“ମୁଁ କିଏ ?”
ମାଆ ମୋତେ ସିନା ଜନମ ଦେଇଣ
ଭୂପୃଷ୍ଠକୁ ଆଣିଛନ୍ତି
କିଏ ମୁହିଁ ପୁଣି କେଉଁଠୁ ଆସିଲି
ଏ କଥା କିଏ ଜାଣିଛି ?
କେଉଁଠି ଥିଲି ମୁଁ କେଉଁ ରୂପ ଧରି
କିଏ ଥିଲେ ପିତା ମାତା
କି କର୍ମ କରିଣ ନର୍କେ ଜନମିଲି
କିଏ ମୋ ପ୍ରେରଣ କର୍ତ୍ତା ।।
କେଉଁ କାର୍ଯ୍ୟ ପାଇଁ ଆସିଅଛି ମୁହିଁ
କେହି ତ କହି ନାହାଁନ୍ତି
ଏ ମଣିଷ ରୂପ ଧରିଛି ମୁଁ ଏବେ
ସତେ ବା ଭୁଆଁ ବୁଲୁଛି ।।
ସତ ଧନ୍ୟବାଦ ମୋ ଗର୍ଭଧାରିଣୀ
ଦଶ ମାସ କଷ୍ଟ ସହି
ନୂତନ ଆଲୋକ ଦେଖାଇଲା ମୋତେ
ସ୍ତନରୁ କ୍ଷୀର ଖୁଆଇ ।।
ମୋ ପାଳନ କର୍ତ୍ତା ବାପାଙ୍କୁ ଦେଖୁଛି
ମୋ ପାଇଁ ବହୁ ଚିନ୍ତିତ
ଭଲ ଖୋଇ ଭଲ ପିନ୍ଧାଉ ଅଛନ୍ତି
ଯୋଗାନ୍ତି ପସନ୍ଦ ଚିଜ ।।
ଇଏ କି ସଂସାର ମୁହିଁ ଦେଖୁଅଛି
ଖାଲି କୋଳାହଳ ପୂର୍ଣ୍ଣ
ଅସତ୍ୟ ମଧ୍ୟରେ ବୁଡି ରହିଛନ୍ତି
ଅବୁଝା ରହୁଛି ମନ ।।
ପିତା ମାତା ସ୍ନେହ ପାଉଛି ଯଦ୍ୟପି
ତଥାପି ବୁଝୁନି ମନ
ସଂସାର ଚାଲଇ ଅପଥେ କାହିଁକି
ନୁହେଁ କି ଏ ବିଡମ୍ବନ ।।
ହେ ଈଶ୍ବର ଯଦି ପେଶିଥାଉ ତୁହି
ମତେ ଏହି ମର୍ତ୍ତଧାମେ
ବୁଦ୍ଧି ବଳ ଧର୍ଯ୍ୟ ଶକତି ଯୋଗାଅ
ବଞ୍ଚି ରହେ କିଛି ଦିନେ ।।
ପିତା ମାତା ଆଶ୍ରୀର୍ବାଦ ସଦା ରହୁ
ରହୁ ତୁମରି କରୁଣା
ଏ ପାପୀ ସଂସାରେ ଯେତେଦିନ ଥିବି
ନ ହୋଇବି ବାଟ ବଣା ।।
ହେମନ୍ତ କୁମାର ସାହୁ, ମାହାଙ୍ଗା
କଟକ,ଫୋନ୍:-୮୦୧୮୩୯୦୪୧୨