March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

Lect.Subash Chandra Sahu,Rayagada

Lect.Subash Chandra Sahu
Regional Director of Suryodaya Literary Foundation (SLF)
Rayagada -Zone, Odisha


ନାମ-ଅଧ୍ୟାପକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁ
ମାତା-ଜାଡ଼ି ସାହୁ
ପିତା-ଗୋବିନ୍ଦ ସାହୁ
ମହିସ୍ପର୍ଶ ତାରିଖ-୧୭.୧୨.୧୯୬୪
ଜନ୍ମ ସ୍ଥାନ-
ସାନଦେଓ ସାହି
ଗ୍ରା/ପୋ-ଚିକିଟୀପେଣ୍ଠ
ଜିଲ୍ଲା-ଗଞ୍ଜାମ(ଓଡିଶା)
ପିନ-୭୬୧୦୧୦
ଶିକ୍ଷାଗତ ଯୋଗ୍ୟତା-M. A, ସ୍ନାତକୋତ୍ତର ରାଜନୀତି ବିଜ୍ଞାନ(ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ),୧୯୯୯ ମସିହା ।
ବୃତ୍ତି-ଅଧ୍ୟାପନା(ଅଧ୍ୟାପକ)

ପ୍ରକାଶିତ ପୁସ୍ତକ

୧-ମାନବିକ ଅଧିକାର ଓ ପରିବେଶ ସଚେତନତା ସୃଷ୍ଟି( ପ୍ରକାଶିତ)
୨-ଆସ ଈଶ୍ୱର ଙ୍କୁପଚାରିବା (ପ୍ରକାଶନ ଅପେକ୍ଷାରେ,ବନଫୁଲ ପ୍ରକାଶନ),
୩-ମୋ ଅନୁଭୂତିର ରାୟଗଡା(ଅପ୍ରକାଶିତ)

ସମ୍ମାନ ସ୍ୱୀକୃତି
——————

         

୧.ସାଥି ଓଡିଶା ସାରସ୍ୱତ ସମ୍ମାନ,୨୦୦୬

 ୨.ଓଡିଶା ସିଟିଜେନ ଓ ସାଂସ୍କୃତିକ ସମ୍ମାନ,୨୦୦୬

୩.ଶ୍ରୀ ଜଗନ୍ନାଥ ସାହିତ୍ୟ ଓ ଚେତନା ସମ୍ମାନ,୨୦୦୭
୪.ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମାନ,୨୦୦୭
୫.ମଣିଭଦ୍ରା ସାହିତ୍ୟ ସମ୍ମାନ-୨୦୦୭
୬.ପ୍ରଜ୍ଞାଶ୍ରୀ ନୀଳାଚଳ ସମ୍ମାନ,ପୁରୀ, ୨୦୦୮
୭.ନେତାଜୀ ସୁଭାଷ ବୋଷ ରାଷ୍ଟ୍ରୀୟ
ଶିକ୍ଷକ ସମ୍ମାନ-୨୦୧୨
୮.ବନଜୋସ୍ନା ସାହିତ୍ୟ ସମ୍ମାନ,ଫୁଲବାଣୀ ୨୦୧୭
୯.ମହାନଗର ସାହିତ୍ୟ ସମ୍ମାନ, ବ୍ରହ୍ମପୁର- ୨୦୨୦
୧୦.ନିଶିଗନ୍ଧା ସାହିତ୍ୟ ସମ୍ମାନ, ଭୁବନେଶ୍ୱର୨୦୨୦
(ଅନ୍ୟାନ୍ୟ ଆହୁରି କିଛି)

ମୁଖ୍ୟ ଧାରା-କବିତା,ଗଳ୍ପ,ଫିଚର

ସାହିତ୍ୟ କୃତି ଓ ଅନ୍ୟାନ୍ୟ କୃତିତ୍ବ
************************

ସୁବାସ ଚନ୍ଦ୍ର ସାହୁ ଜଣେ ଅଧ୍ୟାପକ କିନ୍ତୁ ନିଶା ତାଙ୍କର ସାହିତ୍ୟ ସାଧନା,ଯେତେବେଳେ ସେ ସପ୍ତମ ଶ୍ରେଣୀ ରେ ପଢୁଥିଲେ,ସେତେବେଳ’ଠୁ ହିଁ ତାଙ୍କର ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା,”ରାଷ୍ଟ୍ରଦୀପ”ପତ୍ରିକାର କିଶଳିୟ ବିଭାଗରେ ସେ ଜଣେ ସଭ୍ୟ ଥିଲେ,କଲେଜ ଜୀବନ ଓ ବିଶ୍ୱବିଦ୍ୟାଳୟ ଜୀବନରେ ଅନେକ ସାହିତ୍ୟ ସଂସ୍ଥା ସହ ଜଡିତ ହେଲେ ।ତାଙ୍କ କବିତା ଗୁଡିକ ଧୀରେ ଧୀରେ ଜନାଦୃତ ହେବାକୁ ଲାଗିଲା ।ତାଙ୍କ ଲେଖା ଗୁଡିକ ଓଡ଼ିଶାର ବିଭନ୍ନ ଖବର କାଗଜ ରେ ବିଭିନ୍ନ ସମୟରେ ପ୍ରକାଶିତ ।ଏପରିକି ବିଭିନ୍ନ ମାଗଜିନ ପାଇଁ ମଧ୍ୟ ସେ କବିତା ଲେଖନ୍ତି ।ଅଧୁନା ବିଭିନ୍ନ ସାହିତ୍ୟ ପତ୍ରିକାର ସମ୍ପାଦନା ମଣ୍ଡଳୀ ସଭ୍ୟ ଅଛନ୍ତି ଏବଂ ଅନେକ ସାହିତ୍ୟ ସଂସ୍ଥା ସହ ସେ ଜଡିତ ।ଯେଉଁ ପୁସ୍ତକ ଗୁଡିକୁ ସେ ରଚନା କରିଛନ୍ତି ସେଥିରୁ କିଛି ପ୍ରକାଶିତ ଏବଂ ଅନେକ କିଛି ଅର୍ଥାଭାବରୁ ଅପ୍ରକାଶିତ ହୋଇ ରହିଛି ।ଅନେକ ସାହିତ୍ୟ ଅନୁଷ୍ଠାନରୁ ସେ ସମ୍ବର୍ଦ୍ଧିତ ଏବଂ ସଂମ୍ମାନିତ ମଧ୍ୟ ବିଭିନ୍ନ ସମୟରେ ହୋଉଛନ୍ତି ।
୧୯୯୨ ମସିହାରେ ଅଧ୍ୟାପକ ଭାବେ ନିଯୁକ୍ତି ହୋଇଛନ୍ତି ଓଡ଼ିଶାର ଅନୁନ୍ନତ ଜିଲ୍ଲା ରାୟଗଡା ର ପଦ୍ମପୁରସ୍ଥ ଆର.ଜି.ମହାବିଦ୍ୟାଳୟରେ ।ଅଧୁନା ସେ କାର୍ଯ୍ୟରତ ।ଛାତ୍ର ଛାତ୍ରୀମାନଙ୍କ ସେ ହେଉଛନ୍ତି ପ୍ରିୟ ଅଧ୍ୟାପକ,ତାଙ୍କର ସରଳ,ନିଷ୍କପଟ ଗୁଣ ହିଁ ତାଙ୍କୁ ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରିୟ କରିପାରିଛି ।ଦୀର୍ଘ ୨୯ ବର୍ଷର କୋଠର ପରିଶ୍ରମ ଓ ଶିକ୍ଷାଦାନ ତାଙ୍କୁ ସଫଳତାର ଶ୍ରେଷ୍ଟ ସ୍ଥାନରେ ପହଞ୍ଚାଇ ଦେଇଛି ।
ଅବିକଳ ଜୀବନକୁ ଓ ଉପସ୍ଥିତ ଦୁନିଆ କୁ ଯେମିତି ଦେଖିଛନ୍ତି ଆଉ ମଜ୍ଜିଛନ୍ତି, ଅବିକଳ ସେମିତି କୌଣସି ଫନ୍ଦି ଫିକର ନକରି କାହାଣୀ କହିଲା ପରିକା ବଖାଣିଛନ୍ତି ଗଳ୍ପର କଥା ଭୂମିର କବିତା ର ପୃଷ୍ଠ ଦେଶରେ। ସେ ଭାରି ସହଜ ସ୍ୱଚ୍ଛନ୍ଦ ଓ ସାବଲୀଳ ,ତାଙ୍କ ଭାଷାର କାରିଗରୀ ଯାହା ସାଧାରଣ ପାଠକ ପାଇଁ ବିଲକୁଲ ଅବୁଝା ନୁହେଁ। ପ୍ରାଣକୁ ଛୁଇଁ ଯିବାରେ, ମନକୁ ଉଲ୍ଲସିତ କରିଦେବାର ସାମର୍ଥ୍ୟ ରଖେ ତାଙ୍କ ଦ୍ୱାରା ରଚିତ ପ୍ରତ୍ୟେକ ଟି କବିତା।
ଜଣେ ପ୍ରତ୍ୟକ୍ଷଦର୍ଶୀ ହିସାବରେ କଥାଶିଳ୍ପୀ ଅନୁଶୀଳନ କରିନ୍ତି ସାମ୍ପ୍ରତିକ ସମାଜର ଘଟଣା ବଳିକୁ ଓ ସେହିସବୁ ନିଖୁଣ ଚିତ୍ରକୁ ତୋଳିଧରିବାର ପ୍ରୟାସ କରନ୍ତି ତାଙ୍କ ସୃଜନୀ ସମ୍ଭାରରେ।ସେଥିପାଇଁ ତାଙ୍କର ପ୍ରତ୍ୟେକ ଗଳ୍ପ ଏବଂ କାବ୍ୟସମ୍ଭାର ଗୁଡିକ ପାଲଟି ଯାଇଛି ଜୀବନର ଜଳଛବି ଓ ମଣିଷ ପାଇଁ ଏକ ସାରସ୍ୱତ ଚେତାବନୀ। ଆତ୍ମଘାତୀ, ଯେଉଁ ଜୀବନ ପଥରେ ପାଦ ଦେଇଛି ସୁବିଧା ବାଦୀ ମଣିଷ,ସେହି ଅଧୋଗତିର ରାସ୍ତାରୁ ପଛକୁ ଫେରିଯିବା ପାଇଁ ହୁଏତ ଆହ୍ୱାନ ରହିଛି ତାଙ୍କର ପ୍ରତିଟି ଲେଖାରେ। ମୂଲ୍ୟବୋଧ ଓ ପ୍ରାଚୀନ ଭାରତୀୟ ସାଂସ୍କୃତିକ ଚେତନା ର ପୁନଃ ପ୍ରତିଷ୍ଠା ପାଇଁ ଭରି ରହିଛି ଅନନ୍ତ ବ୍ୟାକୁଳତା, ଯାହା ତାଙ୍କ ମାନବୀୟ ସମ୍ବେଦନାର ଆବେଗିକ ବ୍ୟଥାକୁ ହିଁ ଏକ ସୁବିନ୍ୟସ୍ତ ସୃଜନୀ ସମ୍ଭାର ର କଳାପାଟବତା ଭିତରେ ଉତ୍କୀର୍ଣ୍ଣ କରିଛନ୍ତି ଅଧ୍ୟାପକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁ।

ସର୍ବ ଶେଷରେ ତାଙ୍କର ଚଲାପଥ ପୁଷ୍ପିତ ହେଉ ଏବଂ ଓଡ଼ିଆ ଭାଷା ସାହିତ୍ୟ ରେ ଏକ ମାଇଲ ଖୁଣ୍ଟ ହୋଇ ଆମ ସମସ୍ତଙ୍କୁ ପ୍ରେରଣା ବାଣ୍ଟନ୍ତୁ ,ଆମ୍ଭ ମାନଙ୍କୁ ସୁ ପରାମର୍ଶ ଓ ସୁ ମାର୍ଗ ସଂଦର୍ଶନ କରାନ୍ତୁ ଏହାହିଁ କାମନା। ଶେଷରେ ସଂସ୍କୃତ ର ଅମରବାଣୀ ତାଙ୍କ ଉଦ୍ଧେଶ୍ୟରେ କୁହାଯାଇପାରେ

“ରମ୍ୟାନ୍ତର କମଳିନୀ ହରିତୈ ସରୋଭିଃ
ଛାୟା ଦ୍ରମୈନୟମିତାର୍କ ମୟୁଖ ତାପଃ।
ଭୟାତ କୁ ଶେଶୟ ରଜୋ ମୃଦୁ ରେଣୁ ରସ୍ୟଃ
ଶାନ୍ତାନୁକୂଳ ପବନଶ୍ଚ ଶିବଶ୍ଚ ପନ୍ଥା।

ଅର୍ଥାତ ଆପଣଙ୍କ ଚଲାପଥ କମଳ ଦଳ ଶିହରିତ ସରୋବର ଦ୍ୱାରା ମନୋହରୀ ହେଉ,ତରୁ ରାଜିରେ ନିବିଡ଼ ଛାୟା ରେ ସୁର୍ଯ୍ୟୋତାପ ସଂଯତ ହେଉ,ପଦ୍ମରାଗରେ ପଥ ର ସ୍ପର୍ଶ କୋମଳ ହେଉ,ଶାନ୍ତ ଆନୁକୂଲ୍ୟ ପବନରେ ପଥ ଶିବମୟ ହେଉ।


ସାରସ୍ୱତ ନିବାସ ର ସ୍ଥାୟୀ ଠିକଣା/ଯୋଗାଯୋଗ ର ମାଧ୍ୟମ।

ନେତାଜୀ ନଗର, ତ୍ରିବେଣୀ କଲେଜ ପାଖ,ପଦ୍ମପୁର
ରାୟଗଡ଼ା, ଓଡ଼ିଶା
ଯୋଗାଯୋଗ- +91 94377 71099

 546 total views,  1 views today