ଏଇତ ଜୀବନ
******** *********
ଜୀବନ ଟା ଏକ ରଙ୍ଗମଞ୍ଚ ଅଟେ
ଅଭିନୟ କରି ବଞ୍ଚିଛୁ
କେବେ ଖରା ରେ ତ ପାଦ ପୋଡିଯାଏ
କେବେ ଛାଇ ରେ ବି ବସିଛୁ।
ଏନ୍ତୁଡି ଶାଳରୁ ନାଟକ ଆରମ୍ଭ
ମଶାଣୀ ରେ ଶେଷ ହୁଏ
କାନ୍ଦି କାନ୍ଦି ଏଇ ସଂସାର କୁ ଆସି
ଅନ୍ଯକୁ କନ୍ଦାଇ ଯାଏ।
ହସ ଲୁହ ଭରା ଏଇତ ଜୀବନ
ନିଜ ଲୋକ ଧୋକା ଦିଏ
କିଛି ଦୁଃଖ ଏଠି କହି ହୋଇଯାଏ
କିଛି ଲୁହ ହୋଇ ବୁହେ।
ହଜିବା ଖୋଜିବା କାହାଣୀ ତ ଇଏ
ବୁଝିବା ବହୁତ କଷ୍ଟ
ନିର୍ଦୋଷ ମଣିଷ ଦୋଷୀ ହୋଇଯାଏ
ଜୀବନ ହୁଏ ତା’ ନଷ୍ଟ।
ମୋର ମୋର କହି ଗର୍ବ ଅହଂକାରେ
ମଣିଷ ହରାଏ ଜ୍ଞାନ
ଯାହା ଇଙ୍ଗିତ ରେ ଚାଲେ ଏ ସଂସାର
ସିଏ ତ ଚକାନୟନ।
ନିଜ କର୍ମଫଳ ଭୋଗିବା ପାଇଁକି
ଆସିଛୁ ଧରାପୃଷ୍ଠକୁ
ଜୀବନ ଟା ପରା ଖରା ଛାଇ ଖେଳ
ସୁଖ ଦୁଃଖ ଭୋଗିବାକୁ।
ସୁଜାତା ପତି,ଭୁବନେଶ୍ବର