ସ୍ଵର୍ଣ୍ଣ କ୍ଷେତ
————-
ହିଡ ପାଖ ସେଇ
ଝାଳ ମିଶା ଭାତ
ଖାଇ ଗାଉଥାଏ ଗୀତ l
ଅଳପ ବରଷା ରେ
ଭିଜି ଭିଜି ପୁଣି
ଗଢୁଥାଏ ସବୁଜ ର କ୍ଷେତ l
ଇଏ ପରା ମାଟି ଓ
ମମତା ର ମିତ l
କୃଷକ ଭାଇ
ଦୁନିଆ ବୋଲାଏ
ସହି ଖରା ବରଷା ଶୀତ l
ମାଟିର ମହକ
କାଦୁଅ ସଡକ
ହସି ହସି ଦେହେ ବୋଳି
ସୁନାର ଅମଳ କରୁଅଛି ପରା
ସ୍ଵର୍ଣ୍ଣ କ୍ଷେତ ରେ ମିଳି
ସ୍ଵର୍ଣ୍ଣ କ୍ଷେତ ରେ ମିଳି l
ସବିତା ପଟ୍ଟନାୟକ
କେଉଁଝର