ମୋ ସ୍ମୃତି ଓ ଅନୁଭୂତିରେ ସୂର୍ଯ୍ୟୋଦୟ ପରିବାର
============================
ଶୃଙ୍ଖଳିତ ପରିବାର ଟେ ସୂର୍ଯ୍ୟୋଦୟ ପରିବାର l ମୁଁ ଯେତେବେଳେ ଜୀବନର ଖୁବ କଠିଣ ପରିସ୍ଥିତି ରେ ଭାଙ୍ଗି ପଡୁଥିଲି ସଂଯୋଗ ବଶତଃ ସେଇ ସମୟରେ ଏହି ପରିବାର ସହ ଜଡିତ ହେଲି l କୁନି କୁନି ଭାଇ ଭଉଣୀ ମାନଙ୍କ ଲେଖା ପଢି ଦୁଃଖ ଭୁଲି ଗଲି l ନିଜେ ବି ସୃଜନ ମନସ୍କ ହେଲି l ଅନେକ କିଛି ନୁଆଁ ଶିଖିଛି ଏଇଠି ରହି l ଯେମିତିକି ଅନେକ ଗୁଡିଏ ବିଦେଶୀ ଶୈଳୀ ର ରଚନା କରିବା l ମୁଁ ତ ଗୋଟିଏ ବିଷୟ ଉପରେ ପୁରା ହାତ ଟେକି ଦେଇଥିଲି ମୋ ଦେଇ ହେବନି ବୋଲି;ତାହା ହଉଛି ଶୀର୍ଷକ ଉପରେ ଲେଖିବା ଯାହା ମୁଁ ଏ ପରିବାର ସହ ମିଶିଲା ପରେ ଶିଖି ପାରିଛି l ଏବେ ଶୀର୍ଷକ ଉପରେ କବିତା ଗଳ୍ପ ଲେଖିବା ମୋ ପାଇଁ ଖୁବ ସହଜ କଥା ହେଇ ଯାଇଛି l
ଲେଖାରେ ମୋର ଅନେକ ଭୁଲ ଥାଏ l ଯାହା ପରିବାର ର ଅନ୍ୟ ମାନେ ସୁଧାରିବାରେ ଖୁବ ସାହାଯ୍ୟ କରନ୍ତି l ମୋ ମନିଟର ତପନ ସାହୁ ସାର୍ ଙ୍କୁ ହୃଦୟ ରୁ କୃତଜ୍ଞତା ସବୁବେଳେ ରହିବ, ସେ ମୋର ସବୁ ଲେଖାକୁ ଦେଖି ସମୀକ୍ଷା କରନ୍ତି, ଠିକ ଭୁଲ ବତାନ୍ତି ମୁଁ ତାପରେ ଯାଇ ପତ୍ର ପତ୍ରିକା କୁ ପଠାଏ l
ସାହିତ୍ୟ ସହ ନିରନ୍ତରତା ବଜାଇ ରଖିବାରେ ପରିବାର ର ଗୁରୁ ଭୂମିକା ରହିଛି ସେହି କାରଣରୁ ଅଧିକ ଦିନ ସାହିତ୍ୟ ରୁ ଜଣେ ଦୂରେଇ ପାରେନି l ଗୁଗୁଲ ମିଟ୍ ରେ ହଉଥିବା ଆଭାସୀ ଆସର ଗୁଡିକରେ ଅନେକ କିଛି ଶିଖିବାକୁ ମିଳେ l ଦେଶ ବିଦେଶ ରୁ ବିଭିନ୍ନ ଅତିଥି ନିମନ୍ତ୍ରିତ ହୋଇ ଆସନ୍ତି l ତାଙ୍କ ମର୍ମ ଭରା ସାହିତ୍ୟ ଦିଗଦର୍ଶନ ଆମ ପାଇଁ ଖୁବ ଉପାଦେୟ ହେଇ ଥାଏ l ସେଦିନ ଆଭାସୀ ଆସର ରେ ପ୍ରିୟଙ୍କା ମାଡାମ କହିଥିଲେ କବିତା ଆବୃତି କରିବା ବେଳେ କବି ସେ କବିତା ର ପ୍ରତ୍ୟେକ ଲାଇନ କୁ ଅନୁଭବ କରି ତା ସହ ଆତ୍ମୀୟ ହୋଇ ଆବୃତି କରିବା କଥା l ମତେ ସେ କଥା ଖୁବ ଭଲ ଲାଗିଲା, ମୁଁ ମୋ କବିତା ଆବୃତି ରେ ତାହା ଦେବାକୁ ଚେଷ୍ଟା କରିଛି l
ଜିତେନ୍ଦ୍ର ଗିରି ଙ୍କ ଆଉ ପାଦେ ଆଗକୁ…ଯେ ଆମକୁ ପାଦେ ପାଦେ କରି ଖୁବ ଆଗକୁ ଆଣିଲାଣି ତାହାକୁ କେହି ଅସ୍ବୀକାର କରି ପାରିବେନି l
ମନୋଜ ଭାଇଙ୍କ ଅନ୍ୟକୁ ଗଢିବାରେ ନିଜର ଯୌବନ ଓ ସମସ୍ତ ସମୟ ଲଗେଇ ଦେବା କଥା ମତେ ସବୁବେଳେ ରେଖାପାତ କରେ ମୁଁ ସେଇଟା ଆଗରୁ ବି ଜଣେଇ ଥିଲି l ସେ ଢ଼େର ରାତି ଯାଏ ପରିଶ୍ରମ କରିଥିବା ମୁଁ ନଜେ ଅନୁଭବ କରିଛି l ମତେ ଖୁବ ରେଖାପାତ ବି କରିଛି,ବୋଧେ ତାଙ୍କ ଏହି ପରିଶ୍ରମ ର ମୂଲ୍ୟ ଏତେ ଯେ ପ୍ରତେକ ବର୍ଷ ଅନେକ ନୂତନ ପ୍ରତିଭା ଙ୍କୁ ସୃଷ୍ଟି କରି ପାରୁଛି ସୁର୍ୟୋଦୟ ପରିବାର l
ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ପରିବାର ବିଶ୍ୱ ସାହିତ୍ୟ ସଂଗଠନ ସହିତ ଜଡିତ ତେଣୁ ସବୁବେଳେ ସେ ତାଙ୍କୁ ସମ୍ମାନ ଜଣାଇ ତାଙ୍କ ନିୟମ ଅନୁସାରେ କାର୍ଯ୍ୟ କରେ l ସମୟ କୁ ସବୁବେଳେ ଜଗି ରହି ଚଳେ l ଯାହା ପ୍ରତିଶୃତି ଦିଏ ତାଙ୍କୁ ନିହାତି ପୁରାଣ କରେ l ଏହିସବୁ ବିଷୟ ଗୁଡିକ ମତେ ପ୍ରଭାବିତ କରିଛି l
ନବ ପ୍ରତିଭା ମାନଙ୍କ ଭିତରେ ସାହିତ୍ୟକୁ ନେଇ କେଉଁ ସବୁ ଉପରେ ଭୟ ରହିଛି ତାକୁ ଦୂର କରିବାକୁ ବିଭିନ୍ନ ପ୍ରୟାସ କରେ ଯାହା ଦ୍ୱାରା ତାଙ୍କ ଡର ଭାଙ୍ଗି ଥାଏ l ଆଉ ସେମାନେ ତ୍ରୁଟିହୀନ ଭାବେ ଗଢି ଉଠନ୍ତି l ତା ଛଡା ସେମାନଙ୍କ ସାହିତ୍ୟ ଙ୍କୁ ନେଇ ମନରେ କଣ ଚାଲୁଛି ତାକୁ ଜାଣିବାକୁ ଚେଷ୍ଟା କରେ ସବୁବେଳେ ଅନୁସନ୍ଧାନରେ ରଖେ l ମୋର ଏ ପରିବାର ସହ ଏତେସବୁ ସୁନ୍ଦର ଅନୁଭୂତି ରହିଛି ଯେ ଲେଖି ବସିଲେ ପୋଥି ହେଇଯିବ ତେଣୁ ସୀମିତ ରେ ଯାହା ରଖିଲି l
ମୋର ଏନେକ ଦୋଷ ଦୁର୍ବଳତା କୁ ଦୂର କରିବାରେ ଏବଂ ପ୍ରତିଭା ବିକାଶ ରେ ସୂର୍ଯ୍ୟୋଦୟ ପରିବାର ର ମହାନ ଭୂମିକା କରିଛି l ଯାହାର ଋଣ ମୁଁ ସୁଝିବାକୁ ଅକ୍ଷମ ହେବି l ଶେଷରେ ମୁଁ ପରିବାର କୁ ଧନ୍ୟବାଦ ଜଣାଇ ତାର ଉତ୍ତୋରତ୍ତର ଉନ୍ନତି କାମନା କରୁଛି l ଜେମିତି ତାର ନା ସେମିତି ହିଁ ସବୁବେଳେ ତେଜୀୟାନ ଥାଉ ଏହି କାମନା ସହ…..
***************
ଜିନାତମାମ ଦର୍ଜୀ, ବରଗଡ