*କେମିତିକା ଲୋକ ତୁମେ?*
ଭାସ୍କର ରାଉତ*************************
କେମିତିକା ଲୋକ ତୁମେ?,
ଉନ୍ମୋଚନ ପାଇଁ ଆସୁଥାଅ ଧାଇଁ
ଲାଗି ନପାରୁଛ କାମେ।।
କବିତାକୁ ଦେଖି ଖୁସି,
କହିଲେ ତୁମକୁ କିଛିଟା ଦେବାକୁ
ଯାଉଅଛ ସେଠୁ ଖସି।।
ଯେତେକ ପରବ ହୁଏ,
ସବୁଠେ ହାଜର ହୁଅ ବାରମ୍ବାର
ତୁମକୁ ମୁଁ ଦେଖୁଥାଏ।।
ଗାଞ୍ଜିଆ କେବେ ନଖୋଲ,
ମିଠାମିଠା କହି ଦେଉଛ ଭୁଲାଇ
ଏକଥା ନୁହଇ ଭଲ।।
ଏଣିକି ଆସୁ କବିତା,
କରାମତି ତା’ର ଦେଖିବ ଏଥର
ଘୁରିଯିବ ତୁମ ମଥା।।
କହିଲେ କହୁଛ କାନେ,
କହିବନି କା’ରେ କହିଲି ମୁଁ ଧିରେ
ଏହା ରଖିଥିବ ମନେ।।
ଭାସ୍କର ରାଉତ
**********