ଅପେକ୍ଷାର ଅନ୍ତ
ଧଣ୍ଡାମୁଣ୍ଡା ବୋଲି ଗ୍ରାମ ଟିଏ ଥିଲା। ସେଠାରେ ପାଖାପାଖି ୭୦ ପରିବାର ର ଥିଲେ। ପରିବାର ମଧ୍ୟରୁ ଗୋଟିଏ ଏମିତି ପରିବାର ଥିଲେ, ସେ ପରିବାର ରେ ଚାରି ଜଣ ସଦସ୍ୟ ଥିଲେ।ସୁଖି ପରିବାର ଟିଏ। ଚନ୍ଦ୍ରିକା ବୋଲି ଗୋଟିଏ ବୋହୂ ଟିଏ ଥିଲା।ସେ ଭାରି ଶାନ୍ତ।ତା ଶାଶୁ ମାଁ ମଧ୍ୟ ଭଲ ଥିଲା। ବାହା ହେବାର ପନ୍ଦର ବର୍ଷ ହୋଇଗଲାଣି ହେଲେ ତା କୋଳରେ ସନ୍ତାନ ଟିଏ ନାହିଁ। ଚନ୍ଦ୍ରିକା ର ସ୍ବାମୀ ବିରେନ ଗୋଟିଏ ସରକାରୀ ସ୍କୁଲରେ ପାଠ ପଢାଏ।ଦିନେ ଚନ୍ଦ୍ରିକା କହିଲା ମାଁ ମୁଁ ଏଆଙ୍କୁ ସ୍କୁଲ ରୁ ଖାଇବାକୁ ଦେଇଆସୁଛି। ଚନ୍ଦ୍ରିକା ର ଶାଶୁ ହଁ ରେ ମାଁ ଯା, ଯିଏ ଯାହା କହିଲେ ଶୁଣିବୁ ନି କହିଲା। ଚନ୍ଦ୍ରିକା ହଁ କହି ଚାଲି ଗଲା।
ସେ ସ୍କୁଲ କୁ ପହଞ୍ଚିଲା ବେଳକୁ ଛୁଆ ମାନଙ୍କୁ ଦେଖି ପାଖକୁ ଗଲା। ତାଙ୍କ ସାଙ୍ଗରେ କିଛି ସମୟ ବିତେଇ ଘରକୁ ଆସୁଥାଏ। ଚନ୍ଦ୍ରିକା ର ପଡୋଶୀ ଛୁଆ ବାଟରେ ଖେଳୁଥାଏ। ଚନ୍ଦ୍ରିକା ସେ ଛୁଆ କୁ ଦେଖି ଖୁସି ରେ ତା କୋଳକୁ ଆବୋରି ଆଣିଲା। ସେ ଛୁଆ ର ମାଁ ଘରୁ ବାହାରି କହିଲା ଆରେ ଆରେ ଦେଖ ମୋ ପୁଅକୁ କେମିତି କୋଳରେ ଧରିଛି। ଚନ୍ଦ୍ରିକା କୁ ଅନେକ କଥା କହିଦେଲା। ଚନ୍ଦ୍ରିକା କିଛି ନ କହି ଘରକୁ ଚଲି ଆସିଲା
ସୋମବାର ଦିନ ଚନ୍ଦ୍ରିକା ମାନସିକ ରଖିଥିଲା ମନ୍ଦିର କୁ ଗଲା।ପୂଜାରି ଙ୍କୁ ଭୋଗ ଥାଳି ଦେଲା ଆଉ କହିଲା ମାନସିକ ରଖିଛି ବୋଲି। ମନ୍ଦିର ପାଖରେ ଗୋଟିଏ ପାର୍କ ଅଛି। ସେଠାରେ ଛୁଆ ମାନେ ଖେଳୁଥାନ୍ତେ । ଚନ୍ଦ୍ରିକା ମନ୍ଦିରରୁ ଫେରିଲା ବେଳକୁ ସେ ଛୁଆ ମାନଙ୍କୁ ଦେଖି ତାଙ୍କ ପାଖକୁ ଗଲା। ଭୋଗ ଦେଲା ଆଉ ଖେଳିଲା। ସେ ଛୁଆ ର ମାଁ ମାନେ ଆସି ତାଙ୍କ ଛୁଆ ମାନଙ୍କୁ ଟାଣି ଆଣିଲେ ଚନ୍ଦ୍ରିକା ପାଖରୁ।ଆଉ କହିଲେ ତୁ ଏମିତି ବନ୍ଧ୍ୟା ହୋଇ ରହିବୁ ତୋ କୋଳକୁ ସନ୍ତାନ ଆଉ ମିଳିବ ନି ଯେତେ ମାନସିକ କରିଲେ ମଧ୍ୟ। ଏମିତି ଅନେକ କଥା କହିଲେ । ବିଚାରି ଚନ୍ଦ୍ରିକା କିଛି ନ କହି ଟିକିଏ ହସି ଦେଇ ଚାଲି ଆସିଲା।
ଆର ଦିନ ସକାଳେ ଚନ୍ଦ୍ରିକା କାନ୍ଦୁଥାଏ। ତା ଶାଶୁ ମାଁ କାନ୍ଦ ଶୁଣିକି ଦଉଡ଼ି ଆସି କହିଲା ଆରେ ମାଁ ତୁ ଏମିତି କାହିଁକି କାନ୍ଦୁଛୁ। ଚନ୍ଦ୍ରିକା ମାଁ ମୁଁ ଆଉ ସହ୍ୟ କରିପାରୁନି।ତୁ ଜାଣିଛୁ ଅପେକ୍ଷା ର ଫଳ ମିଠା ବୋଲି।ତାହାଲେ ଶୁଣ କହୁଛି।
“ମୋ ମା’ ମଧ୍ୟ ବହୁବର୍ଷ ଯାଏ ନିଃସନ୍ତାନ ଥିଲେ। ଥରେ ଜଣେ ମହାପୁରୁଷଙ୍କୁ ଯାଇ ସେ ସନ୍ତାନ ପାଇଁ ବର ପ୍ରାର୍ଥନା କରନ୍ତେ।ସେ ମହାତ୍ମା ମୋ ମା’ ଙ୍କୁ ସାଇତି ରଖିଥିବା ତାଙ୍କର କୌଣସି ପ୍ରିୟ ବସ୍ତୁ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ। ମା’ ଦୂରବର୍ତ୍ତୀ ନିଜ ଗ୍ରାମ କୁ ଲେଉଟି ଆସି, ବାପ ଘରୁ ଆଣିଥିବା ପୁରୁଣା ରୂପା ମୁଦ୍ରା ଟିଏ ବାହାର କରି ସେହି ମହାପୁରୁଷଙ୍କୁ ଭେଟିବାକୁ ଯାଇ ଦେଖେ ତ ସେଠାରେ ସେ ନାହାନ୍ତି। ସେଠାରେ ସେ କୋଡିଏ କୋଶ ଉତ୍ତରକୁ ଯାଇ ପୁଣି ବାଟ ଚାଲିବାକୁ ଲାଗିଲେ। ବାଟରେ ନଈ।ନଈ ର ବନ୍ୟା।ନାଆର ଦେଖା ନାହିଁ। ମା’ ସେହି ନଦୀ ସ୍ରୋତକୁ ଖାତିର ନକରି ଆଗକୁ ବଢ଼ିଲେ ଏବଂ ନଈ ପାର ହେଲେ। କିନ୍ତୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଶୁଣିଲେ, ମହାପୁରୁଷ ସେଠାରେ ଆହୁରି ତିରିଶ କୋଶ ଦୂରବର୍ତ୍ତୀ ଏକ ଗ୍ରାମକୁ ପ୍ରସ୍ଥାନ କଲେଣି।ମା’ ପୁଣି ସେଠାରେ, ନ ଅଟକି ଆଗେଇଲେ ମହାପୁରୁଷଙ୍କୁ ଖୋଜିବାକୁ। ଶେଷରେ ତାଙ୍କୁ ଭେଟି, ଆଣିଥିବା ମୁଦ୍ରାଟି ସମର୍ପିଦେଲେ । ମହାପୁରୁଷ ତାହା ଗ୍ରହଣ କରି ଧ୍ୟାନସ୍ଥ ହେଲେ ଏବଂ ମା’ଙ୍କୁ ସନ୍ତାନ ପ୍ରାପ୍ତିର ବର ପ୍ରଦାନ ଫଳରେ ମୁଁ ଜନ୍ମ ନେଲି।”
ଏକଥା ଶୁଣି ଚନ୍ଦ୍ରିକା ଆଖିର ଲୁହ ଧିରେ ଧିରେ ବନ୍ଦ ହେଲା। ଖୁସିରେ ତା ଶାଶୁ କୁ କୁଣ୍ଡେଇ ଧରିଲା ଆଉ କହିଲା, ମାଁ ଯେତେ କଷ୍ଟ ହେଲେ ମଧ୍ୟ ମୁଁ ଯିବି।
ଚନ୍ଦ୍ରିକା ମହାପୁରୁଷଙ୍କୁ ଦେଖା କରିବାକୁ ଗଲା। ତା ମନସ୍କାମନା ପୂର୍ଣ୍ଣ ହେଲା।ତାର ଗୋଟିଏ ପୁଅ ହେଲା ଖୁସି କହିଲେ ନ ସରେ। ଚନ୍ଦ୍ରିକା ତା ଶାଶୁ ମାଁ କୁ କହିଲା ଆପଣଙ୍କ ପାଇଁ ଆଜି ମୁଁ ଏତେ ଖୁସି , ଚନ୍ଦ୍ରିକା ର ଶାଶୁ ମାଁ ଦେଖିଲୁ ତୋ ମାଁ ଏବେ।ଏତେ ସହ୍ୟ କରିଲୁ ବୋଲି ଆଜି ଏତେ ବଡ଼ ଖୁସି ଟିଏ ପାଇଲୁ ।
ଶେଷର ଅନ୍ତ ହେଲା। ସେମାନେ ହସ୍ପିଟାଲ ରୁ ଘରକୁ ଆସିଲେ।
ଦୀପାଳି ମେହେର
ବରଗଡ଼