*ଅନୁଭୂତିରେ ସୂର୍ଯ୍ୟୋଦୟ ପରିବାର*
———————–
ସାଗର ରୂପୀ ସାହିତ୍ୟରେ ସୂକ୍ଷ୍ମ ଜଳ କଣାଟିଏ ହୋଇ ମନରେ ଅଜସ୍ର ଆଶା,ଆକାଂକ୍ଷା ସହ ସର୍ବଦା ଅଗ୍ରଗାମୀ । ସାହିତ୍ୟ ଜଗତରେ ଜଣେ ନବାଗତା ଭାବେ ପରିଚିତ । ନିଜର ସୃଷ୍ଟିକୁ ବିଛୁରିତ କରିବା ପାଇଁ ସର୍ବଦା ତତ୍ପର ଓ ଉତ୍କଣ୍ଠିତ ମଧ୍ୟ |ଜୀବନ ପ୍ରତି ଗଭୀର ଆଶାବାଦୀ ନିଜର ସୃଷ୍ଟିକୁ ବିଛୁରିତ କରିବା ପାଇଁ ସର୍ବଦା ଉତ୍କଣ୍ଠିତମଧ୍ୟ ।
ସ୍ୱପ୍ନକୁ ବାସ୍ତବତା ରଙ୍ଗରେ ରଙ୍ଗେଇବା ପାଇଁ ବାରମ୍ବାର ସୁଯୋଗ ମିଳିନଥାଏ ତେଣୁ ନିଜର ପିଲାଦିନର ସ୍ୱପ୍ନକୁ ପୂରଣ କରିବାର ସୁଯୋଗ ମିଳିଛି ଯାହାକି ମୋତେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଦେଇଛି। ମୋ ସ୍ୱପ୍ନକୁ ସତ କରିଛି ଏଥି ସହିତ ମୋ ଗୁରୁ ମାନଙ୍କର ପ୍ରେରଣା ଯାହାଙ୍କ ପାଇଁ ମୁଁ ଆଜି ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ବିଭୋର ହୋଇପାରିଛି। ସ୍ବପ୍ନକୁ ବାସ୍ତବ ରଙ୍ଗରେ ସଜେଇବା ପାଇଁ ବାରମ୍ବାର ସୁଯୋଗ ମିଳିନଥାଏ ତେଣୁ ନିଜର ସ୍ବପ୍ନକୁ ସାକାର କରିବା ପାଇଁ ମନରେ ଅଜସ୍ର ଆଶା ଆକାଂକ୍ଷା ଯାହା କଲମକୁ ସାଥୀ କରି ସବୁକୁ ପୂରଣ କରିବାର ସ୍ବପ୍ନ ଆଜି ବି ମନରେ ସତେଜ ହୋଇ ରହିଛି ।
ଜୀବନରେ ସାହିତ୍ୟ କ୍ଷେତ୍ରରେ ଆଗକୁ ଯିବାର ଆଶା ଓ ଆକାଂକ୍ଷା ନେଇ ମୋ ଏହି ପରିବାର ମତେ ସଦା ସର୍ବଦା ପ୍ରେରଣା ଯୋଗାଇ ଆସିଛି। ମୋ ସ୍ବପ୍ନକୁ ପୁରା କରିବାର ସୁଯୋଗ ମୁଁ ଏହି ପରିବାରରୁ ପାଇ ପାରିଛି। ସେଥିପାଇଁ ମୁଁ ଆଜି ଏଇ ପରିବାର ସହ ଯୋଡି ହୋଇ ଗର୍ବ ଅନୁଭବ କରୁଚି।
ଯେମିତି ଗୋଟେ ନିଡ଼ହୀନ ପକ୍ଷୀକୁ ତା’ର ବସା ମିଳିଯାଇଛି। ଆଉ ଦୂର ଆକାଶକୁ ଡେଣା ମେଲି ଉଡିବା ପାଇଁ ସାହସ ପାଇ ପାରିଛି।
———————–
*ତପସ୍ୱିନୀ ଜେନା*
*ଜଗତସିଂହପୁର*