ଶୀର୍ଷକ //
(ମୋ ମା ମୋ ଦୁନିଆ)
ଦଶ ମାସ ଦଶ ଦିନ ଗର୍ଭରେ
ଧରି ରଖିଥିଲ ଭାରି କଷ୍ଟରେ.
ପାପ ମୋହ ମାୟା ମିଛ ସଂସାରେ
ହାତ ଧରି ନେଲ ସତ୍ୟ ମାର୍ଗରେ.
ଦୁଃଖ ଯେତେ ଥିଲା ନିଜେ ସହିଲ
ସୁଖରେ ଦିନ ମୋ ସଜେଇ ଦେଲ.
ଛୋଟ ବଡ ଅଳି ସବୁ ସହିଲ
ମାଗିବା ଆଗରୁ ଯାଚିକି ଦେଲ.
ମନେ ନାହିଁ ତୁମ ଛନ୍ଦ କପଟ
ସ୍ନେହ, ପ୍ରେମ, ଭରା ବିଶାଳ ବଟ
ଖରା, ବର୍ଷା, ଆଉ ଶୀତକୁ ସହି
ଖୁସିର ପସରା ଦେଲ ମେଲାଇ.
ମମତା ତୁମର ଗଙ୍ଗାର ଧାରା
ସୁଖେ ନାହିଁ ଜେତେ ହେଲେ ଭି ଖରା.
ତୁମ ପ୍ରେମେ ନାହିଁ ଆଦି ଓ ଅନ୍ତ
ତୁମେ ଦେବୀ ମାତା ବିଶ୍ୱ ଜଗତ.
ତୁମ ପାଦ ତଳେ ନୁଆଇଁ ମଥା
ଲୋଡ଼ା ନାହିଁ କେଉଁ ଦେବୀ ଦେବତା.
ଜୀବନ ଦେଇ ମୋ କରିଲ ପୂର୍ଣ୍ଣ
ତୁମେ ମୋ ଦୁନିଆ ମୁଁ ଅଟେ ଶୂନ୍ୟ.
ଅଭିପ୍ସା ଧଳ
ତୁଳସୀ କ୍ଷେତ୍ର
କେନ୍ଦ୍ରାପଡ଼ା (ପଟାମୁଣ୍ଡାଇ )