କିଏ ତୁମେ??
*********************
କିଏ ତୁମେ??
ସତ ରେ ତୁମେ ମଣିଷ,
ନା ମୋ ମନର କାଳ୍ପନିକ ଛବି?
ବିଶ୍ୱାସ ର ତୂଳୀ ରେ,
ପ୍ରେମ ର ରଙ୍ଗ ରେ ଗଢା ପଟ୍ଟଚିତ୍ର।
ଏକ ଅଦ୍ଭୁତ ଦୁନିଆ ରୁ ଆସିଥିବା ମୋ ହୃଦୟ ର ମଣିଷ…
ତୁମେ କିଏ??
କେଉଁ ରଶ୍ମୀ ର ପ୍ରକାଶ ରୁ ଜାତ,
କେଉଁ ଦେବତା ର ସୁପୁତ୍ର ତୁମେ?
ମୋ ମନ ର ପ୍ରତିଛବି ପରି,
ଭଶୁଛ ମୋର ହୃଦୟ ଗଗନେ।
ମୋ ଦୁଃଖ ସୁଖ ର ସାଥୀ,
ଅବା ସ୍ପନ୍ଦନ ରୁ ଜାତ ଧ୍ଵନୀ…
କିଏ ତୁମେ??
କେଉଁ ବଂଶ ରେ ତୁମେ ଜାତ
କେଉଁ ସହର ର ତୁମେ ନାଗରିକ?
ତୁମେ ରହସ୍ୟମୟ ସୂର୍ୟପୁତ୍ର
କିବା ସୌରାଷ୍ଟ୍ର ରେ ଜାତ ଧର୍ମସୂତ।
ମିଠା ଠୁ ମଧୁର ମନମୋହିନୀ ଶଦ୍ଦ
ଏବଂ ପ୍ରତ୍ୟେକ ଶବ୍ଦ ରେ ମୋ ମନ ରେ ଘର କରୁଥିବା ବୀର…
ତୁମେ କିଏ??
ବୋଧେ ମୋ ହୃଦୟ ର ଗଭୀରତା ରେ ବାସ କରୁଥିବା ପରମାତ୍ମା,
ମୋ ଶରୀର କୁ ଜୀବିତ ରଖିଥିବା ଶାଶ୍ଵତ ପ୍ରେମ,
ମୋର ଅଙ୍ଗେ ଅଙ୍ଗେ ନିବାସ କରୁଥିବା ରକ୍ତ,
କିମ୍ବା ମୋର କୃଷ୍ଣ??
ନା ତୁମେ କୃଷ ନୁହଁ,
ତୁମେ ତାଠୁ ଉର୍ଦ୍ଧ୍ବ ରେ ବାସ କରୁଥିବା ମୋର ପ୍ରାଣର ନାଥ।
ମୋ ହୃଦୟ କୁ ବିଜୟ କରିଥିବା ମହାନ ପୁରୁଷ,
ମୋର ପ୍ରାଣ, ସଖା ଏବଂ ପରମେଶ୍ବର।
**************************
ପ୍ରଜ୍ଞା ପାରମିତା ପୁରୋହିତ
ସୁବର୍ଣ୍ଣ ପୁର
ବହୁତ୍ ସୁନ୍ଦର ରଚନା
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ସୁନ୍ଦର ଲାଗିଲା କବିତାଟି