ଆଶାବାଡ଼ି
ଭାସ୍କର ରାଉତ
ଅନ୍ଧର ଲଉଡ଼ି ସେତ ଆଶାବାଡ଼ି
ସନ୍ତାନଟି ଅଟେ ତା’ର
ନିଜର ଦୁହିତା ହୋଇ ପରହିତା
ଗଢ଼ଇ ଘର ସଂସାର।
ପୁତ୍ର ପାଶେ ରହି ସଂସାର ଗଢ଼ଇ
ପିତା ମାତାଙ୍କ ସହିତେ
ବୃଦ୍ଧ ବୃଦ୍ଧା ହୋଇ ଅକର୍ମଣ୍ୟ ସେହି
ମାତା ପିତାଟି ହୁଅନ୍ତେ।
ବଢ଼ଇ ଦୁର୍ଦ୍ଦଶା ଭାଙ୍ଗିଯାଏ ଆଶା-
ବାଡ଼ିଟି ଅତି ନିଜର
ରାସ୍ତା କଡ଼ କିବା ଜରା ନିବାସରେ
ଜୀବନ ବିତେ ତାହାର।
ଥିଲେ ଅନ୍ଧମୁନୀ ପୁତ୍ର ସ୍କନ୍ଧେଘେନି
ତୀର୍ଥାଟନେ ଚଳିଯାଇ
ତୃଷା ନିବାରଣେ ଜଳ ଆଣି ଯାଇ
ଜୀବନକୁ ବଳିଦେଇ।
ନାହାନ୍ତି ସେ ପୁତ୍ର ନାହିଁ ସେହିଭକ୍ତି
ପିତା ମାତା ଗୁରୁଜନେ
ଆଜିର ସନ୍ତାନ ଭୁଲିଛି ଏ ଜ୍ଞାନ
ଆଧୁନିକତାର ଜ୍ଞାନେ।
ଆଶାବାଡ଼ି ମଧ୍ୟେ ଆଧୁନିକ କୀଟ
ପଶିଣ ତାହା ହୃଦରେ
ଖିନିଭିନି କରି ଅଛି ଖୋଳ କରି
ଭାରା ସମ୍ଭାଳି ନପାରେ।
ଭାର ବୋହିବାର ଆଶାବାଡ଼ି ତା’ର
ଭାଙ୍ଗିଯାଏ ଅବେଳରେ
କହିବ କାହାକୁ ତା ଦୁଃଖ କଥାକୁ
ନୟନରୁ ଲୁହ ଝରେ।
ଦେବମାୟା ଭବନ
ଶେରଗଡ଼, ଗଞ୍ଜାମ