ମୁଁ ଆଉ ତୁ
ସ୍ମୃତି ରେଖା ବେହେରା
ମୁଁ ଦୂର ଦିଗବଳୟ
ତୁ ସମୁଦ୍ର ଢେଉ,
ଦୂରରୁ ଦେଖିଲେ ଲାଗେ
ମତେ ତୁ ଛୁଉଁ ।
ମୁଁ ତୋ ଜଳୀୟବାଷ୍ପ ଛାତିରେ ରଖିବାକୁ ରାଜି,
କିନ୍ତୁ ତୁ ଅନେକକୁ ଛୁଇଁ
ମଜା ନେଉ ଆଜି ।
ଜଳୀୟବାଷ୍ପକୁ ତୋ ଉପରେ
ବର୍ଷା ରୂପେ ଢାଳୁଛି,
କିନ୍ତୁ ତୋ ପ୍ରେମ ଢେଉରେ
ଆଉ କିଏ ଭିଜୁଛି
ତୁମର ଇମିଲି