ବର୍ଷ ବର୍ଷ ଧରି ସାଇତା ନୀରବତା
ବର୍ଷ ବର୍ଷ ଧରି ସାଇତା ନୀରବତା
ଆଜି ଇଚ୍ଛା କରନ୍ତି କହିବାକୁ କଥା,
କିନ୍ତୁ ଶଙ୍କା ଥାଏ ଆଉ ଭୟ ବି
ଅନେକ ଦିନରୁ ସାଇତା ନୀରବତା
ଆଜି ସ୍ପଷ୍ଟ ଭାବେ କହିବ କି କଥା?
ସ୍ପଷ୍ଟ ହେଉ କି ଅସ୍ପଷ୍ଟ ସେ କହିବ କଥା
ଭୁଲିଯିବ ସମାଜର ପରମ୍ପରା ଆଉ ପ୍ରଥା,
ଏଥିପାଇଁ ତାକୁ ସହିବାକୁ ପଡୁ ଅବା
ମନେ ଆସୁ ବ୍ୟଥା,
ଅନେକ ଦିନର ନୀରବତା ଭାଙ୍ଗି
ସେ କହିବ କଥା ।
ଅନେକ ବର୍ଷ ରୁ ଅଛି
ପୁରୁଣା ଡାଏରୀରେ ସାଇତା,
ବର୍ଷ ବର୍ଷ ଧରି ଡାଏରୀ ରେ ବନ୍ଦୀ ରହି
ଅସହାୟ ହେଲାଣି ତା ଅବସ୍ଥା,
ସେଥିପାଇଁ ଆଜି ମୁହଁ ଖୋଲି କହିବ ସେ
ପଦେ ଦୁଇ ପଦ ଅଭିମାନର କଥା ।
ପ୍ରଭାସିନୀ ରାଉତ
ସାଲେପୁର, କଟକ