PABITRA MOHAN MAHARANA,YOUTH COORDINATOR OF SURYODAYA LITERARY FOUNDATION (SLF)
ନାମ – ପବିତ୍ର ମୋହନ ମହାରଣା
ପିତା – ରତ୍ନାକର ମହାରଣା
ମାତା -ସୁଶୀଳା ମହାରଣା
ଶିକ୍ଷାଗତ ଯୋଗ୍ୟତା -B.A (ଓଡ଼ିଆ ସମ୍ମାନ )
ମହୀସ୍ପର୍ସ ତାରିଖ -17/04/1999
ବୃତ୍ତି -ପିତଳ ମୂର୍ତ୍ତି ଏବଂ ଆସବାବ ପତ୍ର ନିର୍ମାଣ
ପ୍ରବୃତ୍ତି – ଦଳିତ, ନିଷ୍ପେସିତ ତଥା ନାରୀଜାତି ର ଉତଥାନ ପାଇଁ ଆପ୍ରାଣ ଉଦ୍ୟମ କରିବା |
ସକ୍ରିୟ ସଦସ୍ୟ –
୧- ଯୁବ ଅଧ୍ୟକ୍ଷ,ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ।
ଶାଖା-ଆସିକା ଗଂଜାମ
ସମ୍ମାନ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ତରଫରୁ ରୁ ସହଭାଗିତା ପ୍ରଶଂସା ପତ୍ର
ଦୁଇପତ୍ରେ ଯାର ବାସ ଚହଟଇ
ତୁଳସୀ ନାମରେ ଗଣା
ତୁମ୍ଭେ ପରା ସେହି ତୁଳସୀ ର ମାଳି
ଚହଟାଇ ଛ (ଆମ) ଅଗଣା ।।
ମନୀଷା ମହୋଦଧି ସ୍ନାତମେଧା ମେରୁଦିତ ସଦ୍ୟ ଉଦିତ ବର୍ଣ୍ଣିଳ ବାର୍ଣ୍ଣୋତ୍ସବ ମୟ ସୂର୍ଯ୍ୟ ସମ ତେଜମୟ ବିରଳ ସାରସ୍ୱତ ପ୍ରତିଭା ମାନଙ୍କ ମଧ୍ୟରେ ଶ୍ରୀମାନ ପବିତ୍ର ମୋହନ ମହାରଣା ଅନ୍ୟତମ।
ଉତ୍କୃଷ୍ଟ କଳା ର କ୍ଷେତ୍ର ଭଞ୍ଜ ଭୂମି ଗଞ୍ଜାମ ଜିଲ୍ଲାର ଆସିକା ମାଟିରେ ଜନ୍ମଲାଭ କରି ନିଜ ର ଶାଣିତ ଲେଖନୀ ମାଧ୍ୟମରେ ନିଜର ଜୀବନ କୁ ସାର୍ଥକ କରିପାରିଛନ୍ତି ଶ୍ରୀମାନ ପବିତ୍ର ମୋହନ ମହାରଣା । ତାଙ୍କ ଲେଖନୀ ନିଃସୃତ କାବ୍ୟ,କବିତା ସମସ୍ତଙ୍କୁ ଚକିତ କରିପାରିଛି। ତାଙ୍କ ଦ୍ୱାରା ରଚିତ ଅମୃତବର୍ଷୀ-ଅଜସ୍ରସ୍ରାବି ଲେଖନୀରୁ ଟପ ଟପ ବାରି ପ୍ରାୟ ଝରୁଥାଏ ଓଡ଼ିଆ ଭାଷା ର କାବ୍ୟ,କବିତା, ପ୍ରବନ୍ଧ ଏବଂ କ୍ଷୁଦ୍ର ଗଳ୍ପମାନ। ତାଙ୍କ ଲେଖନୀ ମାଧ୍ୟମରେ ସମଗ୍ର ବିଶ୍ୱର ସୁପ୍ତ ମାନବ ମାନଙ୍କୁ ଜାଗ୍ରତ କରାଇ ସମାଜରେ ଘଟୁଥିବା କନ୍ୟା ଭୃଣ ହତ୍ୟା, ଏସିଡ ମାଡ଼, ଯୌତୁକ ପ୍ରଥା ଏବଂ ବର୍ତମାନ ସମାଜରେ ରେ ରାଜନୀତି ର କୁପ୍ରଭାବ ବିରୁଦ୍ଧରେ ସ୍ୱର ଉତୋଳନ କରିବା ଯଥେଷ୍ଟ ସାମର୍ଥ୍ୟ ବହନ କରିଥାଏ। ସେ ବହୁ ଯୁବ ସୁଲଭ ଗୁଣର ଅଧିକାରୀ ମଧ୍ୟ ଆଜି ଯାଏ ତାଙ୍କୁ କେହି ଜାଣିପାରି ନଥିଲେ ଏହା ଗଭୀର ଭାବରେ ଚିନ୍ତା ଓ ଦୁଃଖର ବିଷୟ।
ଧନ୍ୟବାଦ ଦେବାକୁ ଚାହିଁବୁ ଆମେ ତାଙ୍କ ପ୍ରିୟ ଶିକ୍ଷକ ଶ୍ରୀଯୁକ୍ତ ଆଶୁତୋଷ ସାହୁ ସାର., ଶ୍ରୀମତୀ ସୁଜାତା ସିଂ ଏବଂ ରାଜେଶ୍ୱରୀ ମାଡାମ ଯାହାଙ୍କ ପ୍ରେରଣା ତାଙ୍କୁ ଆଜି ଆମ ନିକଟରେ ପହଞ୍ଚାଇ ପାରିଛି। ସର୍ବୋପରି ଦରଦୀ କବି ଶ୍ରୀ ପ୍ରକାଶ ଚନ୍ଦ୍ର ମୁନି ତାଙ୍କ ଶିକ୍ଷା ଗୁରୁ ଙ୍କ ପ୍ରେରଣା ରେ ଓଡ଼ିଆ ସାହିତ୍ୟ ଜଗତ ରେ ନିଜର ସ୍ଥାନ ସୃଷ୍ଟି କରିବା ପାଇଁ ଇଛା କରି ସାହିତ୍ୟ ଜଗତ ମଧ୍ୟକୁ ପ୍ରବେଶ କରିଥିବା ରୁ ଆମ ପରିବାର ତରଫରୁ ତାଙ୍କ ଶିକ୍ଷା ଗୁରୁଙ୍କୁ ଆଭୂମ ପ୍ରଣାମ|
ତାଙ୍କ ଦିବ୍ୟ ବ୍ୟକ୍ତିତ୍ୱ ରୂପୀ ସୁଗନ୍ଧିତ ବାସ୍ନାୟିତ ପ୍ରତିଭାର ଆକର୍ଷଣ ଆମକୁ ତାଙ୍କ ନିକଟକୁ ମଧୁମକ୍ଷୀ ସମ ଟାଣି ନେଇଗଲା। ଆଉ ଆମେ ଅତି ଗର୍ବର ସହିତ ତାଙ୍କୁ ଆପଣାଇ ନେଇ , ନିଜର ପ୍ରଜ୍ଞା-ପ୍ରତିଭା ଦ୍ୱାରା ସମାଜ ଏବଂ ସମାଜକୁ ଆଲୋକିତ କରିବା ତଥା ତାଙ୍କ ପରି ଦରଫୁଟା କବି କଳିକା ମାନଙ୍କ ର ଯତ୍ନ ନେବା ସହିତ ତାଙ୍କୁ ତାଙ୍କର ପ୍ରତିଭାର ସ୍ୱୀକୃତି ସ୍ୱରୂପ ସାରସ୍ବତୀୟ ପରିଚୟ ଦେବା ଦିଗରେ ସଦା ସହାୟକ ହେବାପାଇଁ ତାଙ୍କୁ ସକଳ ଶକ୍ତି ର ଆଧାର ସୂର୍ଯ୍ୟ ଙ୍କୁ ସାକ୍ଷୀ ରଖି ଗଂଜାମ ଜିଲ୍ଲାର ଯୁବ ଅଧ୍ୟକ୍ଷ ପରି ଗୁରୁ ଦାୟିତ୍ୱ ଦେଇ ପ୍ରତିଜ୍ଞା ପାଠ କରାଉଅଛୁ।
ସର୍ବ ଶେଷରେ ତାଙ୍କର ଚଲାପଥ ପୁଷ୍ପିତ ହେଉ ଏବଂ ଓଡ଼ିଆ ଭାଷା ସାହିତ୍ୟ ରେ ଏକ ମାଇଲ ଖୁଣ୍ଟ ହୋଇ ଆମ ସମସ୍ତଙ୍କୁ ପ୍ରେରଣା ବାଣ୍ଟନ୍ତୁ ,ଆମ୍ଭ ମାନଙ୍କୁ ସୁ ପରାମର୍ଶ ଓ ସୁ ମାର୍ଗ ସଂଦର୍ଶନ କରାନ୍ତୁ ଏହାହିଁ କାମନା। ଶେଷରେ ସଂସ୍କୃତ ର ଅମରବାଣୀ ତାଙ୍କ ଉଦ୍ଧେଶ୍ୟରେ କୁହାଯାଇପାରେ
“ରମ୍ୟାନ୍ତର କମଳିନୀ ହରିତୈ ସରୋଭିଃ
ଛାୟା ଦ୍ରମୈନୟମିତାର୍କ ମୟୁଖ ତାପଃ।
ଭୟାତ କୁ ଶେଶୟ ରଜୋ ମୃଦୁ ରେଣୁ ରସ୍ୟଃ
ଶାନ୍ତାନୁକୂଳ ପବନଶ୍ଚ ଶିବଶ୍ଚ ପନ୍ଥା।”
ଅର୍ଥାତ ତାଙ୍କ ଚଲାପଥ କମଳ ଦଳ ଶିହରିତ ସରୋବର ଦ୍ୱାରା ମନୋହରୀ ହେଉ,ତରୁ ରାଜିରେ ନିବିଡ଼ ଛାୟା ରେ ସୁର୍ଯ୍ୟୋତାପ ସଂଯତ ହେଉ,ପଦ୍ମରାଗରେ ପଥ ର ସ୍ପର୍ଶ କୋମଳ ହେଉ,ଶାନ୍ତ ଆନୁକୂଲ୍ୟ ପବନରେ ପଥ ଶିବମୟ ହେଉ।
ସାରସ୍ୱତ ନିବାସ ର ସ୍ଥାୟୀ ଠିକଣା/ଯୋଗାଯୋଗ ର ମାଧ୍ୟମ।
ପବିତ୍ର ମୋହନ ମହାରଣା
ମାମୁଡିହ, ଆସିକା, ଗଞ୍ଜାମ
ପିନ -761115, ପୋଷ୍ଟ -ଦେବଭୂମି
ଦୂରଭାଷ – 9337144067, 8594960298
498 total views, 1 views today