ମୋ ସତ୍ୟ
ଏ ମନ
ମୋ ମନ
ତୁମେ କରିଛ ନିଜର
ଏ ଲୁହ ଶୋଇଥିଲା
କିନ୍ତୁ ଆଜି ଉଠି ଝରୁଛି ।
ତୁମ ବିନା ରହିବା
ମୁଁ ଶିଖିଯିବି
ତୁମ କୁ ନ ଦେଖି
ମୁଁ ହସିବା ଶିଖିଯିବି ।
ଡର ତ ଲାଗିବ
ମୁଁ ଏକୁଟିଆ ହେଲେ
କିନ୍ତୁ ମୁଁ….
ମୋ ନିଜକୁ ବୁଝେଇ ଦେବି ।
କାହା ଆଗେ କିଛି କହିବାକୁ
ମନା କରିଦେବି,
କାହା ଆଗେ ଯିବାକୁ
ରୋକି ଦେବି ।
ମୁଁ….ମୋ ନିଜକୁ ।
ହୃଦୟେ ଯେତେ କଷ୍ଟ ଥାଉ ପଛକେ ମୁଁ….
ଲୁଚେଇ କେଉଁଠି ରଖିଦେବି,
କାହାକୁ ଦେବିନି
ମୋ ଶେଷ ମୁହୂର୍ତ୍ତରେ
ତାକୁ ଦେଖି ଟିକେ
ମୋ ଶେଷ ନିଶ୍ୱାସ କୁ
ଦୂରେଇ ଦେବି ।
ଗେଲାମଣି ପ୍ରଧାନ
ଗଜପତି