କଳାହାଣ୍ତିଜିଲ୍ଲା
ଓଡିଶାରେ ଦକ୍ଷିଣପଶ୍ଚିମେ ରହିଛି
କଳାହାଣ୍ତି ଜିଲ୍ଲାଟିଏ
ସାତହଜାର ନଅଶହ କୋଡିଏ
କିଲୋମିଟରର କ୍ଷେତ୍ରଟିଏ ।
ପୂର୍ବଗଡହାଣ୍ତିଚିତ୍ରଗୁମ୍ପାରୁ କଳାହାଣ୍ତୀ
ନାମ ପରିବର୍ତ୍ତନ
ବର୍ଷାଦିନରେ ମେଘମାଳଙ୍କର
ପାହାଡଶୀଖରେ ଘୂର୍ଣ୍ଣନ।
ସୀମାନ୍ତରେ ଅଛି ନବରଙ୍ଗପୁର
ନୂଆପଡା,ବଲାଙ୍ଗୀର
ପଶ୍ଚିମାଞ୍ଚଳର ମାନ୍ଯତା ପାଇଛି
ସଂସ୍କୃତିଟି ଓଡିଶାର।
ଦକ୍ଷିଣରେ କୋରାପୁଟ ରାୟଗଡା
ଉତ୍ତରରେ ବଲାଙ୍ଗୀର
ପୂର୍ବଦିଗେ ଅଛି କନ୍ଧମାଳ,ବୌଦ୍ଧ
କଳାହାଣ୍ତି ଦକ୍ଷିଣପଶ୍ଚିମର ।:
ତେର ତହସିଲ,ତେରଟି ମଣ୍ତଳ
ପାଞ୍ଚଟି ବିଧାନ ସଭା
କଳାହାଣ୍ତିନାମେ ରହିଅଛି ପୁଣି
ଆଉ ଏକ ଲୋକସଭା ।
ପ୍ରାକୃତିକ ଦିବ୍ଯଶୋଭା ନଦୀଙ୍କର
ତେଲ,ଉତେଇ,ରାଉଳ
ପାହାଡର ପାଦଦେଶୁ ବହିଛନ୍ତି
ହାତୀ,ରେତ,ନଦୀଧାର ।
ଘୁମୁରା ଓ ନୂଆଖାଇ,ଦଶହରା
ଛତରଯାତରା ପାଳି
ବୀରବାଦ୍ଯେ ଆଦିବାସି ଠାଣିମାଣି
ନୃତ୍ଯକରି ପର୍ବପାଳି।
କୁରେଇଫୁଲକୁ ମୁଣ୍ତରେ ଖୋସନ୍ତି
ଡାଲଖାଇ ନାଚିନାଚି
ଢୋଲମହୁରୀଡିଗଡିଗୋଡିଗଡିଗୋ
ବାଡିନାଚ ନାଚିନାଚି ।
ଫୁଲଝରନର ଡୋକ୍ରିଚଞ୍ଚଡା
ଜଳପ୍ରପାତର ଧାର
ଇନ୍ଦ୍ରାବତୀରଜଳବିଦ୍ଯୁତ କେନ୍ଦ୍ର
କଢେଲ ଜଗନ୍ନାଥ ମନ୍ଦିର ।
କର୍ଲାପାଟର ଅଭୟାରଣ୍ଯ
ପଶୁପକ୍ଷୁ ଅସୁମାର
ନିର୍ଭୟେ ରହନ୍ତି ବନ୍ୟପ୍ରାଣୀସବୁ
ସୁରକ୍ଷିତ ପରିସର ।
ନିୟମଗିରିର ବକସାଇଟଖଣି
ଗନ୍ତାଘର ଓଡିଶାର
ଧଳାହାଣ୍ତିର ପଥର ଖୋଦେଇ
କାମେ ଶ୍ରେଷ୍ଠ କାରିଗର ।
ରାବଣଧାରର ଜଳପ୍ରପାତଟି
ବଣଭୋଜି ନିମନ୍ତରେ
ବାଂଶକେଳା ଜଳପ୍ରପାତସୌନ୍ଦର୍ଯ୍ଯ
ମନକୁ ମୋହିତକରେ ।
ମୋହନଗିରିର ଭଗ୍ନଶୈବକ୍ଷେତ୍ର
ଜୁନାଗଡେ ଲଙ୍କେଶ୍ବରୀ
ବେଲଖଣ୍ତିଠାରେ ଉମାମହେଶ୍ବର
ପୀଠଇଷ୍ଟ ମାଣିକେଶ୍ବରୀ ।
ସଉରା,ପରଜା,କନ୍ଧ,କୁଟିଆ ଓ
ଗଣ୍ତ,ପରଜାଙ୍କୁ ନେଇ
ଡଙ୍ଗରିଆ,କୋହ୍ଲ ,ଗଦବା,ଦେଶିଆ
କଳାହାଣ୍ତିଟି କୋଳେଇ ।
ବୈଜୟନ୍ତୀସାହୁ,ପିପିଲିପୁରୀ
wonderful post, very informative. I wonder why the other experts of this sector do not realize this. You should continue your writing. I am sure, you have a huge readers’ base already! https://epilepsymedi.com best epilepsy drugs
Today, considering the fast life-style that everyone leads, credit cards have a big demand throughout the economy. Persons throughout every area of life are using the credit card and people who aren’t using the credit cards have made up their minds to apply for even one. Thanks for revealing your ideas about credit cards. https://psoriasismedi.com best psoriasis with least side effects