ଜୟ ଜୟ ଶିବ ଶଙ୍କର ପ୍ରଭୁ
ଭୋଳା ମହେଶ୍ବର
ପାର୍ବତୀ ପତି ଭୈରବବାବା
ଲିଙ୍ଗରାଜେଶ୍ୱର
ମସ୍ତକେ ଜଟା ସ୍ମଶାନବାସୀ
ଆଜି ପରା ଜାଗର
ହର ହର ମହାଦେବ ଶମ୍ଭୁ
ନୟନ ଖୋଲ ତୁମର
ଭାଲନେତ୍ର ତ୍ରିଶୁଳଧାରୀ
ଗିରିଜା ଶଙ୍କର
ଜଗତହିତାୟ କାଳତୀତାୟ
ତାଣ୍ଡବ ପ୍ରିୟକର
ଡ଼ମ ଡ଼ମ ଡମ୍ବରୁ ବାଜେ
ହେ ଧବଳେଶ୍ବର
ଘଣ ଘଣ ଘଣ୍ଟା ବାଜେ
ହେ ଲିଙ୍ଗରାଜେଶ୍ୱର
ଗଙ୍ଗାଧର ଗୌରୀ ମହେଶ
ହେ ଜ୍ୟୋତି ପ୍ରକାଶ
ହଳ|ହଳଧର ଚନ୍ଦ୍ରଶେଖର
ପାବନନାମ ପରମେଶ
ଚନ୍ଦ୍ରକଳ|ଧର ଶାମ୍ବ ସଦାଶିଵ
ନୀଳକଣ୍ଠ ମନୋହର
ପରମ ଦୟାଲ ଭସ୍ମବିଭୂଷିତ
ଜୟ କରୁଣା ସାଗର
ନନ୍ଦିବାହନ ଭାଲଲୋଚନ
ବିଭୁତିସୁନ୍ଦର ନଟରାଜ
ହର ପଶୁପତି ନଗେଶ୍ୱର
ପରମଦୟାଲ ଶିବରାଜ
କୃପା କରୋ ଦୟା କରୋ
ରକ୍ଷା କରୋ ଭଗବାନ
ଅମା ଅନ୍ଧକାର ଦୂର ହେଉ
ହେ ଭଵଭୟ ଭଞ୍ଜନ |

 

ସଂଯୁକ୍ତା ସାହୁ

ରାହାମା,ପାରାଦ୍ୱୀପ, ଜଗତସିଂହପୁର

Leave a Reply

Your email address will not be published. Required fields are marked *