*ବିଦ୍ୱାନ*
ପ୍ରତିଟି ମୁହର୍ତ୍ତ ଅଧ୍ୟୟନରତ
ଜନ ହୋଇଥାଏ ବିଜ୍ଞ
ଜ୍ଞାନ ଆହରଣ ଯାର ଆଚରଣ
ବୋଲାଏ ତହିଁ ବିଦ୍ୱାନ।
ଧନ ଓ ଆସନ ପୂଜା ପାଉଥାଏ
ନିଜନିଜ ଅଞ୍ଚଳରେ
ବିଜ୍ଞ ଓ ବିଦ୍ୱାନ ସର୍ବଦା ପୂଜିତ
ପ୍ରତିଟି ଜନ ମନରେ।
ବିଦ୍ୱାନ ଜନ ନିନ୍ଦା ସମାଲୋଚନା
ଅପମାନକୁ ଅମୃତ
ପ୍ରଶଂସାକୁ ସଦା ବିଷ ତୁଲ୍ଯ ମଣି
ସଜାଡି ହୋଇ ଜାଗ୍ରତ।
ପ୍ରଶଂସା ସ୍ବାଗତଇ ପ୍ରତିବନ୍ଧକ
ଜୀବନର ଉନ୍ନତିରେ
ଅହଙ୍କାର ବୃଦ୍ଧି କରି ବିଜ୍ଞ ଜନେ
ଅମୃତକୁ ବିଷ କରେ।
ବିଦ୍ୱାନ ଫଳନ୍ତି ବୃକ୍ଷ ପ୍ରାୟ ନଇଁ
ନମ୍ରତା ସ୍ୱଭାବେ ନତ
ନିଃସ୍ୱାର୍ଥପରତା ପରଲାଗି ଚିନ୍ତା
ବଚନ ଅଟେ ଅମୃତ।
ସରଳ ସ୍ଵଭାବ ଅଟେ ଶ୍ରେଷ୍ଠ ନର
ଅଟନ୍ତି ସବୁରି ପ୍ରିୟ
ଜୀବନର ଚଲାପଥରେ ଚଞ୍ଚଳ
ଜ୍ଞାନରେ ରଖନ୍ତି ଲୟ।
ଡ. ପ୍ରିୟମ୍ବଦା ସାମଲ
ଭୁବନେଶ୍ଵର