ସେଇମିତି ଅଛି
ସେଦିନ ଆଉ ଆଜି ଭିତରେ
ବାସ୍ ଟିକିଏ ଫରକ ଅଛି
ସେଦିନ ତୁମେ ପାଖରେ ଥିଲ
ଆଜି ତୁମ ସ୍ମୃତିରେ ବଞ୍ଚିଛି।।
ଅଦିନିଆ ଝଡ଼ତୋଫାନ ପରେ
କଳାହାଣ୍ଡିଆ ମେଘଖଣ୍ଡ ଦିଶୁଛି
ଏବେ ବି ସେ କଳା ଆକାଶରେ
ତୁମକୁ ମୁଁ ଖୋଜିଚାଲିଛି।।
ଅଷଢାଏ ବରଷାର ଛିଟାରେ
ମୁଁ ଏକାଏକା ଏମିତି ଭିଜୁଛି
ଆମ ପାଦ ଚିହ୍ନ ଲିଭେଇଦେଇ
ରାସ୍ତାଟା ବି ଓଦା ହେଇଛି।।
ତୁମେ ଓଠଖୋଲି ବେଶ୍ ହସୁଛ
ମୋ ଆଖି ଦୁଇଟା ଖାଲି କାନ୍ଦୁଛି
ସହରିଆ ଜୀବନ ତୁମେ ଜିଉଁଛ
ମୁଁ ମୋ ଗଳି ରାସ୍ତାକୁ ଭଲପାଉଛି।।
ତୁମେ ଟିକିଏ ବଦଳି ଯାଇଛ
ମୁଁ ତୁମ ଅପେକ୍ଷାରେ ବଞ୍ଚିଛି
ତୁମ ପାଦ ଆଉ ପଡିନି ସତ
ସେ ରାସ୍ତା ସେଇମିତି ଅଛି।।
ପୂଜାରାଣୀ ନାୟକ, ଯାଜପୁର