ସଜ ସକାଳ
ରଜନୀର ଅନ୍ତେ ଉଷା ବିରାଜନ୍ତେ
ବାଳୁତ ଅରୁଣ ହସି
ବୁଣନ୍ତି ତପନ ସୁନେଲି କିରଣ
ପାଦ ଚାପିଚାପି ଆସି ll
ପ୍ରତ୍ଯୁଷର ପ୍ରତୀକ୍ଷାରେ ଜୀବଗଣ
ନବରୂପେ ଜନ୍ମ ହୋଇ
ନୂତନ ଅଧ୍ଯାୟ କରନ୍ତି ଆରମ୍ଭ
ନୂଆ ସମ୍ଭାବନା ନେଇ ll
ତରୁତୃଣ ପରେ ସୁଶୋଭିତ ପୁଷ୍ପ
ପ୍ରୀତିର ମହକ ବାଣ୍ଟି
ଶୀତଳ ସମୀର ତୋଷି ଜନମନ
ଭରିଦିଏ ପ୍ରାଣେ ତୃପ୍ତି ll
କଅଁଳ ଶିଶୁର କମଳ ସସ୍ପର୍ଶରେ
ହସି ଉଠଇ ଗାଁ ଦାଣ୍ଡ
ପ୍ରକୃତିର ଶୋଭା କେଡେ ମନଲଭା
ଜୀବନର ମାନ ଦଣ୍ଡ ll
ସଜ ସକାଳର ଦୃଶ୍ଯରାଜି ଦେଖି
କବି ହୁଏ ଆନମନା
ନବୀନ ପ୍ରଭାତର ଦିବ୍ଯ ମୁହୂର୍ତ୍ତ
ଭରେ ନବ ଉନ୍ମାଦନା ll
Sudhansu giri,Mayurbhanj