ଗୁରୁ ତୁମେ ମହାନ୍
ହେ ଗୁରୁ ତୁମେ ମହାନ୍
ମହାନ୍ ତୁମ ବ୍ୟକ୍ତିତ୍ବ,
ହେଲେ ଆଜି ହଜି ଯାଇଛି
ଗୁରୁର ପୁରୁଣା ଗୁରୁତ୍ବ।
ନାହିଁ ଆଜି ଚାଟଶାଳୀ
ନାହିଁ ପୁଣି ଖଡିସିଲଟ,
ଚାକଚକ୍ୟ ଦୁନିଆରେ
ସ୍ମାର୍ଟ କ୍ଲାସ୍ ଆଜି ସ୍ଥାପିତ।
ଚାଟର ଯେତେ କର୍ତ୍ତବ୍ୟ
ଜଣା ନାହିଁ ଆଜି କାହାକୁ,
ତେଣୁ କି ଆଜି ଝୁରୁଛୁ
ପାଶ୍ଚାତ୍ୟର ଶିକ୍ଷା ଢାଞ୍ଚାକୁ।
ହର୍ସ ଉଲ୍ଲାସରେ ମାତି
ଗୁରୁ ଦିବସକୁ ପାଳନ୍ତି,
ଉପହାର ଦେଇ ପୁଣି
ପଛେ କେତେ ଅପନିନ୍ଦା କରନ୍ତି।
ଜନ୍ମ ଦାତ୍ରୀ ନିଜ ମା’କୁ
ପ୍ରଥମ ଗୁରୁ କେ ନ ମାନନ୍ତି,
ବଡହୋଇ ଗଲେ ମା’କୁ
ଜରାଶ୍ରମେ ନେଇ ଛାଡନ୍ତି।
ଦ୍ବିତୀୟ ଗୁରୁ ପିତାକୁ
ସମ୍ପତି ଲୋଭରେ ରଖନ୍ତି,
ପାଇଗଲେ ସବୁ ତାଙ୍କଠୁ
ବେଦଖଲ କରି ଦିଅନ୍ତି।
ସଦୟ ହୃଦୟ ଯେ ଗୁରୁଙ୍କର
ଦେଲେ ପଛେ ଦୁଃଖ ହଜାର,
ନକରି କେବେ ସେ ପ୍ରହାର
ଆଶିଷ ଢାଳନ୍ତି ଆମ ଶିର ର।
ଜୟଶ୍ରୀ ଖଟୁଆ
ନୂଆସାହି,କପ୍ତିପଦା,ମୟୂରଭଞ୍ଜ