• 😘ଅଲାଜୁକୀ😘
    ତୁମ ଅଳ୍ପ ଅଳ୍ପ ହସରେ
    ମୁଁ ପାଇଯାଏ
    ମୋ ଜନ୍ମ ଜନ୍ମର ତପସ୍ୟାର ଫଳ
    ତୁମପରି ମୋ ହସିବାର ପ୍ରୟାସ
    ତୁମପରି ଠାଣି ବାଣୀ କାହାଣୀ
    କେବେ କଣ କହିପାରିଛି
    ଖାଲି ଟିକେ ପ୍ରୟାସ //

    ତୁମେ ଘୋଡା ଉପରେ
    ବସି ହେଁ ହେଁ
    ମୋ ଅଧାକାନ୍ଥିରେ ହେଁ ହେଁ
    ସମାଜତ ତାଛଲ୍ୟ କରେ
    ତୁମ ଉପସ୍ଥିତିର ମୋହ
    ମୋତେ ମୋହିନୀ ସଜାଏ
    ମୋ ଦୁନିଆରେ //

    ସମାଜର ତାଛଲ୍ୟକୁ ଗଣ୍ଠୁଲି
    କରି ଫିଙ୍ଗିଦିଏ
    ଜୀବନର ଗଭୀରତମ ସ୍ରୋତରେ
    ସେତ ଭାସି ଭାସି
    ପୁଣି କୁଳ ଲଙ୍ଘେ
    କିନ୍ତୁ , ମୋ ପରି ଅଲାଜୁକୀ ପାଇଁ
    ତୁମ ପ୍ରେମ ବିନା ସାଇତି ରଖିବାକୁ
    ଜାଗା କାଇଁବା //

    ମୋ ହ୍ରୁଦୟର ସମୁଦ୍ରରେ
    ତୁମ ପ୍ରେମ ଏକ ନୀଳ ତରଙ୍ଗ
    ଯାହା ମୋ ଶୋଷକୁ
    ମେଣ୍ଟାଇ ଦିଏ ଆତ୍ମତ୍ରୁପ୍ତୀ //

    କେବଳ ଏଇ ଜହର ପରି
    ସମାଜ ପାଇଁ
    ମୋ ଓଠର ଅମ୍ରୁତବି
    ସାଜେ ଅଲାଜୁକୀ //
    ❤❤❤❤❤❤❤
    ସ୍ୱର୍ଣ୍ଣପ୍ରଭା ଖଟୁଆ
    ( ଯାଜପୁର)

Leave a Reply

Your email address will not be published. Required fields are marked *