💕ସଂଜ୍ଞା ହିନ ସମ୍ପର୍କ*💕
*************
ଆମର ଇଏ କେମିତିକା ସମ୍ପର୍କ
ପାଉନାହିଁ ଖୋଜି ତା’ର ଦିଗନ୍ତ,
ତୁମକୁ ନେଇ ରହିଛି ମୋ ବିଶ୍ୱାସ
ତୁମର ଦେଖା ନାହିଁ ହୁଏ ମୁଁ ନୟାନ୍ତ।।
ପ୍ରତୀକ୍ଷାର ଅନ୍ତ କେବେ ଯେ କରିବ
ତୁମ ହାତରେ ମୋ ହାତକୁ ରଖିବ,
ମୋର ସବୁ ଦୁଃଖକୁ ପାଶୋରି ଦେବ
ତୁମ କୋଳେ ମୁଣ୍ଡଗୁଞ୍ଜିବାକୁ ଦେବ।।
ଏହି ଭାବନା କି ମୋ ସତହୋଇବ
ଜହ୍ନ ଯେ କଇଁକୁ ପ୍ରାପତ ହୋଇବ,
ଏ ସମ୍ପର୍କ ଆମ ଖାଲି ବାଲିଘର
ଦିନେ କାଳବୈଶାଖୀ ନିଶ୍ଚେ ଭାଙ୍ଗିବ।।
ଦିନବେଳା ମୁଁ ଦେଖେ ତୁମକୁ ସ୍ୱପ୍ନ
ମିଛେ ହୁଏ ଦୁନିଆଁରେ ବଦନାମ,
ଅଳସୀ ମନମୋ ହୁଏତ ଉଚ୍ଛନ୍ନ
ଲଗାଇଛକି ସାଥି ପ୍ରେମ ଲଗାମ।।
ତୁମ କଥା ଭାବି ରାତ୍ର ଉଜାଗର
ଓଠ ଧରେ ମୋ ତୁମନାଁ ବାରମ୍ବାର,
ପ୍ରକଟ ହୁଅ ସାଥି ଆଗରେ ମୋର
କର ଏ ସମ୍ପର୍କର ସଂଜ୍ଞାକରଣ।।
💞💞💞
ମମତା ବାରିକ,ସ୍ଥାନ-ଯାଜପୁର,ବାରବାଟୀ।