Chhabi Rani Pati
Executive Director of Suryodaya Literary Foundation
ପିତା — ନକୁଳ ଚନ୍ଦ୍ର ପତି
ମାତା — ମନୋରମା ପତି
ସ୍ଵାମୀ — ସୁରେଶ ଚନ୍ଦ୍ର ଦାଶ
ଜନ୍ମ — ୦୨ . ୦୬ . ୧୯୭୫
ଶିକ୍ଷାଗତ ଯୋଗ୍ୟତା – ସ୍ନାତକୋତ୍ତର ( ଓଡ଼ିଆ ଭାଷା ସାହିତ୍ୟ ) ଓ ହିନ୍ଦୀ ସାହିତ୍ୟ ରତ୍ନ ।
ବୃତ୍ତି — ଗୃହିଣୀ
ପ୍ରବୃତ୍ତି –ସାହିତ୍ୟ ସାଧନା
ଗୀତିମୟତା ହିଁ ଜୀବନ। ସଜଳ ହୃଦୟ ର ଅନୁରଣିତ ଅନୁକମ୍ପନ ହିଁ ଗୀତିଝରଣାର କୁଳୁ କୁଳୁ ନାଦ, ଯାହା ମନକୁ ଆଲ୍ହାଦିତ କରେ ହୃଦୟ ରେ ଆବେଗମୟତା ସୃଷ୍ଟି କରେ। ଆଜନ୍ମ କାବ୍ୟମନସ୍କା ଶ୍ରୀମତୀ ଛବିରାଣୀ ପତି ଙ୍କ ର କବିତା ଗୁଡିକ ରସାପ୍ଲୁତ କରିଦିଏ ଅନ୍ୟର ଜୀବନକୁ । ତାଙ୍କର ପ୍ରତିଟି କବିତା ଜଣେ ଦରଦୀ ହୃଦୟ ରେ ପ୍ରେମ ପୁଷ୍ପ ବିକଚ ଶତଦଳ ପ୍ରାୟ ପ୍ରସ୍ଫୁଟିତ ଏବଂ ତାର ସୌନ୍ଦର୍ଯ୍ୟ ମାଧୁରୀ ଅନ୍ୟକୁ ଆକର୍ଷଣ କରିବା ର ପ୍ରଚୁର କ୍ଷମତା ରଖେ। ତାଙ୍କ କବିତା ର ନନ୍ଦନିକ ଭାବ ଓ ତରଳ ଭାଷା ପାଠକକୁ ବିମୁଗ୍ଧ କରିବାରେ ବେଶ ଜତ୍ନଶୀଳ। ତାଙ୍କ କବିତା ପଢିଲେ ଏପରି ଲାଗେ କି ମନ କଥା କବିତା ର ପାଖୁଡା ରେ କିଏ ଯେମିତି ଲେଖିଦେଇଯାଇଛି। ଆକର୍ଷଣ ଭାବାବେଗ ପୂର୍ଣ୍ଣ ସ୍ୱର ସମ୍ବଳ ସର୍ବସ୍ୱ ମଧୁର ଆବେଦନ ରେ ଝଙ୍କୃତ ଶ୍ରୀମତୀ ଛବିରାଣୀ ପତି ଙ୍କ ରଚିତ ପ୍ରତ୍ୟେକ ଟି କବିତା। ପାଠକର ମନ ଓ ହୃଦୟ କୁ ଚୈତନ୍ୟ ମୟ କରିଦିଏ ତାଙ୍କର ସୃଜନୀ ସମ୍ଭାର।
ବହୁ ଘାତ ପ୍ରତିଘାତ ମଧ୍ୟରେ ତାଙ୍କ ଜୀବନ ର ବନ୍ଧୁର ଚଲାପଥ । ୟା’ରି ଭିତରେ ସ୍ବପ୍ନର ସୁନାଫୁଲ ବୁଣି ବୁଣି ସବୁଜ ସକାଳ ର ଆବାହନ କରିବା କୁ ସିଏ ପ୍ରୟାସୀ। ତାଙ୍କ ଦ୍ୱାରା ଲିଖିତ ଗଳ୍ପ ଏବଂ ପ୍ରବନ୍ଧ ଗୁଡିକ ଗଭୀର ଜୀବନ ବୋଧର ଅମୃତ ମୟ ମାର୍ମିକ ବିଶ୍ଳେଷଣ ।
ପ୍ରବନ୍ଧ, ସାହିତ୍ୟ ରାଜ୍ୟରେ ଶ୍ରୀମତୀ ଛବିରାଣୀ ପତି ବହୁ ଭାବ ଗମ୍ଭୀର ,ସମ୍ଭ୍ରାନ୍ତ ଏବଂ ସଂସ୍କାରବାଦୀ ପ୍ରବନ୍ଧ ଲେଖିବା ରେ ବେଶ ପ୍ରବୀଣା। ତାଙ୍କ ପ୍ରବନ୍ଧ ସମୂହ ବିବିଧ ଜ୍ଞାନ ର ସମାରୋହରେ ଉକୁଟି ଉଠେ। ତାଙ୍କ ମତରେ ଜଣେ ବ୍ୟକ୍ତି ସେତେବେଳେ ସାହିତ୍ୟିକ ହୋଇ କିଛି ଲେଖିବା କୁ ସମର୍ଥ ହେବ ଯେତେବେଳେ ସେ କ୍ରମାଗତ ଭାବେ ଅଧ୍ୟୟନ,ଅଧ୍ୟବସାୟ ଓ ଲିଖନ ଅଭ୍ୟାସ ଜାରି ରଖେ।
ସମ୍ମାନ ସ୍ଵୀକୃତି : —
୧ – ରାଜ୍ୟସ୍ତରୀୟ ପ୍ରଜ୍ଞାମୟୀ ସମ୍ମାନ – ୨୦୧୯ , ଶ୍ରୀଚନ୍ଦନ ସାହିତ୍ୟ ସାଂସ୍କୃତିକ ଏକାଡେମୀ ( କଟକ ) ଓ ଅଗ୍ନିଷ୍ପୂର୍ଲିଙ୍ଗ ( ରାଉଲକେଲା ) ।
୨ – କବିରତ୍ନ ସମ୍ମାନ – ୨୦୧୯ , କଳ୍ପନା ସାହିତ୍ୟ – ସାଂସ୍କୃତିକ ଓ ସାମାଜିକ ପରିଷଦ ( କଟକ ) ।
୩ – ରମାଦେବୀ ସମ୍ମାନ – ୨୦୨୦ , ମା ‘ ମଙ୍ଗଳା ସାହିତ୍ୟ ସେବା ସଂସ୍କାର ସଂସଦ , ଜରିପୁଟ , (ଖୋରଧା) ।
୪ – ଅଚ୍ୟୁତ ସୌରଭ ସମ୍ମାନ – ୨୦୨୦ , ମହାପୁରୁଷ ଅଚ୍ୟୁତlନନ୍ଦ ଜନ୍ମପୀଠ , ତିଳକଣା ( କଟକ ) ।
୫ – ସୁବାଷ ମଣୀ ସ୍ମୃତି ସମ୍ମାନ , ବିବେକାନନ୍ଦ ବିହାର , ବାଣୀ ପୀଠ ମହୋତ୍ସବ – ୨୦୨୦( ମୟୂରଭଞ୍ଜ )।
୬ – ସୁପ୍ରାବନ୍ଧିକ ସମ୍ମାନ- ୨୦୧୯ , କଳ୍ପନା ସାହିତ୍ୟ ସାମାଜିକ ପରିଷଦ , ( କଟକ ) ।
୭ – ଓଡ଼ିଶା ପ୍ରତିଭା ପୂଜା ସାରସ୍ଵତ ସମ୍ମାନ – ୨୦୧୯ , ଓଡ଼ିଶା ପ୍ରତିଭା ପୂଜା ସଂସଦ , ଝlଞ୍ଜିର ମଙ୍ଗଳା ( କଟକ ) ।
୮ – କୋଣାର୍କ ନବଦିଗନ୍ତ ସମ୍ମାନ – ୨୦୨୦ , କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ , କୋଣାର୍କ ( ପୁରୀ )।
୯ – ଭାଷା ଭାବନା ପ୍ରତିଭା ସମ୍ମାନ – ୨୦୨୦ , ଭାଷା ଭାବନା ଓଡ଼ିଶା ସାମାଜିକ – ଆଧ୍ୟାତ୍ମିକ ଓ ସାରସ୍ଵତ ଅନୁଷ୍ଠାନ , ବ୍ରହ୍ମଗିରି ( ପୁରୀ ) ।
୧୦ – ସାରସ୍ଵତ ସାଧନା – ୨୦୨୦ , ବିଜୟାନନ୍ଦ ଯୁବ ପରିଷଦ , ଗୋପୀନାଥପୁର ( କଟକ ) ।
୧୧ – ବାଣୀପ୍ରଭା ବାଣୀମିତ୍ର ସମ୍ମାନ – ୨୦୨୦ , ବାଣୀପ୍ରଭା ସାହିତ୍ୟ ପରିବାର , ଆନନ୍ଦପୁର ( କେନ୍ଦୁଝର ) ।
୧୨ – ୨୦୧୯ – ୨୦୨୦ ପ୍ରତିଭା ସମ୍ମାନ , ପ୍ରତିଭା ଅନ୍ୱେଷଣ , ମଧ୍ୟ ଶାସନ ( ଜଗତସିଂହପୁର ) ।
୧୩ – ଅନନ୍ୟା କିର୍ତ୍ତିମୟୀ ନାରୀ ସମ୍ମାନ , ସୁନ୍ଦର ମୋ ଭାଷା ସାହିତ୍ୟ , ଜମ୍ଭାର ( କେନ୍ଦୁଝର ) ।
୧୪ – ନିଶିଗନ୍ଧା ଉତ୍କଳ ଭାରତୀ ସ୍ମୃତି ସମ୍ମାନ , ନିଶୀଗନ୍ଧା ସାହିତ୍ୟ ସଂସଦ ( ଭୁବନେଶ୍ୱର ) ।
୧୫ – ମାହାବିର୍ ଲାଇବ୍ରେରୀ – ସମ୍ମାନ ୨୦୧୯ , ମଧ୍ୟ ଶାସନ , ବିରିଡ଼ି ( ଜଗତସିଂହପୁର ) ।
୧୬ – ମାଟିର ମଣିଷ – ୨୦୧୯ , କୌଶଲ୍ୟା ସାହିତ୍ୟ ଓ ସଂସ୍କୃତି ପରିଷଦ , ମାନସିଂହ ପାଟଣା ( କଟକ ) ।
୧୭ – ସୁଲେଖିକା ସମ୍ମାନ – ୨୦୧୯ ( ଜାତୀୟ ଆଲୋଚନା ଚକ୍ର ) କଳ୍ପନା ସାହିତ୍ୟ ପରିଷଦ ସ୍ଵନକ୍ଷତ୍ର ଉତ୍ସବ – ୨୦୧୯ , ( କଟକ ) ।
18-she achieve an Appreciation certificate from Suryoday Literary Foundation (SLF)
ଇତ୍ୟାଦି ……
ଗ୍ରାମ — ମଧ୍ୟ ଶାସନ , ବିରିଡ଼ି
ଜିଲ୍ଲା — ଜଗତସିଂହପୁର
ପିନ୍ — ୭୫୪୧୧୧
ଫୋନ୍ – ୯୩୩୭୯୬୦୦୬୦
1,152 total views, 1 views today