ଷୋଡ଼ଶା
ଶବର = ଶୁଣ ସାଧୁଜନେ ଡେରି ବେନିକର୍ଣ୍ଣ
ଶୁଣ ଲୋ ମୋ ଶବରୀ – ୨ଥର
ଷୋଡ଼ଶା ହେଉଛି ଏକ ଗୀତି କାବ୍ୟ
ଅଷ୍ଟାଦଶ ଶତାବ୍ଦୀରେ ପାଦୁର୍ଭାବ
ଶବରୀ ଲୋ ଅଷ୍ଟାଦଶେ ପାଦୁର୍ଭାବ ।
ଶବରୀ – କିପରି ଷୋଡ଼ଶା ର ଲେଖା ଶଇଳୀ
ପୁଣି କିଏ ଏ ଲେଖାର ଜନକ
ହଁ ହଁ କିଏ ଏହାର ଜନକ
ଶବର ରେ କହିଦିଅ ମୋତେ ବୁଝାଇ ।
ଶବର – ଶୁଣ ଲୋ ଶବରୀ ବୁଝାଇ କହିବି ତୋତେ
ହଁ ହଁ ବୁଝାଇ କହିବି ତୋତେ…..
ଷୋଳ ସ୍ୱର ବର୍ଣ୍ଣକୁ ଆଦ୍ୟରେ ରଖି ଯେ
ଷୋଡ଼ଶା କାବ୍ୟର ସୃଷ୍ଟି ଲୋ ଶବରୀ
ଷୋଡ଼ଶା କାବ୍ୟର ସୃଷ୍ଟି … ।
ଶବର – କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଯେ ଏହି
ଶଇଳୀର ଜନ୍ମ ଦାତା ଶବରୀ ଲୋ….
ଏହି ଶଇଳୀର ଜନ୍ମ ଦାତା
‘ ଚଉପଦୀ ଚନ୍ଦ୍ର’ କାବ୍ୟଟି ତାଙ୍କର
ଏହି ରୂପରେ ଲେଖା ଜାଣ
ଶବରୀ ଲୋ ଷୋଡ଼ଶା ରୂପରେ ଜାଣ ।
ଶବରୀ – ଆଉ କାହା ଲେଖା ଏହି ଲେଖାରେ ପ୍ରସିଦ୍ଧ
ଶବରରେ କହିବକି ମଧୁର କଣ୍ଠେ
ତାହା ଜାଣି ମୋର ସାହିତ୍ୟ ଜ୍ଞାନ ବଢିବ
ଶବର ରେ ସାହିତ୍ୟ ଜ୍ଞାନ ବଢିବ ।
ଶବର – ଶୁଣ ଲୋ ଶବରୀ ଦୁଇ କର୍ଣ୍ଣ ଡେରି ଶୁଣ
ଶବରୀ ଲୋ ମନଧ୍ୟାନ ଦେଇ ଶୁଣ
” ରାଧାକୃଷ୍ଣ ” ଯେ ଦିନମଣୀଙ୍କର ,”ସ୍ୱର ଷୋଡ଼ଶା”
ଚୂଡ଼ାମଣି ହରିଚନ୍ଦନଙ୍କର
ଶବରୀ ଲୋ ହରିଚନ୍ଦନ କବିର …. ।
ଶବର – ଗଣେଶ୍ୱର ଦାସ ନାମଟି ଶୁଣିଛୁ କି ଲୋ ଶବରୀ
ହଁ ହଁ ଶୁଣିଛ କି ଲୋ ଶବରୀ ……
“ବକୁଳେଶ୍ୱର ଷୋଡ଼ଶା” ତାଙ୍କର କାବ୍ୟଟି ଜାଣ
ଶବରୀ ଲୋ ତାଙ୍କରି ରଚନା ଜାଣ ।
ଶବରୀ – କୁହରେ ଶବର କାହିଁ ଏ ଶଇଳୀ ଲୁପ୍ତ ହେଲା
ହଁ ହଁ କାହିଁକି ଏ ଶଇଳୀ ଲୁପ୍ତ ହେଲା
ଶବର ରେ କହିବକି ଏହାର କାରଣ ?
ଶବର – ଷୋଳ ସ୍ୱର ବର୍ଣ୍ଣକୁ ନେଇ ପଦ ଗଠନ କରିବା
କଷ୍ଟ ଲାଗିଲା କବିଙ୍କୁ …
ଶବରୀ ଲୋ କଷ୍ଟ ଲାଗିଲା ସବୁ କବିଙ୍କୁ
କାବ୍ୟ ରେ ଭାବର ଅଭାବ ହୋଇଲା
ରସବିହିନ ଯେ କବିତା ହୋଇଲା
ଲୋକାଦୃତ ଯେ ଆଉ ନ ହୋଇଲା
ଷୋଡ଼ଶା ଲୁପ୍ତ ହୋଇଲା
ଶବରୀ ଲୋ ଷୋଡ଼ଶା ଲୁପ୍ତ ହୋଇଲା ।
ଗୌରୀ ବେହେରା
ପାରଳାଖେମୁଣ୍ଡି