ହର ଘର ତ୍ରିରଙ୍ଗା
ସ୍ବାଧିନତା ପାଇ ଆଜି ଆମେରେ ସ୍ବାଧିନ
ଭାରତରେ ଜନ୍ମ ନେଇ ହେଲୁ ରେ ମହାନ ।
ପଞ୍ଚସ୍ତରୀ ବର୍ଷ ଆଜି ସ୍ବାଧିନତା ପୂର୍ତ୍ତି
ଦେଶ ପାଇଁ ଜାଗି ଭଠୁ ପ୍ରେମ ଭାବ ଭକ୍ତି ।
ମହାପର୍ବ ପାଳୁ ଆଜି ଆନନ୍ଦ ମନରେ
ଆଜାଦୀର ଅମୃତ ମହୋସବ ଏହି ରେ ।
ନରେନ୍ଦ୍ର ମୋଦି ଦେଲେ ଯେ ସତନ୍ତ୍ର ଆହ୍ବାନ
ଜାତି,ଧର୍ମ,ବର୍ଣ୍ଣ ମଧ୍ୟେ ଆମେ ରେ ସମାନ ।
ସମାନତା ପାଇଁ ପୁଣି ଜାତୀୟ ପ୍ରତୀକ
ଘରେ ଘରେ ଠିଆ ହେଲା ଦେଖାଇ ମସ୍ତକ ।
କାଶ୍ମୀରରୁ ପୁଣି କନ୍ୟାକୁମାରୀ ପର୍ଯ୍ୟନ୍ତ
ଗାଁ ରୁ ସହର ତହିଁ ଏ ଦେଶର ସୀମାନ୍ତ ।
ସବୁ ଠାରେ ରାଷ୍ଟ୍ର ଧ୍ବଜା ଉଡେ ଫରଫର
ତ୍ରିରଙ୍ଗାର ରଙ୍ଗେ ଆଜି ଦେଶ ରଙ୍ଗେ ମୋର ।
ପିଙ୍ଗଲୀ ଭେଙ୍କୟା ଥିଲେ ଶିଳ୍ପୀ ଯେ ଅପୂର୍ବ
ଆଙ୍କିଥିବା ସ୍ବରୂପ ଯେ ଆମ ପାଇଁ ଗର୍ବ ।
କଳ୍ପନା କରିଲେ ଯହିଁ ତ୍ରିରଙ୍ଗାକୁ ଆମ
ତାଙ୍କ ଜନ୍ମବାର୍ଷିକୀରେ ନେବା ତାଙ୍କ ନାମ ।
ଗାଏ ଗାଥା ଗର୍ବ ଆଉ ଆମ ଗୌରବର
ବିଶ୍ବାସ ଓ ଏକତାର ପ୍ରତୀକ ଆମର ।
ପରାଧିନ ଭାରତରେ ସ୍ବାଧିନତା ସ୍ବାଦ
କେତେ ବୀର ସଂଗ୍ରାମୀ ହୋଇଥିଲେ ଶହୀଦ ।
ତାଙ୍କ ପାଇଁ ଆଜି ଆମେ ସ୍ବାଧିନ ହୋଇଛୁ
ତ୍ରିରଙ୍ଗା ଉଡାଇ ତାଙ୍କୁ ସମ୍ମାନ ଦେଉଛୁ ।
ଜୟଶ୍ରୀ ଖଟୁଆ
ନୂଆସାହି,କପ୍ତିପଦା,ମୟୂରଭଞ୍ଜ