January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

ପଢନ୍ତୁ ରମାକାନ୍ତ ସିଂ ସାହାଣୀ ଙ୍କ ଗଳ୍ପ- ”ଅନୁମତିର ଶିକ୍ଷା”

 ଅନୁଭୂତିରେ ମୋ ବିଦ୍ଯାଳୟ ଓ ପିଲାଦିନ।

”ଅନୁମତିର ଶିକ୍ଷା”

ବିଦ୍ୟାଳୟରେ ଯେ କୌଣସି କାର୍ଯ୍ଯ ହେଲେ ସାର ମାନେ ମତେ ହିଁ ଖୋଜିଥାନ୍ତି। ସେ ସରସ୍ୱତୀ ପୂଜା ହେଉ କି ଗଣେଶ ପୂଜା ଅଥବା ଯେ କୌଣସି କାର୍ଯ୍ଯକ୍ରମ ହେଉ। ସବୁଥିରେ ଗୁରୁ ଦାୟିତ୍ୱ ତୁଲାଉଥାଏ ମୁଁ।ଏଥିପାଇଁ ମତେ ପ୍ରତି ଦିନ ସ୍କୁଲ ଯିବାକୁ ପଡୁଥିଲା।ପ୍ରାର୍ଥନା ସଭାର ଠିକ୍ ପନ୍ଦର ମିନିଟ ଆଗରୁ ମତେ ପହଞ୍ଚିବାକୁ ପଡୁଥିଲା।ଯେହେତୁ ମୁଁ ପ୍ରାର୍ଥନା ସଭାକୁ ତଦାରଖ କରୁଥିଲି। ଦିନକର ଘଟଣା କଣ ହେଇଛି, ଆମ ବିଦ୍ଯାଳୟର ହିନ୍ଦୀ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କ ଘରକୁ ଯାଇ ପରୀକ୍ଷା ନୋଟିସ ପେପର ଶୀଘ୍ର ନେଇ ଆସିବା ପାଇଁ କହିଲେ। ମୁଁ ସାଙ୍ଗେ ସାଙ୍ଗେ ସାଇକେଲ ଧରି ଦୀର୍ଘ ଦୁଇ କିଲୋମିଟର ତାଙ୍କ ଘରକୁ ଯାଇ ପରୀକ୍ଷା ନୋଟିସ ପେପରଟି ଆଣିଲି।ଆସିବା ବାଟରେ ମୋର ଏକ ଅନ୍ଧ ଲୋକ ସହିତ ଦେଖା ହୋଇଛି।ମୁଁ ଯେତେବେଲେ ତା ପାଖ ଦେଇ ଯାଇଛି ସେ ମୋର ଶବ୍ଦ ଶୁଣି ତା ପାଖକୁ ଡାକିଛି।ଆଉ କହିଛି ଏପାଖ (ବସଷ୍ଟାଣ୍ଡ)ରୁ ପାତାଳେଶ୍ୱର ଶିବ ମନ୍ଦିର କେତେ ଦୂର। ମୁଁ କହିଲି ପ୍ରାୟ ଡେଡ୍(ଗୋଟେ ଅଧେ) କିଲୋମିଟର ହେଇଯିବ। ସେ କହିଲେ ମୁଁ ଯାହାକୁ ଫୋନ କରିଥିଲି ସେ ଏଯାଏ ଆସିନାହିଁ,ଦୟାକରି ଆପଣ ମତେ ସେଠାରେ ନେଇ ପହଞ୍ଚାଇଦେଲେ ଆପଣଙ୍କ ଭଗବାନ ମଙ୍ଗଳ କରନ୍ତେ। ଏତିକି କହିଛିନା କଣ ମୁଁ ଗୁରୁଙ୍କ କଥାକୁ ଟାଳି ତାଙ୍କୁ ନେଇ ମନ୍ଦିର ପାଖରେ ପହଞ୍ଚାଇଦେଲି।ସେ ମତେ ଛୋଟ ପିଲା ଭାବି ନା କଣ ପକେଟରୁ କିଛି ଟଙ୍କା କାଢି ଦେଉଥିଲେ। ମୁଁ କହିଲି ନା ନା ଏହା ମୋର ଦରକାର ନୁହେଁ,ମତେ ଦେବାର ଅଛି ଯଦି ଆପଣଙ୍କ ଆଶିର୍ବାଦ ଟିକକ ଦିଅ କାରଣ ସେ ଏମିତି ସେମିତିକା ଲୋକ ନଥିଲେ, ସେ ଜଣେ କଣ୍ଠଶିଳ୍ପୀ ଏବଂ ବାଦ୍ଯକାର ଥିଲେ। ତାହା ମୁଁ ଯିବା ବାଟରେ ଜାଣିପାରିଥିଲି। ଫେରୁ ଫେରୁ ମତେ ଅଧିକ ସମୟ ଲାଗିଯାଇଥିଲା।ଯେତେବେଳେ ମୁଁ ବିଦ୍ଯାଳୟରେ ପହଞ୍ଚିଲି ହିନ୍ଦୀ ଶିକ୍ଷକ ମତେ ବାଡେଇବାକୁ ଧାଇଲେ।ସେତେବେଳେ ମୁଁ ସବୁ ସତ କଥା କହିଦେଇ ଥିବାରୁ ମୁଁ ବର୍ତ୍ତି ଯାଇଥିଲି।କିନ୍ତୁ ଆଉ ଗୋଟେ ପଟେ ଧରା ପଡିଗଲି।ଯେଉଁ ପରୀକ୍ଷା ନୋଟିସଟି ଆଣିବାକୁ ଯାଇଥିଲି,ସେଥିର ତାରିଖଟି ମୁଁ ଦେଖି ନେଇଥିଲି।ଶିକ୍ଷକ ଯେତେବେଲେ ମୋ ହାତରୁ ନୋଟିସଟି ନେଇ ପିଲା ମାନଙ୍କୁ ପଚାରିଲେ ପରୀକ୍ଷା କେବେ ହେବ ପିଲାମାନେ, ସେତେବେଳେ ମୁଁ ସାଇଁକିନା ହାତ ଟେକି ମୁଁ ଜାଣିଛି ବୋଲି କହିଦେଇଥିଲି।ଆଉ ସେଥିପାଇଁ ମତେ ତାଙ୍କ ଠାରୁ ପ୍ରଥମ କରି ଗାଲି ଆଉ ମାଡ଼ ଖାଇବାକୁ ପଡିଥିଲା।ସେହି ଦିନ ଠାରୁ ମୁଁ ଶିକ୍ଷା ପାଇଲି ଯେ, ଅନ୍ଯ ଲୋକର ବସ୍ତୁକୁ ବିନା ଅନୁମତିରେ ଛୁଈବା, ଦେଖିବା, ଖାଇବା ଜଣେ ଆଦର୍ଶ ମଣିଷର କର୍ତ୍ତବ୍ଯ ନୁହେଁ। ବରଂ ତାଙ୍କଠାରୁ ଅନୁମତି ନେଇ ଗ୍ରହଣ କରିବା ଯଥାର୍ଥରେ ଯୁକ୍ତିଯୁକ୍ତ ବୋଲି ଭାବିନେଇଥିଲି।

ନାମ – ରମାକାନ୍ତ ସିଂ ସାହାଣୀ,

ଗ୍ରାମ – ଯୁଯୁରାଙ୍ଗ,

ପୋ – ଗୋକୁଳେଶ୍ୱର ,

ବ୍ଳକ – କେସିଙ୍ଗା ,

ଜି – କଳାହାଣ୍ଡି ,

ପିନ – 766011 ,

ମୋ – 9337839261

 807 total views,  1 views today

Leave a Reply

Your email address will not be published. Required fields are marked *