ଯନ୍ତ୍ରଣା
*******
ଫୁଟିବାକୁ ଯାଉଥିବା କଳିକା ଟି
ମନରେ ସଞ୍ଚୁଥିଲା ଅସୁମାରୀ ଆଶା
ଗୁଣୁଗୁଣୁ ହୋଇ ଗାଉଥିଲା
ଜୀବନ ର ଗୀତି
ମୃଦୁମଳୟର ସାଥେ ସାଥେ
ଋତୁରାଜ ବସନ୍ତର ସ୍ପର୍ଶେ
ଖିଲି ଖିଲି ହସ ହସି ନାଚିଉଠୁଥିଲା
ଇନ୍ଦ୍ରଧନୁ ର ସାତ ରଙ୍ଗ ବୋଳି ହୋଇଯାଇଥିଲା
ତା ଦେହ ମନରେ
ମଧୁପ ର ମଧୁ ଗୁଞ୍ଜନ ରେ
କୋଇଲି ର କୁହୁ କୁହୁ ତାନେ
ବେଳେବେଳେ ଆନମନା ହୋଇ
ଭାବନାର ଅଡୁଆ ସୂତା ରେ ଛନ୍ଦି ହୋଇ
ଖୋଜୁ ଥିଲା ଜୀବନର ମାଦକତା
ଅଳସି ଦେହେ ତାର
ଅସୁମାରୀ ସ୍ବପ୍ନ….
ସୁଗନ୍ଧିତ ବାସନାରେ
ମୋହିବାକୁ ପ୍ରିୟତମ ମନ
ବ୍ୟାକୁଳ ରେ କରୁଥିଲା ପ୍ରୀତି ନିବେଦନ
ସ୍ବପ୍ନ କଣ ସତ ହୁଏ????
ସ୍ବପ୍ନ ତ କ୍ଷୀଣ ସ୍ଥାୟୀ
ସବୁ ସ୍ବପ୍ନ ସତ ହୁଏନାହିଁ
ଅକସ୍ମାତ ତା ଜୀବନର ସୁନୀଳ ଆକାଶେ
କାଳର କାଳିମା ଛାୟା ଢାଙ୍କିହୋଇଗଲା
ମଧୁ ଲୋଭି ଭ୍ରମର
ବୁଝିଲା ନାହିଁ ତାର ମଧୁର ସୌନ୍ଦର୍ଯ୍ୟ
ଦେବ ଭୋଗ୍ୟ ହେବା ଆଗରୁ
ଲୁଟିନେଲା ତା ନିଷ୍ପାପ ରୂପ ମାଧୁର୍ଯ୍ୟ କୁ
ବୃନ୍ତଚ୍ୟୁତ ହୋଇ ଆଲୋଡ଼ିତ କଳିକା ଟି
ହେଲା ଧରାଶାୟୀ
ଜୀବନ ସିଲଟରୁ ଲିଭିଗଲା ତାର ଅସୁମାରୀ ଆଶା
ଫୁଟିବା ଆଗରୁକେହି ବୁଝିଲେ ନାହିଁ
କଳିକା ଟିର ମନର କଥା କୁ llପାର୍ବତୀ ପ୍ରଧାନ (ପୁରୀ )
679 total views, 1 views today
ଖୁବ୍ ସୁନ୍ଦର ଲାଗିଲା ଉପସ୍ଥାପନା ସହ କବିତାଟି