G. Nandini Rao
Youth Coordinator of Suryodaya Literary Foundation (SLF.)
Rourkela -Zone
ନାମ- ଜି. ନନ୍ଦିନୀ ରାଓ
ଯୁବ ଅଧ୍ୟକ୍ଷା – ରାଉରକେଲା ମଣ୍ଡଳ, ସୁନ୍ଦରଗଡ଼
ପିତାଙ୍କ ନାମ- ଜି. ନାଗେଶ୍ଵର ରାଓ
ମାତାଙ୍କ ନାମ- ଜି. ପୁଷ୍ପାଞ୍ଜଳି ରାଓ
ମହୀସ୍ପର୍ଶ ତାରିଖ- ୦୪-୦୫-୧୯୯୯
ଶିକ୍ଷାଗତ ଯୋଗ୍ୟତା- ସ୍ନାତକୋତ୍ତର ଓଡ଼ିଆ ଭାଷା ବିଭାଗ
ପ୍ରବୃତ୍ତି- ନାଚିବା, ଲେଖିବା,ନୂଆ ଜିନିଷ ବିଷୟରେ ଜାଣିବା,ଲିଡରସିପ ।
ଯୁବ ପ୍ରାଣର ମଧୁର ମୂର୍ଛନା ହିଁ ସୃଜନଧାରାକୁ ଗତିଶୀଳ କରାଏ,ତାହା ଭିତରେ ଢେଉ ଭାଙ୍ଗୁଥିବା ଅସୁମାରୀ ଭାବଚେତନା ହିଁ କଳାତ୍ମକ ରୂପ ଗ୍ରହଣ କରି ପ୍ରକାଶର ସ୍ୱପ୍ନ ଦେଖେ। ସେଇ ସ୍ୱପ୍ନ କୁ ବାସ୍ତବ ରୂପ ଦେବାରେ ସିଦ୍ଧହସ୍ତା ସୁଶ୍ରୀ ଜି. ନନ୍ଦିନୀ ରାଓ। ଓଡ଼ିଆ ଭାଷା ସାହିତ୍ୟର ଛାତ୍ରୀ ଭାବେ ସେ ସର୍ବଦା କବିତା ମନସ୍କ ଥାଆନ୍ତି। କବିତା ର କୋମଳ ବୃତ୍ତାନ୍ତ ପ୍ରତିନିୟତ ତାଙ୍କ ଅନ୍ତର୍ଜଗତକୁ ଅମୋଦିତ କରିଥାଏ। କବିତା ପଢିବା,ଲେଖିବା, କବିତା କୁ ନେଇ ନିର୍ଜନ ମୁହୂର୍ତ୍ତରେ ଗୁଣୁଗୁଣୁ ହେବା ତାଙ୍କୁ ଏକ ରମ୍ୟଲୋକରେ ଅବସ୍ଥାନ କରେ। ମନରେ ଏକ କ୍ଷୁଦ୍ର ନୂତନ ଭାବ ସ୍ପର୍ଶ କରିବା ମାତ୍ରେ, ସାମ୍ନାରେ ସାଇତା କାଗଜ ଓ କଲମରେ ଲେଖି ରଖିବା ତାଙ୍କର ଏକ ଉତ୍ତମ ସଉକ।
ସେ ଗୋଟିଏ ମଧ୍ୟବିତ୍ତ ତେଲୁଗୁ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଓଡ଼ିଆ ଭାଷା ପାଇଁ ତାଙ୍କର ଏ ପ୍ରକାର ବିରଳ ଭଲପାଇବା ସତରେ ଅନେକଙ୍କ ମନରେ ଭ୍ରମ ସୃଷ୍ଟି କରେ।
ଆତ୍ମାର କାଠଗଡାରେ ଆଗପଛ ନ ବିଚାରି ଅଳୀକ ଭାବନା, ଆନମନା ଆଶା ଅନାହୂତ ସ୍ୱପ୍ନ ରେ ନିମିଷକରେ ବିଭୋର ହୋଇ ସୃଷ୍ଟି କରନ୍ତି ବିଭିନ୍ନ ପ୍ରକାର କାବ୍ୟକବିତା। ପ୍ରକୃତିର ରୂପଛଟାରେ ମୁଗ୍ଧ ହୋଇ ସ୍କେଚ ଆଙ୍କି ଚାଲନ୍ତି ସେ ମନରେ ମନରେ , ପ୍ରୟାସର ଶେଷ ହୀନ ମନତ୍ଵରେ ବ୍ରହ୍ମ ମୟ ଅକ୍ଷର ଗୁଡିକୁ ଖୁନ୍ଦା ଖୁନ୍ଦି କରି ଅସଜଡ଼ା ଶବ୍ଦ ମାନଙ୍କୁ ସଜାଡି ନିରୋଳା ମୁହୂର୍ତ୍ତରେ କାଗଜ କଲମ ଧରି ବିରକ୍ତିରେ ମନ ବୋଧ କରି ଆସକ୍ତି ର ଚଉତିଶା ପଢି ଅନୁରାଗର ଗଜଲ ଗାଇ ଓଡ଼ିଆ ସାହିତ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ର ଏକ ଦୁର୍ବାର ସ୍ୱପ୍ନ ଦେଖିଥିଲେ ପିଲାବେଳୁ। ଆଉ ଆଜି ସେହି ଶବ୍ଦ ମାନଙ୍କ ସହିତ କସରତ କରି ଧାଡି ଗୁଡିକ ସଜାଡ଼ି ନୂଆ ରୂପରେ ରୂପେଇ ରୂପେଇ ଲେଖିଚାଲିଛନ୍ତି କାବ୍ୟ କବିତା।
ଆଜି ଆମେ ଏହି ଶତ ଶତ ବିରଳ ଯୁବ ସୁଲଭ ଗୁଣର ଅଧିକାରିଣୀ ହୋଇପାରିଥିବା ସୁଶ୍ରୀ ଜି ନନ୍ଦିନୀ ରାଓ ଙ୍କୁ ସୁନ୍ଦରଗଡ ଜିଲ୍ଲାର ନେତୃତ୍ୱ ନେଇ ଯୁବ ତଥା ଅନାଲୋଚିତ ବନମଲ୍ଲୀ ସଦୃଶ ପ୍ରତିଭା ମାନଙ୍କୁ ଲୋକ ଲୋଚନ କୁ ଆଣିବା ପାଇଁ ସୂର୍ଯ୍ୟୋଦୟ ପରିବାର ର ବହୁ ଚର୍ଚ୍ଚିତ ପଦବୀ ଯୁବ ଅଧ୍ୟକ୍ଷା (Youth Coordinator) ପଦରେ ସର୍ବଶକ୍ତିମାନ ସକଳ ଶକ୍ତି ର ଆଧାର ସୂର୍ଯ୍ୟ ଙ୍କୁ ସାକ୍ଷୀ ରଖି ଅଭିଷିକ୍ତ କରି ତାଙ୍କର କର୍ତ୍ତବ୍ୟ ର ଶପଥ ପାଠ କରାଇ ଅଛୁ।
ସର୍ବ ଶେଷରେ ତାଙ୍କର ଚଲାପଥ ପୁଷ୍ପିତ ହେଉ ଏବଂ ଓଡ଼ିଆ ଭାଷା ସାହିତ୍ୟ ରେ ଏକ ମାଇଲ ଖୁଣ୍ଟ ହୋଇ ଆମ ସମସ୍ତଙ୍କୁ ପ୍ରେରଣା ବାଣ୍ଟନ୍ତୁ ,ଯୁବ ପ୍ରତିଭା ମାନଙ୍କୁ ସୁ ପରାମର୍ଶ ଓ ସୁ ମାର୍ଗ ସଂଦର୍ଶନ କରାନ୍ତୁ ଏହାହିଁ କାମନା। ଶେଷରେ ସଂସ୍କୃତ ର ଅମରବାଣୀ ତାଙ୍କ ଉଦ୍ଧେଶ୍ୟରେ କୁହାଯାଇପାରେ
“ରମ୍ୟାନ୍ତର କମଳିନୀ ହରିତୈ ସରୋଭିଃ
ଛାୟା ଦ୍ରମୈନୟମିତାର୍କ ମୟୁଖ ତାପଃ।
ଭୟାତ କୁ ଶେଶୟ ରଜୋ ମୃଦୁ ରେଣୁ ରସ୍ୟଃ
ଶାନ୍ତାନୁକୂଳ ପବନଶ୍ଚ ଶିବଶ୍ଚ ପନ୍ଥା।”
ଅର୍ଥାତ ତାଙ୍କ ଚଲାପଥ କମଳ ଦଳ ଶିହରିତ ସରୋବର ଦ୍ୱାରା ମନୋହରୀ ହେଉ,ତରୁ ରାଜିରେ ନିବିଡ଼ ଛାୟା ରେ ସୂର୍ଯ୍ୟୋତାପ ସଂଯତ ହେଉ,ପଦ୍ମରାଗରେ ପଥ ର ସ୍ପର୍ଶ କୋମଳ ହେଉ,ଶାନ୍ତ ଆନୁକୂଲ୍ୟ ପବନରେ ପଥ ଶିବମୟ ହେଉ।
441 total views, 1 views today