ରାଜନୀତି ରୂପ
************
ବିଚିତ୍ର ଅଟେ ଏ ରାଜନୀତି ରୂପ
ସମସ୍ତେ ପିନ୍ଧନ୍ତି ମୁଖା,
ଚିକ୍କଣ କଥା କହି ମନ କିଣନ୍ତି
ପରେ ଦିଅନ୍ତିନି ଦେଖା।
ନିର୍ବାଚନ ବେଳେ ହାତ ଗୋଡ଼ ଧରି
ଭୋଟ୍ କୁ କିଣି ନିଅନ୍ତି,
ଦଳ ଜିତିଗଲେ ପ୍ରତିଶ୍ରୁତି କଥା
ସବୁ ସେ ଭୁଲି ଯାଆନ୍ତି।
ଗାଁ ର ସଡ଼କ ଟି ମରାମତି ପାଇଁ
ଅନେକ କଥା ଦିଅନ୍ତି,
ଭୋଟ୍ ପାଇଗଲେ ତୁମେ କିଏ କହି
ମୁହଁ ବୁଲେଇ ଦିଅନ୍ତି।
ବରଷା ଦିନରେ ଗାଆଁ ସଡ଼କ ର
କଥା ନ କହିବା ଭଲ,
ସହର ସଡ଼କ କୁ ସୁନ୍ଦର କରି
କି ଲାଭ ତୁମେ ପାଇଲ ?
ସହର ରେ ତୁମ କାରବାର ବୋଲି
ବୁଝନି ଗାଆଁ ର ଦୁଃଖ,
ବୁଝିବନି କେବେ ରାଜନେତା ତୁମେ
ଏ ରାଜନୀତି ର ରୂପ।
ଶୁଭସ୍ମିତା ମହାନ୍ତି
ନବରଙ୍ଗପୁର