ମୌସୁମୀ କେବେ ଆସିବ ତୁମେ
ମୋ ହୃଦୟର ମରୁଭୂମି କୁ
ହୃଦୟ ଭିତର ର ବେଦରଦି ସୂର୍ଯ୍ୟ ଟା
ଜାଳି ଦେଲାଣି ମୋ ଦେହର ଗୋଚର ଭୂମିକୁ
ଭିତରଟା ଏତେ ଗରମ ହେଲାଣି
ଜମା ସହି ହେଉନାହିଁ ସେ ଉତ୍ତାପକୁ
“” ମୋସୁମି ତୁମେ ଆସିଥିଲେ””
ଓଦା,ଓଦା ତୁମ ଦେହର ପ୍ରିତି ବାସ୍ନାରେ
ଭିଜି ଯାଆନ୍ତା ମୋ ଦେହର ତନୁ ମନ ।
ତୁମ କଇତ ଅନ୍ଧାର ବର୍ଷା ଛିଟାରେ
ଭରନ୍ତା ମୋ କାମନା ରଜନୀ ର କ୍ଳାନ୍ତି ।
ବାସନା ର ପବନରେ ତୁମ ମୃଦୁ ବାସ୍ନାରେ
ଦେହସାରା ମୋର ସୃଷ୍ଟି ହୁଅନ୍ତା ନୂତନ ଉନ୍ମାଦନା ।
ଆସନ୍ତ ତୁମେ କଳାମେଖି ଗଭାକୁ ମଣ୍ଡନ କରି
ମୋ ଦେହରେ ଭରନ୍ତ ତୁମ ଶୀତଳତା ର ସ୍ପର୍ଶ ।
ଭିଜା ଭିଜା ତୁମ ଦେହର ନବୀନ ସ୍ପର୍ଶରେ
ଜୁଡୁବୁଡୁ ରଜନୀର ଗଭୀର ମିଳନରେ
ମୋ ଗୋଚର ଭୂମିରେ ଫୁଟନ୍ତା ଗୋଲାପ।
ଅଠା ଅଠା ଓଠରେ ମୋର ଭରି ଦିଅନ୍ତେ
ପ୍ରିତିଭରା ଚୁମ୍ବନ ର ଗଭୀର ଛିଟା ।
ମୋସୁମି ତୁମେ ଆସିଥିଲେ
ତୁମ ଆଗମନ ର ଶୀତଳ ମଳୟ ପବନରେ
ମୋ ଦେହର ମରୁଭୂମି ଶଯ୍ୟାରେ
ଆଲିଙ୍ଗନ ହୋଇ କରନ୍ତେ କ୍ରିଡ଼ାକ୍ରିତି ।
ମୌସୁମୀ କେବେ ଆସିବ ତୁମେ
ମୋ ହୃଦୟର ମରୁଭୂମି କୁ ।
ପବିତ୍ର ବେହେରା
ବାହାଲପୁର, ଗଞ୍ଜାମ
ଦୂରଭାଷ-୭୭୮୮୮୮୬୬୦୨