ଆଭିଜାତ୍ୟ
ସମ୍ଭ୍ରାନ୍ତ ସମ୍ରାଟ ପ୍ରଜାପ୍ରେମୀଙ୍କର
ଆଭିଜାତ୍ୟ ଥିଲା ଚି଼ହ୍ନ ,
ପାତର ଅନ୍ତର , ଧର୍ମ, ବର୍ଣ୍ଣ ଭୁଲି
କର୍ମେ ଥିଲେ ସଦା ଲୀନ ,
ଅଛି କିରେ ସେହି ଗୁଣ ?
ଆଭିଜାତ୍ୟ ଧରି ଅନୀତି ତୁ କରି
ସିଂହ ବୋଲାଉଛୁ ଶ୍ୱାନ ।
ପ୍ରଜା ଥିଲେ ତାଙ୍କ ବାପା ମାଆ ଭାଇ
ରାଜ୍ୟ ଥିଲା ଏକ ଘର ,
ତାଙ୍କରି ଔରସୁ ଜନ୍ମହୋଇ ତୁହି
ହେଲୁ କିଆଁ ଏତେ କ୍ରୁର ,
କର୍ମକୁ କରିଲୁ ପର
ଦୁଃଖୀ ରଙ୍କିଙ୍କର ଝାଳ ନିଗିଡା କୁ
ଭିଡ଼ିକି କରିଲୁ ତୋର ।
ଆଭିଜାତ୍ୟ କହେ ବଂଶ ପରମ୍ପରା
ବଂଶ କହେ ତୋର ଧର୍ମ ,
ଧର୍ମ କହେ ତୋର ମଣିଷ ପଣିଆ
ଦୟା କହେ ତୋର କର୍ମ ,
ଏହା ଅଟେ ସାରମର୍ମ ,
ଜାତି, ଧର୍ମ, ବଂଶ କିଛି ବି ନଥିଲା
ସବୁ ଏ ଅଚିରେ ଜନ୍ମ |
କଳା କାଳିମା ତୋ ଦେହ ସାରା ବୋଳା
ଅନ୍ଧାର ରେ ଅଛୁ ଏବେ ,
ଖୋଲି ଦେଲେ ବାବୁ ଅନ୍ଧର ପୁଟୁଳି
ମୋହ ତୋ ଛିଡି଼ବ ସେବେ ,
ଆଲୁଅ ଦେଖିବୁ ଭବେ ,
ଆଭିଜାତ୍ୟ ତୋର ବଡ଼ ଥିଲା ବୋଲି
ଗର୍ବ ନ କରିବୁ କେବେ ।
ଅଙ୍କିତ୍ କୁମାର ସ୍ୱାଇଁ
ଶାସନ୍ଦା, ବିଂଝାରପୁର, ଯାଜପୁର