“ମାଆ ତାରିଣୀ”
ମା, ତାରିଣୀ ଲୋ ମା,ତାରିଣୀ
ଘଟଗାଁ ବାସିନୀ ନଡ଼ିଆ ରାଣୀ
ପ୍ରଣତି ତୋର ଚରଣରେ
ଏ କାର୍ତ୍ତିକ ମାସେ ଆଶା ତୋର ପୟରେ ।।
ଆଜି ପରା ସୋମବାର ଦିତୀୟ ପାଳି
ତୋର ପାଦେ ମାତ ମୁହିଁ କରଇ ଅଳି
ଚାହାଁ ବାରେ ଜଗତ ଜନେ
ଅନ୍ୟାୟ ତେଜି ନ୍ୟାୟକୁ ରଖନ୍ତୁ ଧ୍ୟାନେ ।।
କଳିର କରାଳ ଛାୟା ଗ୍ରାସ କରିଅଛି
ଭଲ କଲେ ଭେଲ ହୁଏ ପ୍ରତ୍ୟକ୍ଷେ ଦେଖୁଛି
ନୋହିଲେ ମା ତୋର କରୁଣା
ଅବାଟରେ ଯିବୁ ବୁଦ୍ଧି ହେଉଛି ବଣା ।।
ଥଳ କୂଳ ପାଉନାହିଁ ଯାଉଛି ମା ବୁଡି
ଚତୁର୍ଦ୍ଦିଗ ଅନ୍ଧକାର ଯେ ଘନ କୁହୁଡି
ବଢାଇଦେ ଅଦେଖା ହାତ
ପାର ହେବାପାଇଁ ହେଉ ମୋହର କାତ।।
ଏତିକି ଗୁହାରି କରେ ଆଜିର ଦିନରେ
କ୍ଷମା କରିବୁ ମୋ ଦୋଷ ଅଧମ ଜନରେ
ଆଶ୍ରା ତୋର ପଦ ପଙ୍କଜ
ତୋର ନାମ ଧରି ଚଳୁ ସଂସାର ନାବ ।।
ହେମନ୍ତ କୁମାର ସାହୁ।
ମାହାଙ୍ଗା।