ପ୍ରାତଃ ଅମୃତ ର ଧାରା
ବୃନ୍ତଚ୍ୟୁତ ହୁଏ ସୁମୁଖୀ ସେଫାଳୀ ନେଉଛି ବିଦାୟ ନିଶି
ବର୍ଣ୍ଣିଳ ସ୍ଵପ୍ନ ର କାନ୍ତି ପରଷିଣ ରବି ମନେ ମନେ ଖୁସି।।
ସତେ ସାଧ୍ବୀ ଏକ ପ୍ରାଚୀ ଗଗନ ରେ ପିନ୍ଧଇ ସିନ୍ଦୁର ଟୋପା
ସୁନେଲି କିରଣେ ମୁକ୍ତ କେଶ ରାଜି ସଦ୍ୟ ସ୍ନାତା ଯେହ୍ନେ ତୋଫା ।।
ପତରେ ପଡିଛି ଶିକ୍ତ କବରୀ ରୁ ଖସି ଜଳ ବିନ୍ଦୁ ଛିଟା
ବାଳ ସୁରୁଜ ର କିରଣ ଦିଶଇ କୁଙ୍କୁମ ହଳଦୀ ବଟା ।।
ଆଳାପ କରନ୍ତି ଦୂଇ ସକ୍ଷୀ ମିଶି ବାତାୟନେ କେହି ଜଣେ
ବରମ୍ବାର ଚାହେଁ କଣେଇ କଣେଇ ଆମକୁ ନୟନ କୋଣେ ।।
ଶୁଣିଲି ଦେଖିଲି ପ୍ରାତଃ ଭ୍ରମଣ ରେ ହସିଲି ମୁକୁର ଦେଖି
ଲେଖିଲି ପ୍ରତ୍ୟୁଷ ଅନୁଭବ ଯେତେ ଯାଇଛି ମୋ ଦେହେ ଲାଖି ।।
ପ୍ରଣତି ଆଚାର୍ଯ୍ୟ ମିଶ୍ର, ନୟାଗଡ଼, ୯୪୩୭୬୪୨୯୪୭।