April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ହଁ ! ମୁଁ ଯୋଦ୍ଧା–ସୁଭଦ୍ରା ପଟ୍ଟାୟତ*

*ହଁ ! ମୁଁ ଯୋଦ୍ଧା*

ହଁ ମୁଁ ଯୋଦ୍ଧା । ନୂଆ ନୂଆ ରଣ ଭୂମିରେ ପାଦ ଥାପିଛି ।
ଏ ଯୁଦ୍ଧରେ ଶତୃ କ୍ଷକ୍ତାକ୍ତ ହେବ ସିନା ରକ୍ତାକ୍ତ ହେବନାହିଁ ।
ଏ ଯୁଦ୍ଧ ଖଡ୍ଗର ନୁହେଁ ଏ ଯୁଦ୍ଧ କଲମର ।
ଏ ଯୁଦ୍ଧର ଉଦ୍ଦେଶ୍ୟ କୋଉଁ ରାଜ୍ୟ ଜୟ କରିବା ନୁହେଁ କି କୌଣସି ସିଂହାସନ ଜୟ କରିବା ନୁହେଁ । ଏ ଯୁଦ୍ଧର ମୂଳ ଉଦ୍ଦେଶ୍ୟ ମାତୃଭାଷା ମାତୃଭୂମିକୁ ବଞ୍ଚାଇ ରଖିବା ।

ଯୋଉଁ ଭାଷାକୁ ବଞ୍ଚାଇରଖିବା ପାଇଁ ଆମ ପୂର୍ବପୁରୁଷ ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ , ବ୍ୟାସକବି ଫକୀରମୋହନ ସେନାପତି, ପଣ୍ଡିତ ନୀଳକଣ୍ଠ ଦାଶ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ବଭାବ କବି ଗଙ୍ଗାଧର ମେହେର, ବିଚିତ୍ରାନନ୍ଦ ଦାସ, କର୍ମବୀର ଗୌରୀଶଙ୍କର ରାୟ
ଓ ହରିହର ମର୍ଦରାଜ ଦେବ ଆଦି ପ୍ରତିବାଦର ସ୍ବରତୋଳନ କରି ଆମ ଭାଷାକୁ ବଞ୍ଚାଇଥିଲେ ସେଇ ମାତୃଭାଷାକୁ କଣ ଏମିତି ବିଲୋପ ହେବାର ଦେଖୁଥିବେ ? ସ୍ବରତୋଳନ କରିବେ ନାହିଁ ?

ପ୍ରକୃତି କବି ଗଙ୍ଗାଧର ମେହେର କହିଥିଲେ –

” ମାତୃଭୂମି ମାତୃଭାଷାରେ ମମତା
ଯା ହୃଦେ ଜନମି ନାହିଁ,
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ? ”

କଣ ପାଶୋରି ଗଲେ ସବୁକିଛି ? ହଁ ମାନୁଛି ଆମ ଗହଣରେ ନାହାଁନ୍ତି ଆମର ଉତ୍କଳଗୌରବ, ଉତ୍କଳମଣି, କର୍ମବୀର, ବ୍ୟାସକବି । ହେଲେ ତାଙ୍କରି ରକ୍ତ ଏବେ ମଧ୍ୟ ଆମ ଦେହରେ ବହୁଛି । ଏହି କଥା ଭାବି ମନରେ ସାହାସ ବାନ୍ଧି ସମାଜରେ ଚାଲିଥିବା ଦୂର୍ନିତୀ, ଅତ୍ୟାଚାର ବିରୋଧରେ ପ୍ରତିବାଦର ସ୍ବର ଉଠାଇ ତ ଦେଖନ୍ତୁ ! ଦେଖିବେ ଆପଣଙ୍କୁ ଦେଖି ଅନ୍ୟମାନେ ମଧ୍ୟ ଆପଣଙ୍କ ସ୍ବରରେ ସ୍ବର ମିଳାଇବେ ।

ଆରେ ! ପ୍ରଭୁ ଶ୍ରୀରାମଙ୍କ ଅନୁପସ୍ଥିତିରେ ବି ତ ପୁଣି ଭରତ ତାଙ୍କର କୋଠଉ କୁ ସିଂହାସନ ଉପରେ ରଖି ରାଜ୍ୟର ଦାୟିତ୍ୱ ଗ୍ରହଣ କରିଥିଲେ । ତାହେଲେ ଆପଣ କାହିଁକି ଆମ ପୂର୍ବପୁରୁଷଙ୍କ ବଳୀଦାନକୁ ମନେ ପକାଇ ମାତୃଭୂମିର ସୁଯୋଗ୍ୟ ସନ୍ତାନ ହେଇ ମାତୃଭୂମି ମାତୃଭାଷା ପ୍ରତି ନିଜର ଦାୟିତ୍ୱ ତୁଲାଇ ପାରିବେ ନାହିଁ ?
ବ୍ୟାସକବି ଫକୀରମୋହନ ସେନାପତି କହିଥିଲେ-

” ଉତ୍କଳ ଜନନୀ ଅଛନ୍ତି ଚାହିଁ
କର କିଛି କାର୍ଯ୍ୟ ଲୋକଙ୍କ ପାଇଁ
ପଛଘୁଞ୍ଚା ଦେଲେ କାର୍ଯ୍ୟ ସାଧନେ
କିବା ପ୍ରୟୋଜନ ସେହି ଜୀବନେ ”

ମୁଁ ତ ସାଜିଛି କଲମଧାରୀ ଯୋଦ୍ଧା । ପାଦ ଥାପିଛି ଦୂର୍ନିତୀ ଅତ୍ୟାଚାରର ରଣ ଭୂମିରେ । କଣ ଆପଣମାନେ ଆସିବେ ନାହିଁ ମୋତେ ସାଥ୍ ଦେବାପାଇଁ ? କଣ ଆପଣ ଆସିବେ ନାହିଁ ମାତୃଭୂମି ମାତୃଭାଷାର ସମ୍ମାନ ରକ୍ଷା ପାଇଁ ?

ଆସନ୍ତୁ ନା ଆଉଥରେ କଲମ ମୁନରେ ବିପ୍ଳବର ଛବି ଆଙ୍କିଦେବା..

ଆପଣଙ୍କ ଅପେକ୍ଷାରେ କଲମଧାରୀ ମୁଁ ……….✍️

*ସୁଭଦ୍ରା ପଟ୍ଟାୟତ, ବାଲେଶ୍ବର*

Loading

8 thoughts on “*ହଁ ! ମୁଁ ଯୋଦ୍ଧା–ସୁଭଦ୍ରା ପଟ୍ଟାୟତ*

  1. congratulations for writing such nice lines on mother toung. Keep up writing,
    Always with you .

  2. As usual, Subhadra Pattayat has once again proved her very good ability as a young pen-girl. Heartiest congratulations for writing such nice lines on mother tounge. Keep up writing, beti❤

Leave a Reply

Your email address will not be published. Required fields are marked *