March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

Sj.DAMBURUDHARA BEHERA

Sj.Damburudhara Behera
Regional Director of SLF.
Gajapati-Zone, Odisha

ନାମ – ଡମ୍ବରୁଧର ବେହେରା
ପିତାଙ୍କ ନାମ – ଲକ୍ଷ୍ମୀନାରାୟଣ ବେହେରା
ମାତାଙ୍କ ନାମ- ପାର୍ବତୀ ବେହେରା
ପତ୍ନୀ ଙ୍କ ନାମ – ସ୍ୱପ୍ନାରାଣୀ ବେହେରା
ପୁତ୍ର/କନ୍ୟାଙ୍କ ନାମ – ଅଂଶୁମାନ ବେହେରା
ମହୀସ୍ଵର୍ଶ ତାରିଖ – ୧୮/୦୯/୧୯୭୯
ଶିକ୍ଷାଗତ ଯୋଗ୍ୟତା -: ବି.ଏ( ଓଡ଼ିଆ ସମ୍ମାନ)
ଏମ.ଏ(ଓଡ଼ିଆ) ଏମ.ଫିଲ(ଦକ୍ଷିଣ ଓଡ଼ିଶାର ଗଦବା ଜନ ଜାତିର ଭାଷା ଗୁତବସାମ୍  ଏକ ଅନ୍ୱେଷଣ ଗବେଷଣା ପତ୍ର), ବିଏଡ଼(ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ,ଭୁବନେଶ୍ୱର।
ବୃତ୍ତି – ଅଧ୍ୟାପନା
ପ୍ରବୃତ୍ତି – ଗଳ୍ପ,କବିତା ଓ ପ୍ରବନ୍ଧ ଲେଖିବା ।
ସୃଜନୀ ସମ୍ଭାର
(ନିଜସ୍ଵ ପ୍ରକାଶିତ ପୁସ୍ତକର ନାମ )

୧-‘ଆଲୋଚନା ଗୁଚ୍ଛ ‘

(ସକ୍ରିୟ ସଦସ୍ୟା ରୂପେ କାର୍ଯ୍ୟରତ ଥିବା ଅନୁଷ୍ଠାନ ଗୁଡ଼ିକ ର ନାମ)

୧- କ୍ଷେତ୍ର ସଂଯୋଜକ/ ଅଧ୍ୟକ୍ଷ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ,
(ଅଡା,ବାଲେଶ୍ଵର)
ଗଜପତି- ଶାଖା
୨- ସହଯୋଗୀ ପରିଚାଳକ ଦକ୍ଷିଣ ଓଡ଼ିଶା ସାହିତ୍ୟ ସଂସଦ, ମାଲକାନଗିରି
୩- ଆଜୀବନ ସଦସ୍ୟ ଗଂଜାମ କବିତା ଘର , ଗଂଜାମ।

*ସମ୍ମାନ ସ୍ୱୀକୃତି*

୧-ପ୍ରତିଭା ପ୍ରଶସ୍ତି ପତ୍ର ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ, ଅଡା ବାଲେଶ୍ଵର

୨- ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ/ମାଟିଲଗ୍ନା ସାହିତ୍ୟ ସଂସଦ , ମାଲକାନଗିରି ପରିବାରରେ ନିଜର ସ୍ୱକୀୟ ଲେଖନୀ ଚଳାଇ ପ୍ରଶଂସା ପତ୍ର ଅକ୍ତିଆର କରିଛନ୍ତି।

ଓଡ଼ିଶାର ଅନେକ ଛୋଟ ବଡ଼ ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଡିଜିଟାଲ ମାନପତ୍ର ପାଇଛନ୍ତି।

ଚାଲନ୍ତୁ ଜାଣିବା ତାଙ୍କ ବ୍ୟକ୍ତି ବାଦୀ ଜୀବନ ବିଷୟରେ
——–//–////———
ଶ୍ରୀଯୁକ୍ତ ଡମ୍ବରୁଧର ବେହେରା ଯେବେ ଠାରୁ ବିଏ ରେ ଓଡ଼ିଆ ଭାଷା ସାହିତ୍ୟକୁ ସମ୍ମାନ ପତ୍ର ରୂପେ ଗ୍ରହଣ କରି ନିଜ କ୍ୟାରିଅର ଆରମ୍ଭ କରିଥିଲେ ସେତେବେଳେ ହୁଏତ ତାଙ୍କର ଓଡ଼ିଆ ଭାଷା ପ୍ରତି କୌଣସି ଆଗ୍ରହ ନ ଥିଲା ।କାରଣ ଆପଣମାନଙ୍କୁ ଭଲ ଭାବେ ଜଣାଥିବ ଯେ ବଡ଼ ବଡ଼ କଲେଜ କିମ୍ବା ବିଶ୍ଵବିଦ୍ୟାଳୟ ମାନଙ୍କରେ ଓଡ଼ିଆ ଭାଷା ସାହିତ୍ୟ ପତ୍ରକୁ ମୁଖ୍ୟ ବିଷୟ ରଖି ପଢ଼ିଲେ କି ଭଳି ଭାବରେ ଅପଦସ୍ତ ହେବାକୁ ହୋଇଥାଏ, ତାହାକୁ ଏଠାରେ ନ କହିବା ଭଲ।ଯେ ପକ୍ଷୀ ଉଡେ ଯେତେ ଦୂର ସେ ଜାଣେ ତାହାର ଗନ୍ତବ୍ୟ ଭଳି।ଯିଏ ଅଙ୍ଗେ ନିଭାଇ ଥାଏ ,ସେ ହିଁ ହୃଦୟଙ୍ଗମ କରିପାରେ।ସେ ଯାହାହେଉ ଇଛା ନ ଥିଲେ ମଧ୍ୟ ଅନିଚ୍ଛା ସତ୍ତ୍ଵେ ଜାଣତରେ ହେଉ କି ଅଜାଣତରେ ମହାଶୟ ଆମର ଏହି ବିଷୟକୁ ନିଜର ଭାବି ପାଠ ପଢିଚାଲିଲେ। ବି. ଏ. ରେ ଖଲ୍ଲିକୋଟ ସ୍ଵୟଂଚାଳିତ ମହାବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାଶ କଲେ ଏବଂ ପରେ ଏମ. ଏ. ରେ ମଧ୍ୟ ଓଡ଼ିଆରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାଶ କଲେ । ସେତେବେଳେ ସେ କଲେଜ ରେ ବାହାରୁଥିବା ମାଗାଜିନରେ କବିତା ଆଉ ପ୍ରବନ୍ଧ ଲେଖି ପ୍ରକାଶିତ ପାଇଁ ଦିଅନ୍ତି ଏବଂ ପ୍ରକାଶିତ ହୁଏ ମଧ୍ୟ। ଆସ୍ତେ ଆସ୍ତେ ଏମ. ଏ ପରେ ସେ ଵିଏଡ କରିବା ପାଇଁ ଭୁବନେଶ୍ବର ଚାଲିଆସନ୍ତି। ସେଠାରେ ବିଏଡ ସାରି ୨୦୦୪ ମସିହାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷକତା କରିବା ର ଗୁରୁ ଦାୟିତ୍ୱ ସମ୍ଭାଳିଲେ । ସେଠାରେ ‘ବନାନୀ’ ନାମକ ଏକ ପତ୍ରିକା ବାହାରୁଥିଲା।ସେଥିର ଯିଏ ସମ୍ପାଦକ ଥିଲେ ତାଙ୍କ ସହିତ ପରିଚୟ ହେଲା ପରେ ଲେଖା ଦେବା ପାଇଁ କହିବାରୁ ନିଜର ସ୍ୱଲିଖିତ କବିତା ଓ ଗଳ୍ପ ଗୁଡ଼ିକ ଦେବାରୁ ତ୍ରୈମାସିକ ପତ୍ରିକାରେ ପ୍ରକାଶିତ ପାଇଲା ।ପରେ ପରେ ସେ ଗଳ୍ପ ଲେଖିବା ଆରମ୍ଭ କଲେ।କହିବାକୁ ଗଲେ ଗଳ୍ପ କମ କିନ୍ତୁ କବିତା ଅଧିକରୁ ଅଧିକ ଲେଖିଲେ।ମୋଟମୋଟି ୩୦୦ ରୁ ଅଧିକ କବିତା ଡାଏରୀରେ ଲେଖି ରଖିଥିଲେ।ଦୁର୍ଭାଗ୍ୟବଶତଃ ସେହି ଡାଏରୀଟି କେଉଁଠି କିପରି ହଜିଲା ସେ ଜାଣି ନାହିଁ।ପରେ ଅନେକ ଖୋଜିଲେ କିନ୍ତୁ ଏବେ ସୁଦ୍ଧା ପାଇ ପାରି ନାହାନ୍ତି।ଏହା ହିଁ ତାଙ୍କ ଜୀବନର ଏକ ଅଵୋଶୋଷ କହିଲେ ଚଳେ। କାରଣ କବିତା ଆଉ କବି ଭିତରେ ସମ୍ପର୍କ ଅତି ନିବିଡ ।
ସେହିଦିନ ଠାରୁ ସେ ଅଳ୍ପ ବହୁତ କବିତା ଲେଖନ୍ତି , ଏବେ ଏବେ ଏହି ବିଶ୍ଵ ମହାମାରୀ କରୋନା ପାଇଁ ଲକଡାଉନ ଓ ସର୍ଟ ଡ଼ାଉନରେ ସମୟ ପାଇ ଅନେକ କବିତା ଆଉ କିଛି ଗଳ୍ପ ରଚନା କରିଛନ୍ତି,କରି ଆସୁଛନ୍ତି କହିଲେ ଭୁଲ ହେବ ନାହିଁ।


କିଛି କିଛି ଲେଖାକୁ ଫେସ୍ ବୁକରେ ପୋଷ୍ଟ କରି ସାଙ୍ଗ ସାଥୀ,ଲୋକଙ୍କର ଉତ୍ସାହ ମନ୍ତବ୍ୟ ପାଇ ଖୁସି ହୁଅନ୍ତି ମଧ୍ୟ।ଅଧିକରୁ ଅଧିକ ଲେଖିବା ପାଇଁ ମନରେ ଦୃଢ଼ ଭାବନା ଜାତ ହୁଏ ତାଙ୍କର ତାଙ୍କ ଆତ୍ମୀୟ ଲୋକମାନଙ୍କ ଠାରୁ ତଥା ବିଭିନ୍ନ ପାଠକ ମହଲ ରୁ ମିଳୁଥିବା ଅଜସ୍ର ପ୍ରେରଣା ପାଇଁ। ବିଶେଷ କରି ସେ ତାଙ୍କର ପ୍ରଥମ ଗଳ୍ପ ‘ ପାଠୁଆ ଭାଇ ହରି ‘ ଯାହାକି ବନାନୀ ପତ୍ରିକା ରେ ପ୍ରକାଶିତ ହୋଇଥିଲା।ଏହି ଗଳ୍ପଟି ତାଙ୍କର ନିଜ ରକ୍ତ ସମ୍ପର୍କୀୟ ପରିବାରର କାହାଣୀକୁ ନେଇ ଲେଖିଥିଲେ। କାରଣ ସେହି ପରିବାର ସହିତ ଲେଖଙ୍କର ପିଲାବେଳର ଜୀବନ ଅଙ୍ଗାଙ୍ଗିଭାବେ ଜଡ଼ିତ ଥିଲା।ପରବର୍ତ୍ତୀ ସମୟରେ ସେହି ପରିବାର ଦୁଃଖ ,ଦୁର୍ଦ୍ଦଶାର ଚିତ୍ର ତାଙ୍କ ମନରେ ବାରମ୍ବାର ପ୍ରତିଧ୍ଵନିତ ହେଉଥିଲା।ଯାହା କି ସେ ଗଳ୍ପରେ ଉପସ୍ଥାପିତ କରିଥିଲେ।
ଯଦି ତାହାଙ୍କୁ କେହି ପଚାରନ୍ତି ତୁମେ କାହିଁକି ଲେଖିବାକୁ ଭଲ ପାଅ ? ତାହା ହେଲେ ନିଶ୍ଚିତ ଏତିକି ସେ କୁହନ୍ତି ଜଣେ ସାମାଜିକ ପ୍ରାଣୀ ସମାଜରେ ସେ ଯାହା ଦେଖନ୍ତି କିମ୍ବା ଅଙ୍ଗେ ନିଭାନ୍ତି ତାହାକୁ ସେ କଲମ ମୁନରେ ପ୍ରକାଶିତ କରିବାକୁ ଚେଷ୍ଟା କରନ୍ତି।
ସମାଜର ଦୁଃଖ ଦୁର୍ଦ୍ଦଶା,ଅତ୍ୟାଚାର,ଅନୀତି,ଶୋଷଣ ଆଦିକୁ ଦେଖିଲେ ତାଙ୍କ ଅନ୍ତର ଆତ୍ମାରେ ଏକ ପ୍ରକାର ‘ ‘କୋହ ‘ ଜାତ ହୁଏ । ସେହି କୋହ ନା ତାଙ୍କରି ଆଖିରେ ନିଦ ଆଣିଦିଏ , ନା ଶୋଆଇ ଦିଏ ,ନା ଶାନ୍ତିରେ ବଞ୍ଚିବାକୁ ଦିଏ ? ବିଦ୍ରୋହ ମନ ବ୍ୟତିବ୍ୟସ୍ତ କରେ, କଥା କହେ,ଶବ୍ଦ ସହ ଶବ୍ଦର ଲଢ଼ାଇ ତାଙ୍କୁ ହାତରେ କଲମ ଧରାଇ କିଛି ଆପଣାଞ୍ଛାଏ ଲେଖାଇ …..ଦିଏ।
ବିଶେଷ ଭାବେ କହିବା କୁ ଗଲେ ସେ ଜଣେ ସାହିତ୍ୟର ଛାତ୍ର, ସାହିତ୍ୟ ପ୍ରେମୀ, ସାହିତ୍ୟର ଶିକ୍ଷକ ଭାବେ ଯେତିକି ଲେଖିବାକୁ ପ୍ରେରିତ ହୁଅନ୍ତି ନାହିଁ ତା’ ଠାରୁ ଲୋକଙ୍କର ଓଡ଼ିଆ ଗୋଟେ ବିଷୟ,ଓଡ଼ିଆ ଗୋଟେ ପାଠ ଆଉ ଓଡ଼ିଆ ଶିକ୍ଷକ ଗୋଟେ ମାଷ୍ଟର କହିବା…… ତାଙ୍କରି ଭିତର ଅନ୍ତର ଆତ୍ମାକୁ ଢେର ବାଧେ……..ଢେର ପ୍ରେରଣା ଦିଏ………ଢେର ରାତି ରାତି ଉଜାଗର ରହି ଲେଖିବାର ବାଟ ବତାଏ……..ଆଗକୁ ଆଗକୁ ହାତ ଧରି ବାଟ ଚଳାଏ……..।
ଗୋଟିଏ କବି , ଗାଳ୍ପିକ,ପ୍ରାବନ୍ଧିକ ଏବଂ ସାହିତ୍ୟକ ହେବାର ନିଶା ଘାରେ କହିଲେ ଅତ୍ୟୁକ୍ତି ହେବ ନାହିଁ।

ସର୍ବ ଶେଷରେ ତାଙ୍କର ଚଲାପଥ ପୁଷ୍ପିତ ହେଉ ଏବଂ ଓଡ଼ିଆ ଭାଷା ସାହିତ୍ୟ ରେ ଏକ ମାଇଲ ଖୁଣ୍ଟ ହୋଇ ଆମ ସମସ୍ତଙ୍କୁ ପ୍ରେରଣା ବାଣ୍ଟନ୍ତୁ ,ଆମ୍ଭ ମାନଙ୍କୁ ସୁ ପରାମର୍ଶ ଓ ସୁ ମାର୍ଗ ସଂଦର୍ଶନ କରାନ୍ତୁ ଏହାହିଁ କାମନା। ଶେଷରେ ସଂସ୍କୃତ ର ଅମରବାଣୀ ତାଙ୍କ ଉଦ୍ଧେଶ୍ୟରେ କୁହାଯାଇପାରେ

“ରମ୍ୟାନ୍ତର କମଳିନୀ ହରିତୈ ସରୋଭିଃ
ଛାୟା ଦ୍ରମୈନୟମିତାର୍କ ମୟୁଖ ତାପଃ।
ଭୟାତ କୁ ଶେଶୟ ରଜୋ ମୃଦୁ ରେଣୁ ରସ୍ୟଃ
ଶାନ୍ତାନୁକୂଳ ପବନଶ୍ଚ ଶିବଶ୍ଚ ପନ୍ଥା।”

ଅର୍ଥାତ ଆପଣଙ୍କ ଚଲାପଥ କମଳ ଦଳ ଶିହରିତ ସରୋବର ଦ୍ୱାରା ମନୋହରୀ ହେଉ,ତରୁ ରାଜିରେ ନିବିଡ଼ ଛାୟା ରେ ସୁର୍ଯ୍ୟୋତାପ ସଂଯତ ହେଉ,ପଦ୍ମରାଗରେ ପଥ ର ସ୍ପର୍ଶ କୋମଳ ହେଉ,ଶାନ୍ତ ଆନୁକୂଲ୍ୟ ପବନରେ ପଥ ଶିବମୟ ହେଉ।

ସାରସ୍ୱତ ନିବାସର ଠିକଣା

ଜବାହାର ନବୋଦୟ ବିଦ୍ୟାଳୟ
ବେତଗୁଡା, ଜା ମ୍ମି, ପାରଳାଖେମୁଣ୍ଡି
ଗଜପତି, ଓଡିଶା
ପିନ-୭୬୧୨୦୧
ଭ୍ରାମ୍ୟଭାସ-୯୪୩୭୭୮୮୪୬୪
ମେଲ- ddbehera09@gmail.com

 1,025 total views,  1 views today