April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଡିବିରି – ମମତା ବାରିକ*

#ଡିବିରି✍

ମମତା ବାରିକ

🍁🍁🍁🍁🍁

ସହରାଞ୍ଚଳ ରାତି ଏଗାରଟା ପାଖାପାଖି ହେବ।ନିସ୍ତବ୍ଧ ରାତ୍ରୀ,ବସନ୍ତର ମୃଦୁମଳୟ,ଉଷୁମ୍ ଶରୀରରେ ରାହା ପୂରାଇ ଦେଉଛି।କେତେ ଲୋକ ତାଙ୍କ କର୍ମ ସ୍ଥଳୀରୁ ଫେରୁଥାନ୍ତି ସେମାନଙ୍କ ଗାଡି ଲାଇଟ୍ ଫୋକସ୍ ପଡି ରାସ୍ତା ରଙ୍ଗୀନ୍ ଶାଢୀ ପିନ୍ଧିଲା ପରି ଚକ୍ ମକ୍ କରୁଥାଏ।ହେଲେ ହଠାତ୍ ଅତି ଦ୍ରୁତ ବେଗରେ ଫରେଷ୍ଟ ବ୍ଲୁ କଲର୍ ର ଏକ ସ୍କୁଟି ବାର୍ ଆଡୁ ମାଡି ଆସିଲା।

ପଛରୁ ସୁଗନ୍ଧା ,,,,ସୁଗନ୍ଧା,,,, କହି ଦୁଇଜଣ ଝିଅ ଡାକୁଥାନ୍ତି ହେଲେ କିଛି ପ୍ରତି ଉତ୍ତର ମିଳୁନଥାଏ, ସ୍କୁଟିରେ ବସିଥିବା ଲେଡିଙ୍କ ପାଖରୁ ।।”

ରାସ୍ତାର ଏକ ପାର୍ଶ୍ବରେ ଏକ ବସ୍ତି ଥାଏ ଆମେ ସେଠିକି ଦୁଇଜଣ ଏନ.ଜି.ଓ କାମରେ ଯାଇଥାଉ, ଗାଡି ଖରାପ ହେବାରୁ ଫେରିବା ବିଳମ୍ବ ହେଲା। ମୁଁ ଆଉ ଜଣେ ସହକର୍ମୀ ସେଠି ଛିଡା ହେଇଥିଲୁ ଲିପ୍ଟ ମାଗି ଘରକୁ ଫେରିବାକୁ।

ହେଲେ ଏ ସ୍କୁଟି ଅଧିକ ବେଗରେ ମାଡି ଆସିବାରୁ ମୁଁ ଆଉ ମୋ ସହକର୍ମୀ ରାସ୍ତା କଡକୁ ସାଇଟ୍ ହେଇଗଲୁ।ହେଲେ ଆଶ୍ଚର୍ଯ୍ଯ କଥା! ଏ ସ୍କୁଟିରେ ବସିଥିବା ଲେଡି ଜଣକ କାହିଁକି ଏତେ ସ୍ପିଡ୍ ରେ ଗାଡି ଚଲାଉଛନ୍ତି ?କାନ୍ଦୁଛନ୍ତି ଓ ସାଙ୍ଗ ମାନଙ୍କ କଥା ଶୁଣୁ ନାହଁନ୍ତି! ତା’ସହ ସେ ଏତେ ସ୍ପିଡ୍ ରେ ଗାଡି ଚଲାଉଥିଲେ?।”

ହେଲେ ଏଇ ବସ୍ତି ପାଖ ଲାଇନ୍ ତାର ଖୁଣ୍ଟି ପାଖରେ ଡିସ୍ ବ୍ରେକ କୁ ଚାପି ଗଳି ପଡିଲେ ସିନା ,

ହେଲେ ଏ ପିଲା ମାନଙ୍କୁ ଦେଖି ଆହୁରି ଅଧିକ ଜୋରେ କାନ୍ଦିବାକୁ ଲାଗିଲେ। ପୁଣି ଯେଉଁଠି ସେ ବସ୍ତି ପିଲାଙ୍କ ଘରେ ଲାଇନ୍ ଚାଲିଗଲେ ଆସି ପଢୁଛନ୍ତି ?

ମନରେ ବହୁତ ପ୍ରଶ୍ନ ଉଙ୍କି ମାରିଲା।ହେଲେ କିଛି ସମୟ ପରେ ତା’ ଶାନ୍ତ ପଡିଗଲା କାରଣ !ଏହା କି ଲେଡି ଜଣଙ୍କ କାନ୍ଦିବା ଭିତରେ ତାଙ୍କ ଦୁଇଜଣ ସାଙ୍ଗ ଯାଇଁ ତାଙ୍କ ପିଠିରେ ହାତ ମାରି ଆଶ୍ୱାସନା ଦେଲେ ଓ ଜଣେ ସାଙ୍ଗ କହିଲା ସୁଗନ୍ଧା ଆଉ ଏମତି ମୋର ଯମା ଭୁଲ୍ ହେବ ନାହିଁ ମତେ କ୍ଷମା କରିଦେ ,,,!”

ହେଲେ ସେ ଲେଡି ଜଣଙ୍କ ତାଙ୍କ କଥାକୁ ଯେତିକି ଶୁଣୁନଥିଲେ ହେଲେ ସେ ସେଇ ବସ୍ତି ପିଲାଙ୍କୁ ଦେଖି କାନ୍ଦୁଥିଲେ,ହେଲେ ସେ ସାଙ୍ଗ ଜଣଙ୍କ ବାରମ୍ବାର କହି ଚାଲୁଥାନ୍ତି ସୁଗନ୍ଧା ପ୍ଲିସ୍ ମତେ କ୍ଷମା କରିଦେ ତୁ ଯାହା ଦଣ୍ଡ ଦେବୁ , ମୁଁ ମାନିନେବି ହେଲେ ମୁଁ ଆଉ ତତେ ସେ ନାଁ ରେ ଡାକିବି ନାହିଁ।।”

ଆମେ ଦୁଇଜଣ ତାଙ୍କ ପାଖକୁ ଗଲୁ ,ପଚାରିଲୁ କ’ଣ ହେଇଛି ଏ ଲେଡିଙ୍କର ଏତେ ବ୍ୟସ୍ତବିବ୍ରତ ହେଇ ଗାଡି କାହିଁକି ଚଲାଉଥିଲେ ହେଲେ ହଠାତ୍ ଗାଡି ବ୍ରେକ ଚାପି ଏମତି ରୋଦନ କରୁଛନ୍ତି।

ତାଙ୍କ ଭିତରୁ ଜଣେ ସାଙ୍ଗ କହିଲେ କିଛି ହେଇନି!ହେଲେ ସେହି ସମୟରେ ସେ ଲେଡି ମାନେ ସୁଗନ୍ଧା ସେ ଝିଅର ପାଟିରେ ହାତ ଦେଇ କହିଲେ କିଛି ହେଇନି ଆମର ଆପଣ ମାନେ ଯାଆନ୍ତୁ।”

ଆମେ ତାଙ୍କୁ ଆଉ କିଛି ପ୍ରଶ୍ନ କଲୁ ନାହିଁ ହେଲେ ହଠାତ୍ ପୁନର୍ବାର ସେ ବସ୍ତି ପିଲାଙ୍କୁ ଦେଖି କାନ୍ଦି ଉଠିଲେ।

ଆମେ ସେମାନଙ୍କୁ ଚାହିଁଥାଉ, ହେଲେ କିଛି ପ୍ରଶ୍ନ କରୁ ନଥାଉ।ସେହି ସମୟରେ ଜଣେ ଲେଡିଙ୍କ ସାଙ୍ଗ ଉଠି ଆସି କହିଲେ -” ଏହା ସୁଗନ୍ଧା ସହ ପ୍ରଥମ ଥର ନୁହେଁ ବରଂ ବାରମ୍ବାର ଘଟୁଛି ।

ଆପଣ ମାନେ ଯାଆନ୍ତୁ ଆମେ ତାକୁ ହ୍ୟାଣ୍ଡେଲ କରିବୁ।

ମୁଁ ତାଙ୍କ ମୁହଁକୁ ଚାହିଁଥାଏ କାରଣ ଏହି କଥା ଶୁଣି ବହୁତ ପ୍ରଶ୍ନ ଉଙ୍କି ମାରୁଥାଏ ।ଆମେ ପୁରୁଷ ଲୋକ ଯଦି କିଛି ସାହାଯ୍ୟ ପଡେ ଆମକୁ କୁହନ୍ତୁ ଆମେବି କିଛି ସାହାଯ୍ୟ କରିପାରିବୁ ଏହା ଭିତରେ ଏଇ କଥା ମୋ ପାଟିରୁ ବାହାରି ପଡିଲା।

ହେଲେ ସେ ଝିଅ ଜଣଙ୍କ କହିଲେ ନାହିଁ ସାର୍ ଏହା ବହୁତ ବଡ କାହାଣୀ-” ସୁଗନ୍ଧାର ସେ ଆପେ ଆପେ ଠିକ୍ ହେଇଯିବ।

ମୁଁ ଜାଣିବାକୁ ଚାହିଁଲି କାହିଁକି ସେ ଏମତି ହେଉଛନ୍ତି।ସେ ମନା କଲେ କହିବାକୁ, ହେଲେ ବାରମ୍ବାର ମୁଁ ଅନୁରୋଧ କରିବାରୁ ସେ କହିବେ ବୋଲି -“ହଁ !କହିଲେ ।

ଆରମ୍ଭ କଲେ ସୁଗନ୍ଧାଙ୍କ କାହାଣୀ ,,,,,!

ସୁଗନ୍ଧା ବୋଲି ଆପଣ ଯେଉଁ ଲେଡି ଙ୍କୁ ଦେଖୁଛନ୍ତି ତାଙ୍କର ପ୍ରକୃତ ନାଁ-” ଡିବିରି”।

ତାଙ୍କ ବାପା ଜଣେ ଟିଚର ମା’ ଗୃହିଣୀ।ତାଙ୍କ ବାପା ମାଆଙ୍କର କିଛି ସନ୍ତାନ ହେଉନଥିଲା ସେ ସେଥିପାଇଁ ବହୁତ ମେଡିକାଲ ବୁଲିଲେ କିଛି ସୁ- ଫଳ ମିଳିଲା ନାହିଁ ।”

ଶେଷରେ ତାଙ୍କ ମାଆ ତାଙ୍କ ଗାଁ ଦେବୀଙ୍କ ପାଖରେ ଅଲିହା ପଡିଲେ ଦୁଇଦିନ,ତାଙ୍କ ବାପା ସ୍ତ୍ରୀର ଦୁଃଖ ଲାଘବ ପାଇଁ ଦିନ ସାରା ଆଉ ରାତିରେ ତାଙ୍କ ମାଆ ଙ୍କୁ ଜଗନ୍ତି କାରଣ କିଛି ଅସୁବିଧା ହେବ ନାହିଁତ ତାଙ୍କ ସହଧର୍ମିଣୀର ଏ ଲୋକ ସିନା ସନ୍ତାନ ଟେ ପାଇଁ ବାରକଥା କହିବେ,ହେଲେ ଏ ଦୁଃଖ ସମୟରେ ସେ କଣ ଆମ ସାତ୍ ଦେବେ ନାହିଁ ସେଥିପାଇଁ ତାଙ୍କ ବାପା ତାଙ୍କ ସ୍ତ୍ରୀ ଙ୍କ ସହ ମିଶି ଦୁଇଦିନ ନିର୍ଜଳା ଉପବାସ କରିଥିଲେ।ଦିନ ବେଳେ ପାଖରେ ବସନ୍ତି ଆଉ ରାତି ଅନ୍ଧାରରେ ଡିବି ଜାଳି ସ୍ତ୍ରୀ ପାଖରେ ବସନ୍ତି ।

ଦୁଇଦିନ ଗଲା ପରେ ତାଙ୍କ ଦେବୀ ସନ୍ତୁଷ୍ଟ ହେଇ ସୁଗନ୍ଧା ମାଆଙ୍କୁ ସ୍ୱପ୍ନାୟତ କଲେ ଯା! ମୁଁ ତୋ ଭକ୍ତିରେ ସନ୍ତୁଷ୍ଟ। ତତେ ଏଥର ଗୋଟେ କନ୍ୟା ସନ୍ତାନ ପ୍ରାପ୍ତି ହେବ, ଏହାପରେ ସ୍ୱାମୀ ,ସ୍ତ୍ରୀ ଫେରିଲେ ଘରକୁ।”

କିଛି ମାସ ଗଲା ପରେ ସୁଗନ୍ଧା ଜନ୍ମହେଲା। ସେ ସମୟରେ ବିଦ୍ୟୁତ୍ ଯୋଗାଯୋଗ ବ୍ୟବସ୍ଥା ଗ୍ରାମାଞ୍ଚଳ ମାନଙ୍କରେ ହେଇନଥିଲା ,ସମସ୍ତେ ଲଣ୍ଠନ ,ଡିବି,ମହମବତୀ ବ୍ୟବହାର କରନ୍ତି।ହେଲେ ସୁଗନ୍ଧା ଘର ଡିବି ବ୍ୟବହାର କରନ୍ତି ତେଣୁ ତାଙ୍କ ମାଆ,ବାପା ସ୍ଥିର କଲେ ଆମେ ଦୁଇଦିନ ଠାକୁରଙ୍କ ପାଖେ ଅଲୀହା ପଡିଥିଲୁ ଯାର ସାକ୍ଷୀ ଏଇ ଡିବି”। ଆଉ ସେ ଜନ୍ମ ହେଲା ବି ଏଇ ଡିବି” ସାମ୍ନାରେ ତେଣୁ ତା’ ନାଁ ଆମେ ଦେବା” ଡିବିରି।”

ସେଇଦିନ ଠାରୁ ସୁଗନ୍ଧା ନାଁ ଡିବିରି ।ଆଉ ତା ସହ ତା ବାପା ମାଆ ବହୁତ ଖୁସିଥିଲେ ପାଞ୍ଚବର୍ଷ ପର୍ଯ୍ଯନ୍ତ। ହେଲେ କାଳର କରାଳ ରୂପ ଭିତରେ କିଏ ଲୀନ ହେଇଯିବ କିଏ ଜାଣିଛି।ଡିବିରିକୁ ଯେଉଁ ଦିନ ପାଞ୍ଚବର୍ଷ ସେଦିନ ତାଙ୍କ ବାପା ମାଆ ଡିବିରି କୁ ନେଇ ବୁଲିବାକୁ ଯାଇଥିଲେ ଜନ୍ମଦିନ ପାଇଁ ବୁଲିବାକୁ ହେଲେ ଏକ ଗାଡି ଆକ୍ସିଡେଣ୍ଟରେ ବାପା ମା’ ଆରପାରିକୁ ଚାଲି ଗଲେ।”

ଡିବିରି ଘର ଆଉ କେହି ସମ୍ପର୍କୀୟ ନଥିବାରୁ ସେ ଗାଁ ପାଖରେ ଜଣେ ମାଉସୀଙ୍କ ଘରେ ରହିଲା ସତ।ହେଲେ ତାକୁ ସେଠି ମିଳିଲା କେବଳ ଛୋଟ ବୟସରୁ ମାନସିକ ନିର୍ଯ୍ଯାତନା ଆଉ ଶୁଖିଲା ରୁଟି,ଅଇଁଠା ଭାତ ଲଙ୍କାଝୋଳ,ବଳକା ବାସି ଖାଦ୍ୟ।”

ଛୋଟ ପିଲାକୁ ଘର ସାରା କାମ କରାଇଲେ ଆଉ ପଢିବାକୁ ଆଗ୍ରହ ଥିଲେ ମଧ୍ୟ ତା’ ମିଳିଲା ନାହିଁ ।ହେଲେ ସେ ବହୁତ କାନ୍ଦିବାରୁ ସାହିପଡିସା କହିବାରୁ ସ୍କୁଲ୍ ରେ ନାଁ ଲେଖା ଗଲା ସତ ହେଲେ ପଢିବାକୁ ସିଲଟ୍ ଖଡି ଦିଆଗଲା ନାହିଁ ।ଭଗବାନଙ୍କ ଦୟା ହେତୁ ତାକୁ ଜଣେ ସମାଜସେବୀ ଆଣି ଏଇ ବସ୍ତିରେ ତାଙ୍କ ଝିଅ କରି ରଖିଲେ।ସେ ଏଇ ବସ୍ତିରେ ରହିଛି ,ରାସ୍ତା ଲାଇନ୍ ରେ ପଢିଛି ହେଲେ ତା ‘ ଏ ଟିକକ ସୁଖକୁ ବି ଭଗବାନ୍ ସହିପାରିଲେ ନାହିଁ ଏ ସମାଜ ସେବୀ ବାପାକୁ ବି ଭଗବାନ୍ ଛଡାଇ ନେଲେ ତା’ ପାଖରୁ ।ଶେଷରେ ସେ ଆସି ଅନାଥ ଆଶ୍ରମରେ ଆମ ମାନଙ୍କ ସହ ରହିଲା ପଢିଲା ବଡ ହେଲା।ଆଜି ଆମେ ସମସ୍ତେ ନିଜ ଗୋଡରେ ଛିଡା ହେଇଛୁ ସତ ହେଲେ ସେ ପୁରୁଣା କଥା କଣ ମନରୁ ପାଶୋରି ପାରିବୁ ଏହି ପରି ଦୃଶ୍ୟ ଯେତେବେଳେ ଆମ ଆଖି ଆଗରେ ଝଲସି ଉଠିବ।ସେଥିପାଇଁ ଆମେ ସମସ୍ତେ ମିଶି ଏଇ ପାଖରେ ଥିବା ଅନାଥ ଆଶ୍ରମର ସବୁ ଦାୟିତ୍ବ ଆମେ ବହନ କରୁଛୁ ନିଜ ରୋଜଗାରରୁ ଆମର ଗୋଟେ ଲକ୍ଷ୍ୟ ଆମ ପରି କେହି ଯେମତି କଷ୍ଟ ନ ପାଆନ୍ତୁ ।ହେଲେ ସୁଗନ୍ଧାର କାନ୍ଦିବାର ମୁଖ୍ୟ କଥା ହେଲା ଯେ ଆମେ ଟିକେ ମଜାମସ୍ତି ଭିତରେ ତା ପୂର୍ବ ନାଁ ଟା ପାଟିରୁ ବାହାରିଗଲା ଯେଉଁ ନାଁକୁ ସେ ନିଜ ଜୀବନରେ ଅଭିଶାପ ମଣିଛି ।କାରଣ ସେ ଭାବେ ଡିବିର ସଳିତା ଜଳି ଜଳି ଯେମତି ଶେଷରେ ସମସ୍ତଙ୍କୁ ପୋଡିଦିଏ ନଚେତ୍ ନିଜେ ଜଳିଯାଏ।ଠିକ୍ ସେ ସେହିପରି ଏହି ନାଁକୁ ଭାବେ କାରଣ ସେ ନିଜ ବାପା ମାଆ ଙ୍କୁ ହରାଇଲା ଏତେ କଷ୍ଟ ସହିଲା ପିଲା ବେଳୁ କେବଳ ଏଇ ନାଁ ଥିବା ଯାଏଁ ।ଆଉ ଅନାଥାଶ୍ରମକୁ ଆସିବା ଦିନରୁ ଏଇ ସୁଗନ୍ଧା ନାଁ ତାକୁ ସବୁ ପୂର୍ବକଥାକୁ ଭୁଲାଇଛି ଆଉ ଗୋଟେ ନୂଆଁ ଜନ୍ମ ଦେଇଛି ବୋଲି ସେ ଭାବେ।ସେ ଆଉ ଚାହେଁ ନାହିଁ ସେ ଡିବିରି ,,,ଶବ୍ଦ କୁ ନିଜ ଜୀବନରେ ଆଣିବା ପାଇଁ ଯା ତା’ ପାଇଁ ଅଭିଶାପ।।”

ଏହା କହି ସୁଗନ୍ଧାଙ୍କ ସାଙ୍ଗ ଚାଲିଗଲେ ସୁଗନ୍ଧାଙ୍କ ପାଖକୁ ଆଉ ତାଙ୍କୁ ବହୁତ ବୁଝାଇ ସେ ପାଖରେ ଥିବା ତାଙ୍କ ଘରକୁ ନେଲେ।।”

ହେଲେ ମୁଁ ସେମାନଙ୍କ ପାଖରୁ ଫେରି ଭାବୁଥାଏ-

“ସମୟ ସିନା ତା’ ମୋଡ ପରିବର୍ତ୍ତନ କରିଥାଏ ହେଲେ ସେ ସମୟ ମଧ୍ୟରେ କ’ଣ କ’ଣ! ପରିବର୍ତ୍ତନ କରିଥାଏ ପ୍ରତ୍ୟେକ ମଣିଷ ଜୀବନରେ-” ତା’ କେବଳ ଏହି ମଣିଷର ହୃଦୟରେ ସାଇତା ହେଇ ରହିଥିବା ସ୍ମୃତି କହିଥାଏ ।”

ଠିକ୍ ସେହି ପରି ଏ ଲେଡି ସୁଗନ୍ଧାଙ୍କ ଜୀବନରେ ବହୁତ ପରିବର୍ତ୍ତନ ଘଟିଛି ସମୟର ପରିବର୍ତ୍ତନ ପାଇଁ ।ଆଉ ଯଦି ସେ ସ୍ମୃତି ସବୁ ମନେ ପଡିଯାଏ କୌଣସି ମୂହୁର୍ତ୍ତରେ ଏହି ପରି ସାମୁଦ୍ରିକ ଝଡ ସୃଷ୍ଟି ହୁଏ ମନରେ।।”

ବାଃ !ଭଗବାନ୍ ବାଃ !ମଣିଷ ଜୀବନରେ ଏମତି ଦୁଃଖ ସୁଖ ନିରୂପଣ କରିଛ କାହାକୁ ଡିବିରି ପରି ଦୁଃଖ ପରେ ଦୁଃଖ ତ ଆଉ କାହାକୁ ଖୁସି ହିଁ ଖୁସି।ତା’ ପରେ ମୋ ପାଟିରୁ ବାହାରି ଆସିଲା-

 

“ସମୟ ପରିବର୍ତ୍ତନଶୀଳ

ଦୁଃଖ,ସୁଖ ତା’ବାହନ,

ମନୁଷ୍ୟ ସେଠି ଡୁବଇ ଜାଣ

ନାହିଁ ତା’ର ସନମାନ।”

 

 

ମମତା ବାରିକ

Loading

Leave a Reply

Your email address will not be published. Required fields are marked *