ଅଦୃଶ୍ୟ ଡୋର
*********
ସ୍ରଷ୍ଟାଙ୍କ ଦ୍ବାରା ପରିଚାଳିତ ଏ ସଂସାର,
ମନୁଷ୍ୟଙ୍କୁ ବି ବାନ୍ଧି ରଖେ ଅଦୃଶ୍ୟ ଡୋର।।
ସଭିଁଙ୍କ ଆଗମନ ଅଭିନୟ ନିମନ୍ତେ,
ପୁଣି ବାହୁଡି ଯାନ୍ତି ଅଭିନୟର ଅନ୍ତେ।।
ମଣିଷ ଜୀବନ ସତେ ଜଉର କଣ୍ଢେଇ,
ନୃତ୍ୟ କରୁଥାଏ ସଦା ସବୁକୁ ମୁଣ୍ଡେଇ।।
ଶରୀରରେ ପ୍ରାଣ ତଥା ମସ୍ତିଷ୍କରେ ଜ୍ଞାନ,
ସ୍ରଷ୍ଟାଙ୍କ ଇଙ୍ଗିତ ସଦା କରୁଥାଉ ଧ୍ୟାନ।।
ମୁଣ୍ଡ ଥାଇ ସଭିଏଁ ଯେ ହେଲେ ପଙ୍ଗୁ ପ୍ରାୟ,
ମର୍ତ୍ତେ ସୃଷ୍ଟି ହୋଇ ପୁଣି ହେଲେ ଅସହାୟ।।
ଅଭିଶପ୍ତ ଜୀବନ କି ଆଶୀର୍ବାଦ ଯୁକ୍ତ,
ଦଇବ ଦଉଡି ଠାରୁ କେହି ନୁହେଁ ମୁକ୍ତ।।
ଜୟଶ୍ରୀ ଖଟୁଆ
ନୂଆସାହି,କପ୍ତିପଦା,ମୟୂରଭଞ୍ଜ