରା ପରା ପଶୁପକ୍ଷୀଗଣ,
ବେଳ ରତରତ ଧ୍ବଂସର କାରଣ l
ସବୁଜ ଜଙ୍ଗଲ, ସବୁଜ ପାହାଡ଼,
ସବୁଜ ଗୋଚରଭୂମି, ବନ୍ଧ,ବାଡ଼,
ସବୁଜ ବଳୟ, ସୁରକ୍ଷିତ ସ୍ଥାନ,
ଜୀବନ ଶୈଳୀରେ ପରିବର୍ତ୍ତନ,
ସବୁ ମନେ ହେଜି ବୁଝ ବାଇମନ l
ଲାଲ ସତର୍କତା ‘ବିପର୍ଯ୍ୟୟର ସୂଚନା,
ମହାବିନାଶକାରୀ ପ୍ରଳୟ ନମୁନା,
ଉତ୍କର୍ଷ ଜନ୍ମମାଟିର ଏ ଅବମାନନା,
କେବଳ ଏକମାତ୍ର ବୃକ୍ଷରୋପଣ,
ଚାଲ କରିବା ଦେଶକୁ ସବୁଜକରଣ l
ଚିନ୍ମୟୀ ମହାପାତ୍ର
ଅନଗୁଳ