ଭେଟି ହେଲା ମାଟି
●●●●●●●●●●●●
ସ୍ମାର୍ଟ ଫୋନ୍ ପାଇଁ ଏବେର ମଣିଷ
ଟେଲିଫୋନ୍ ଭୁଲି ଯାଇଛି,
ଯୋଗାଯୋଗ ପାଇଁ ଅତୀତକୁ ଛାଡି
ନୂଆ କୁ ସେ ଭିଡି ଧରିଛି।।
ନବେ ଦଶକରେ ଯୋଗାଯୋଗ ପାଇଁ
ଥିଲା ଏହା ଅତି ନିଜର,
ଦୂରତାକୁ ପୁଣି ସଂକୀର୍ଣ୍ଣ କରିଲା
ଲାଗିଲା ସତେ ଆପଣାର।।
ପ୍ରତ୍ୟେକଙ୍କ ମଧ୍ୟେ ସଂପର୍କ ଯୋଡିଲା
ନିବିଡ଼ ରୁ ଅତି ନିବିଡ଼,
ସମୟ ସାଥିରେ ସବୁ ଚାଲିଗଲା
ଶେଷେ ହୋଇଲା ସିଏ ଜଡ଼।।
ଯନ୍ତ୍ର ନୁହେଁ ସେ ତୋ ଗ୍ରାହାମ୍ ବେଲଙ୍କ
ସମାଜ ପାଇଁ ଏକ ଭେଟି,
ଆଧୁନିକତା ସ୍ପର୍ଶେ ପୁରୁଣା ଭେଟି
ହେଲାଣି ସତରେ ଯେ ମାଟି।।
ଜୟଶ୍ରୀ ଖଟୁଆ
ନୂଆସାହି,କପ୍ତିପଦା,ମୟୂରଭଞ୍ଜ