March 25, 2023
11 11 11 AM
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
Latest Post
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା

Bibekananda  Patnaik Regional Director and Advisor of Suryodaya Literary Foundation (SLF.) (Nabarangapura _ Zone, Odisha)

Bibekananda  Patnaik
Regional Director and Advisor of Suryodaya Literary Foundation (SLF.)
(Nabarangapura _ Zone, Odisha)

ନାମ- ଶ୍ରୀଯୁକ୍ତ ବିବେକାନନ୍ଦ ପଟ୍ଟନାୟକ
  ପିତାଙ୍କ ନାମ- `୰ରାମଦାସ ପଟ୍ଟନାୟକ
  ମାତାଙ୍କ ନାମ- ୰ ସୁଶୀଳା ଦେବୀ ପଟ୍ଟନାୟକ
  ମହୀ ସ୍ପର୍ଶ ତାରିଖ- ୦୫- ୦୧-୧୯୭୧
  ଶିକ୍ଷାଗତ ଯୋଗ୍ୟତା — ସ୍ନାତକ, (Certified Teacher Training)
  ବୃତ୍ତି-ଶିକ୍ଷକତା
ପ୍ରବୃତ୍ତି- ସମାଜ ସହିତ ଯୋଡି ହୋଇ ରହିବା ତଥା ଆମ ସଂସ୍କୃତିର ପୁନରୁଥ୍ଥାନ ପାଇଁ କିଛି କରିବା

ଅନ୍ୟାନ୍ୟ ଯୋଗ୍ୟତାଆକାଶବାଣୀ ର ସ୍ୱୀକୃତି ପ୍ରାପ୍ତ କଳାକାର, ETV ଓଡ଼ିଆ “ଭୂମିକା”  ଧାରାବାହିକ ଓ ଚଳଚ୍ଚିତ୍ର “ମା ତୁ ଦେଖୁଥା” ରେ ଅଭିନୟ କରି ବହୁ ପ୍ରସଂଶା ଗୋଟାଇଛନ୍ତି।
ପ୍ରକାଶିତ ପୁସ୍ତକ/ପତ୍ରିକା
1- ରଜନୀଗନ୍ଧା
2- ତମସା
3- ପ୍ରତିଶ୍ରୁତି
4- ପ୍ରସଂଶା

ସମ୍ମାନ/ସମ୍ବର୍ଦ୍ଧନା

1- ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼ ଭୁବନେଶ୍ୱର ରୁ କଥା ପତ୍ରିକା ତରଫରୁ “ନବ ପ୍ରତିଭା ସମ୍ମାନ”
2- ପାରାଦ୍ୱୀପ ରୁ ବାଲିଯାତ୍ରା ସମ୍ମାନ
3- ଭାରତ ସରକାରଙ୍କ ମାନବ ସମ୍ବଳ ମନ୍ତ୍ରାଳୟ ତରଫରୁ କବିତା ଲିଖନ ଓ ପ୍ରଶିକ୍ଷଣ ସମ୍ମାନ ଏବଂ ସ୍ୱତନ୍ତ୍ର ତାଲିମ।
4- ଓଡିଶା କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ “କବି ପ୍ରତିଭା ସମ୍ମାନ”

ଏହା ବ୍ୟତୀତ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି।

ସକ୍ରିୟ ସଦସ୍ୟ ରୂପେ କାର୍ଯ୍ୟରତ ଅନୁଷ୍ଠାନ ର ନାମ ଏବଂ ନିଜର ପଦବୀ
1- ମୁଖ୍ୟ ସମ୍ପାଦକ , ନୀଳ ଅକାଶ ସାହିତ୍ୟ  ଓ ସାଂସ୍କୃତିକ ଅନୁଷ୍ଠାନ, ପାଠାଗାର ପ୍ରତିଭା ବିକାଶ କେନ୍ଦ୍ର,
ଉମରକୋଟ, ନବରଙ୍ଗପୁର
2- Regional Director and Advisor of Suryodaya Literary Foundation (SLF.)
(Nabarangapura _ Zone, Odisha)

ଚାଲନ୍ତୁ ଜାଣିବା ତାଙ୍କ ବ୍ୟକ୍ତିବାଦୀ ଜୀବନ ସମ୍ବନ୍ଧରେ

ବ୍ୟକ୍ତିଗତ ସ୍ୱାର୍ଥ ଓ ପ୍ରଲୋଭନ ରେ କେବେ କର୍ତ୍ତବ୍ୟଚ୍ୟୁତ ହୋଇନଥିବା ଜଣେ କର୍ତବ୍ୟନିଷ୍ଠ, ଶାନ୍ତ ସରଳ, ନିଷ୍କପଟ ଧର୍ମପରାୟଣ ବ୍ୟକ୍ତିତ୍ୱ ହେଉଛନ୍ତି ଶ୍ରୀଯୁକ୍ତ  ବିବେକାନନ୍ଦ ପଟ୍ଟନାୟକ। ସେ ଜଣେ ପ୍ରବୀଣ ଶିକ୍ଷାନୁରାଗୀ, ଛାତ୍ରବତ୍ସଳ, ମିଷ୍ଟଭାଷୀ, ମେଳାପୀ ତଥା ଅହିଂସା ଆଦର୍ଶାନୁପ୍ରାଣୀତ ବ୍ୟକ୍ତିତ୍ୱ।

ସାହିତ୍ୟର ରୂପ ରୀତି ପ୍ରସଙ୍ଗ ଚେତନା ର ଶବ୍ଦଲିପି ରେ ଆଧୁନିକତାର ଆକାଂକ୍ଷା ଭରିଦେଇ , ସମକାଳୀନ ସାହିତ୍ୟର  ଚେତନା ପ୍ରଦୀପ୍ତ  ସାରସ୍ବତୀୟତା ଓ ମୁଖ ବନ୍ଧର ଆକାଶର ଭୁରୁ ଭୁରୁ ବାସ୍ନାକୁ ନେଇ  କାହାକୁ “ପ୍ରତିଶ୍ରୁତି” ଦେଇ ଘୋର “ତମସା” ରେ “ରଜନିଗନ୍ଧା ” ସଦୃଶ ନିଜର ଚମତ୍କାର ଗୁଣ ପାଇଁ ସମସ୍ତଙ୍କର “ପ୍ରସଂଶା” ର ପାତ୍ର ହୋଇପାରନ୍ତି ସେ।

ଓଡ଼ିଆ କେନ୍ଦ୍ର ସାହିତ୍ୟ ଏକାଡେମୀ, ଭାରତୀୟ ମାନବ ସମ୍ବଳ ମନ୍ତ୍ରାଳୟ, ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼, କଥା ପତ୍ରିକା ଭଳି ବିଭିନ୍ନ ସାରସ୍ୱତ ତଥା ସାଂସ୍କୃତିକ ଅନୁଷ୍ଠାନ ରୁ ଅନେକ ସମ୍ବର୍ଦ୍ଧନା ,ସମ୍ମାନ ତଥା ଉପାଧିରେ ବିଭୂଷିତ ହୋଇ ତାଙ୍କର ଜ୍ଞାନଲୋକର ଔଜଲ୍ୟରେ ସ୍ମୃତିରେ ସ୍ମୃତିରେ ବସନ୍ତ ଓ ଶୋଭାରେ ଶୋଭାରେ ଶରତ ଯାଏଁ ପରିବ୍ୟାପ୍ତ ହୋଇପାରିଛନ୍ତି ସେ।

ଓଡ଼ିଆ ଶବ୍ଦ ସମୁଦ୍ର ମନ୍ଥନରେ ଆତ୍ମସନ୍ତୋଷ ଲାଭ କରୁଥିବା କଳାର କୁହୁକ ରେ ଦର୍ଶକ ସମାଜର ଦୃଷ୍ଟି ଆକର୍ଷଣ କରୁଥିବା ସେ ଜଣେ ପ୍ରଜ୍ଞାଶୀଳ ନାଟ୍ୟକାର ଅଟନ୍ତି।

ତାଙ୍କ ଭଳି ଜଣେ ସଂଗଠନ ପ୍ରେମୀ ସାଧକ ଉଚ୍ଚ-ଅଭିଳାଷ-ସମ୍ପର୍ଣ୍ଣ ବ୍ୟକ୍ତିତ୍ୱର ମଣିଷ ପ୍ରାୟେ ବିରଳ। ନିଜର ଅସାଧାରଣ ଜୀବନଧାରା ମଧ୍ୟରେ ନିଜର ବାହାପିଟି ପ୍ରଜ୍ଞାବଳରେ “ନୀଳ ଆକାଶ ସାଂସ୍କୃତିକ ସଙ୍ଗଠନ” ଗଢି ଅନେକ ପ୍ରତିଭାଧର ସୃଷ୍ଟି କରିଛନ୍ତି ସେ।

ମା ବିପଞ୍ଚୀବାଦିନୀ ଙ୍କ ର ଜଣେ ଶ୍ରଦ୍ଧାଳୁ ଉପାସକ ଭାବେ ସେ ବେଳବିଶେଷରେ ନିଜ ହୃଦୟରେ ଅନୁଭବ କରନ୍ତି ପ୍ରକୃତିର ସୌନ୍ଦର୍ଯ୍ୟ, ମର୍ମ ଯନ୍ତ୍ରର ତନ୍ତ୍ରେ ତନ୍ତ୍ରେ ସୃଷ୍ଟି କରନ୍ତି ତଦୀୟ କାବ୍ୟ-କବିତା-କଥା-ପ୍ରବନ୍ଧ-ନାଟକ ଆଦି ବିବିଧ ରଚନା। କର୍ମ ମୟ ଜୀବନର ପ୍ରତିଟି ମୁହୂର୍ତ୍ତକୁ ସେ ଛାତ୍ରଛାତ୍ରୀ ମାନଙ୍କର ପ୍ରଗତି ନିମନ୍ତେ ବାଢ଼ିଥାନ୍ତି ଅସଂଖ୍ୟ ଆକାଂକ୍ଷା ଓ କର୍ମ ତତ୍ପରତା ର ବିଶାଳ ପୋଥି।

ସର୍ବ ଶେଷରେ ତାଙ୍କର ଚଲାପଥ ପୁଷ୍ପିତ ହେଉ ଏବଂ ଓଡ଼ିଆ ଭାଷା ସାହିତ୍ୟ ରେ ଏକ ମାଇଲ ଖୁଣ୍ଟ ହୋଇ ଆମ ସମସ୍ତଙ୍କୁ ପ୍ରେରଣା ବାଣ୍ଟନ୍ତୁ ,ଯୁବ ପ୍ରତିଭା ମାନଙ୍କୁ ସୁ ପରାମର୍ଶ ଓ ସୁ ମାର୍ଗ ସଂଦର୍ଶନ କରାନ୍ତୁ ଏହାହିଁ କାମନା। ଶେଷରେ ସଂସ୍କୃତ ର ଅମରବାଣୀ ତାଙ୍କ ଉଦ୍ଧେଶ୍ୟରେ କୁହାଯାଇପାରେ

“ରମ୍ୟାନ୍ତର କମଳିନୀ ହରିତୈ ସରୋଭିଃ
ଛାୟା ଦ୍ରମୈନୟମିତାର୍କ ମୟୁଖ ତାପଃ।
ଭୟାତ କୁ ଶେଶୟ ରଜୋ ମୃଦୁ ରେଣୁ ରସ୍ୟଃ
ଶାନ୍ତାନୁକୂଳ ପବନଶ୍ଚ ଶିବଶ୍ଚ ପନ୍ଥା।”

ଅର୍ଥାତ ତାଙ୍କ ଚଲାପଥ କମଳ ଦଳ ଶିହରିତ ସରୋବର ଦ୍ୱାରା ମନୋହରୀ ହେଉ,ତରୁ ରାଜିରେ ନିବିଡ଼ ଛାୟା ରେ ସୂର୍ଯ୍ୟୋତାପ ସଂଯତ ହେଉ,ପଦ୍ମରାଗରେ ପଥ ର ସ୍ପର୍ଶ କୋମଳ ହେଉ,ଶାନ୍ତ ଆନୁକୂଲ୍ୟ ପବନରେ ପଥ ଶିବମୟ ହେଉ।

 364 total views,  1 views today