***ଭାରତ ଯାହାର ନାଆଁ.. **ଜନ୍ମ ମୁଁ ସେଇଠି….
ଜାତି ପ୍ରୀତି.., ଜାତି ଭକ୍ତି..
ଜାତି ହିଁ ଶ୍ରେଷ୍ଠ..,ଏ ଆମ ନୀତି…
ସ୍ଵର୍ଗ ଠୁଁ ସୁନ୍ଦର ଏ ଜାତି ପ୍ରେମ
ଭାରତୀୟ ରୂପେ ଗଣା ମୁଁ, ହୁଏ ମହାନ..
ଭାତୃତ୍ବ, ମୈତ୍ରୀ ବନ୍ଧନେ ବନ୍ଧା ଏ ମାଟି
ସୁଜଳା ସୁଫଳା ନହେବ କେମିତି…?
ଚତୁର୍ଦ୍ଦିଗ ମହକେ ତ ପୁଷ୍ପ ର ବାସେ..
ପୁଲକିତ ତନୁ ମନେ ବାସ ସଭିଙ୍କ ଏଠି…
ସମାନତା, ସ୍ୱତନ୍ତ୍ରତା ସମ ଭାବେ ବଣ୍ଟା..
ସଭିଏଁ ଏକତା ଏଠି ରହନ୍ତି ବାଣ୍ଟି…
ଏକଛତ୍ରେ ନୁହେଁ ଗଣତନ୍ତ୍ରେ ବନ୍ଧା..
ଭାରତ ଯାହାର ନାଆଁ ଜନ୍ମ ମୁଁ ସେଇଠି…
**ଭାରତ ଯାହାର ନାଆଁ….
***ଜନ୍ମ ମୁଁ ସେଇଠି…
ଦୀପିକା ପେରେଇ