ଓଡିଆ ଲୋକଗୀତ ରେ ଓଡିଆଣୀ ର ଜୀବନ ଚରିତ
¤¤¤¤¤¤¤¤¤¤¤¤¤¤
ଓଡିଆ ଜାତି ର ସଂସ୍କୃତି,କଳା ଐତିହ୍ୟ,ସାହିତ୍ୟ,ଭାସ୍କର୍ଯ୍ୟ ପ୍ରାଚୀନ ସମୟ ରୁ ଅଦ୍ୟାବଧି ତାର ସ୍ବାତନ୍ତ୍ର୍ୟ ରକ୍ଷା କରି ଆସିଛି. । ଓଡିଆ ଲୋକଗୀତ ମଧ୍ୟ ଓଡିଆ ସାହିତ୍ୟ ର ଅନନ୍ୟ ଦିଗ ଅଟେ ।ସମୟ ର ବିବର୍ତନ ରେ ବି. ସେ ତାର. ସତ୍ତାଅବଲୁପ୍ତ ହେବାକୁ ଦେଇନାହିଁ ।
ସାହିତ୍ୟ ର ଆଦ୍ୟାରମ୍ଭ ଏହି ଲୋକଗୀତ ରୁ ହିଁ. ସୃଷ୍ଟି ବୋଲି ଅନେକ ମତ ଦିଅନ୍ତି ।
ଲିଖିତ ଭାବେ ସାହିତ୍ୟ ର ଅବକାଶନଥିବା ବେଳେ ଲୋକମୁଖରେ ,,ଗୋଟିଏ ଜାତିର ଆଦର୍ଶବାଦ,,ସଂସ୍କୃତି,ଆଚାର,ବ୍ୟବହାର ପରିମାର୍ଜିତହୋଇପାରୁଥିଲା ।
ଏହାକୁ କଥିତ ସାହିତ୍ୟ ବୋଲିମଧ୍ୟ ଅଭିହିତ କରାଯାଏ ।ପୁରୁଷ ପୁରୁଷ ଧରି ଏହା ଲୋକ ମୁଖରେ ଅତିସାବଲୀଳ ଭଙ୍ଗି ରେ ଗଡିଆସିଛି ।ବିଶେଷ କରିନାରୀର ଜୀବନଚର୍ଯ୍ୟା ରେ ଏହା ଅଧିକ ପରିଲର୍ଷିତ ହୋଇଥାଏ ।
ଓଡିଆ ଘରର ସମସ୍ତ କର୍ମର ପ୍ରାଧାନ୍ୟ ଦିଆଯାଏ,,ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ. । ପୁ ଣି ଆପଣା ର କର୍ମ ରେ ବିଶ୍ବାସ ରଖେ ଓଡିଆନାରୀ ।ସେ ଉଦାତ୍ତ କଣ୍ଠ ରେ ଗାଏ,,
ଜଗନ୍ନାଥଙ୍କର. ବଡେଇ
କାହାକୁ ଦିଅନ୍ତ ପାଟ ପିତାମ୍ବରୀ
କାହାକୁ ଦିଅନ୍ତି ଗଡେଇ,,,
ଓଡିଆ ଣୀ ସଂସାର ସହ ଅଭ୍ୟସ୍ତ
ସୁଖ,ଦୁଃଖ ରେସେ ଭାଙ୍ଗିପଡେ ନାହିଁ ,,,କେବେ
ଧୈର୍ଯ୍ୟ ର ସହ ଜୀବନକୁ ସାମ୍ ନା କରେ ଆତ୍ମପ୍ରତ୍ୟୟ. ନେଇ,,,
ଅଖ ଘୁରୁ ଥି ଲେ ଚକ ଘୁରିଯାଏ
ବୁଲିପଡୁଥାଏ ପହି,,,,,
ସଂସାର ଭିତରେ ଘର କରିଥିଲେ
ପଥର ପଡିଲେସହି,,,,
ନାରୀ ହିଁପରିବାରକୁ ଗଢି ତୋଳେ ସ୍ବର୍ଗ କରି ନିଜର ମମତା ର ପାରିଜାତ ସୌରଭ ରେ,,
ବାପଘର ରମୋହମାୟା ତୁଟାଇ
ପରଘର କୁ ଗଲା ବେଳେ ହୃଦୟ ଫାଟିଗଲେ ବି ମାଆ ଝିଅ କୁ ସଣ୍ଠଣା ଶିଖାଏ,,,ଘର ରମୂରବୀ ଙ୍କୁ ସମ୍ମାନ ଦେବା ପ୍ରତ୍ୟେକ ଙ୍କର କର୍ତବ୍ୟ,,,ଶାଶୁ ଙ୍କୁ ସମ୍ମାନ ଦେବା ଛଳ ରେ,,,,,,ତେଣୁ ଲୋକଗୀତ ରେପ୍ରଚଳିତ ଅଛି
ଯାହା ଘରେ ନାହିଁ ବୁଢୀ
ତା ଘର ଯିବ ନିଶ୍ଚେ ଉଡି,,,
ଶାଶୁଘର କୁ ସ୍ବର୍ଗ କରିବାକୁ ଯାଇ ସେ ଭୁଲିଯାଏ ଆପଣାର ବାପ ଘରକୁ,,,
ଶାଶୁଘର ର କର୍ତବ୍ୟ ତା ପାଇଁ ଶ୍ରେଷ୍ଠ ,,,ଏହାକୁ ପ୍ରକାଶ କରାଯାଇଛିଲୋକଗୀତ ମାଧ୍ୟମ ରେ,,,
ଅଚିନ୍ତାନାରୀ ବାପ ଘର ଯାଏ
ମନ ଫୁଲାଣିଆ ଗୀତ ବୋଲୁଥାଏ,,,,,
ବାପ ଘରକୁଯାଇପାରେନା. ବୋହୂ ଆପଣା ଇଛାରେ,,,,ଶାଶୁ ଉଲୁଗୁଣା ଦିଅନ୍ତି,,,
କଟକ ସହର ଡିବିଡିବି
ବାପ ଡାକୁନାହିଁ ଭାଇ ଡାକୁନାହିଁ
ନିତି ବୋଲୁଥାଇ ଯିବିଯିବି,,,,,,
ଶାଶୁଘରେ ସମସ୍ତ ଙ୍କୁ ମନେଇ ଚଳିବାକୁ ପଡେ ତାକୁ ନତେଚ୍ ତୀର୍ଯ୍ୟକ୍ ଗୀତ ର ସାମ୍ ନା କରିବାକୁ ପଡେ
ଆପେ ରାନ୍ଧି ଆପେ ଖାଏ
ସୁଆଦ ସୁଆଦ ବୋଲୁଥାଏ,,,,,
ନୂଆ ବୋହୂ ଟିଏ ସ୍ବାମୀ ଙ୍କୁ ବିକିଛି କହିପାରେ ନା ମନର ଦୁଃଖ,,,,ସହି ସଙ୍ଗାତ ରେ କଥା ଛଳ ରେ କହିପକାଏ,,,,
ଏ କୋଠି ଲିପିଲି ସେ କୋଠି. ଲିପିଲି
ନାଉ ଫୁଲ ଦେଲି ଝୋଟି,,,
ଶୋଇଲାଶେଯ ରେ କଥା ନ କହିଲେ
ହୃଦୟ ଯାଉଛି ଫାଟି,,,,
କୁଆଁରୀ ଦିନ ର ସବୁ ସରାଗ ତାର ମଉଳି ଯାଏ ଶାଶୁ ଘରେ,,,
ତାକୁ କଥା କହିବାବି ମନା ବଡପାଟି ରେ,,,,,,
ନିଜର ଖୁସି କୁ,,,ସେ କହିପାରିବନି କାହାଆଗେ ,,,,
ଓଢଣା ପଡିଛିନାକ ସରିକି
ତୁଣ୍ଡ ଶୁଭୁଅଛି ଚଉପାଢୀ କି,,,
ପରିବାର କଲ୍ୟାଣ ପାଇଁ ସେ ନିଜେ ନିଷ୍ପତି ନେଇ ପାରୁନଥିଲା
ସନ୍ତାନ କୁ ଜନ୍ମ ଦେବା ପାଇଁ ହେଲେ ମଧ୍ୟ ସେ ପରିବାର ର ଗୁରୁଜନଙ୍କ କଥା ମାନି ଏକାଧିିକ ସନ୍ତାନ ଜନ୍ମ କରିବାକୁବାଧ୍ୟ ହେଉ ଥିଲା,,,,,
ଲୋକମୁଖ ରେ ପ୍ରଚଳିତ ଥିଲା
ଏକା ଆଖି ଆଖି ନୁହେଁ
ଏକା ସାକ୍ଷୀ ସାକ୍ଷୀନୁହେଁ,,,,,,
ଜୀବନ ର ଜଞ୍ଜାଳ ରେ ବି ମାତୃତ୍ବ ରଚରମତୃପ୍ତି ରେ ସେ ବିଭୋର ହୋଇ ଉଠେ ଆପଣାର ଶିଶୁ କୁକୋଳ ରେ ନେଇ ହୋଇ ଉଠେ ବେଶ୍ ଭାବ ପ୍ରବଣ,,,,
ଧୋରେ ବାୟା,,ଧୋ
ଯେଉଁ କିଆରୀ ରେ ଗହଳମାଣ୍ଡିଆ
ସେଇ କିଆରୀ ରେ ଶୋ,,,
ପୂବେଇବାଆରେ ମେଘବରଷିଲା
ଟୁପୁରୁ ଟୁପୁରୁ ପାଣି
ସାରୁଗଛ ମୂଳେ ବେଙ୍ଗଟିଏ ବସି
ଆପେ ବୋଲାଉଛି ରାଣୀ,,,,,
ଜହ୍ନ କୁ ଦେଖାଇ. ଶିଶୁମନରେ
ଗଢିଦିଏ କଳ୍ପନା ର ସୌଧ,,,,
ଆ,,ଜହ୍ନମାମୁଁ ସରଗ ଶଶୀ
ମୋ କୁନା ହାତ ରେ ପଡରେ ଖସି,,,,
ଓଡିଆ ଲୋକଗୀତ ନାରୀ ର ଜୀବନ ଚର୍ଯ୍ୟା ରେବେଶ୍ ଜୀବନ୍ତ,,।ଏହା ମଧ୍ୟ ରେ ରହିଛି ନୂଆ ବୋହୂକାନ୍ଦଣା, ସ୍ତୁତି ,ବୋଲି,ଓଷା ଗୀତ ଇତ୍ୟାଦି,,,,,
ଏସବୁ କୁ ନେଇ ଓଡିଆଣୀ ର ସରଳ ଜୀବନ ବେଶ୍ ସୁରୁଚି ସଂପନ୍ନ ଓ ଋଦ୍ଧିମନ୍ତ।
ନିଜ ଜୀବନ ର ସୁଖ ଦୁଃଖକୁ ଆପଣାଇ ନିଏ ଓଡିଆଣୀ ଆଉ ଭାଗ୍ୟ ଉପରେ ବିଶ୍ବାସ ରଖିବାହିନିଏ ଜୀବନତରୀ,,,,
ମାଆ ଆଖିରେ ଲୁହଦେଖି ସାନ୍ତ୍ବନାଦିଏ ନିଜମାଆ କୁ,
ମୋ ଭାଗ୍ୟ ସିନା ମୁହିଁ ଭୋଗୁଛି ଲୋ ମୋ ବୋଉ,,,,
କାହା ଭାଗ୍ୟୁ କିଏ ସୁଖଭୋଗଇ ଲୋ ମୋ ବୋଉ,,,,,,
ଓଡିଆ ଘରର ଓଡିଆଣୀ କର୍ମ ରେ କରେ ବିଶ୍ବାସ,,,,,
ଯାହା ଦେଇ ନାହିଁ କପାଳ
ତାହା ଦେବେ ନାହିଁ ଗୋପାଳ,,,,,
ଭଗବତ୍ ଚିନ୍ତନସହ ଲୋକଗୀତ ର ପରମ୍ପରା ଥିଲା ସମାଜ କୁସୁଧୁରି ନେବାର ସୁନ୍ଦର. ମାଧ୍ୟମ,,ଯାହା ଅଧୁନା ସମାଜ ରେ କ୍ବଚିତ୍ ପ୍ରଚଳିତ ହୋଇଥାଏ,,।ଏହି ଅନନ୍ୟ ବିଭବ ଅବଲୁପ୍ତ ନହେଉ. ।
ରଂଜିତା ପତି
ଗଂଜାମ