March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଅସହାୟତା–ବନସ୍ମିତା ପଣ୍ଡା*

ଅସହାୟତା
=========
ରାତ୍ରିର ବହଳ ଅନ୍ଧାର
ମୁହଁ ଲୁଚାଏ ସେ ସୁକ୍ଷ୍ମ ଚାଦର ତଳେ
ଜହ୍ନ ଆଲୁଅକୁ ଖୁବ୍ ଡ଼ର ତାର
ଭୀଷଣ ଦରଜ ଦେହ
ପୁଳା ପୁଳା କଳା, ନାଲି, ନୀଳ ରକ୍ତାକ୍ତ ଚି଼ହ୍ନ
ପରିଚୟ ତାର ବିଶ୍ୱାସଭରା ଦାମ୍ପତ୍ୟର
ଦିନର ଦେବତାଟା ରାତିରେ କଳାଛାଇର
ଘନତା ସହ ପାଲଟେ ରାକ୍ଷସ
ବିବତ୍ସ କଠୋର ରୂପ ତାର
ନିବୁଜ କୋଠରୀ ଭିତରେ ତାର ସୀମିତ ସଂସାର
ପବନର ଗତିପଥ ସେ ମୋଡି ପାରେ
ଆଲୁଅର ତୀକ୍ଷ୍ଣତାକୁ ସୀମିତ କରିପାରେ
ଭୋକିଲା ପେଟର ଯନ୍ତ୍ରଣା ସେ ଚାପି ପାରେ
କୋଉଠୁ ଆଣିଲା ଏତେ ସାହସ?
ହଁ ସେଇ ବିଶ୍ୱାସଘାତକ ରୂପର ଘୃଣା ଠାରୁ
ଯାହା ଅଦିନିଆ ଶ୍ରାବଣ ନୁହେଁ
ଲେଖିଛି ନିଜେ ସେ ଏ ଅସହାୟତା
କାକୁତି କରେ
ମୀନତି କରେ ମୃତ୍ୟୁକୁ
ସେ କଣ ସହଜେ ଧରା ଦିଏ
ହସେ ଖୁବ୍ ଜୋରେ
ସମ୍ପୂର୍ଣ ଦୁନିଆ ସହ ମେଘନାଦର ହସ ସମାନ
ଆର ପଲକେ କାନ୍ଦେ କଳା ହାଣ୍ଡିଆ ମେଘ ସମାନ
ଏ କଣ…..?
ସେ କଣ ରାବଣ?
ନା କଦାଚିତ ନୁହେଁ……
ସେ ରାବଣ ମଧ୍ୟ୍ୟ କରେ ନାରୀ ସମ୍ମାନ
ତେବେ ଏ କିଏ…?
ହଁ ଏ ସେ ସାମାନ୍ୟ ଛାର ମନୁଷ୍ୟ
ଯା ଭିତରେ ମିଛ ଅହଂକାର, ଗର୍ବ କରେ ବାସ
ମୁଁ ଭିତରେ ତା ଦୁନିଆ
ପୌରଷତ୍ବର ମିଛ ମୁକୁଟ
ଯାହାର ସମ୍ପୂର୍ଣ ଅସ୍ତିତ୍ବର ଜନ୍ମ ନାରୀର ଦାନ
ସେ କହୁଛି ସେ ଦଉଛି ଦଣ୍ଡ
ନିର୍ଦ୍ଧାରିତ କରିଛି ଜନ୍ମ, ମୃତ୍ୟୁର ଖେଳ
ନିଶାସକ୍ତ ଜୀଵନ
ବିପଟି ନାରୀ ଆଜିର ଚରିତ୍ର
ଅସଂଖ୍ୟ ଅଗଣା ଭିତରେ ଲୁହ ଅନେକ ଲକ୍ଷ୍ମୀର
ବଜାର ଭିତରେ ଗଡୁଛି ଅନେକ ମକଦ୍ଦମା
କଣ ସତରେ ନ୍ୟାୟ ମିଳୁଛି
ନା ନା କିଏ କହିଲା
କାଲିତ ଦେଖିଥିଲି ନିକିତିରେ ତଉଲି
ବିକ୍ରି ହେଉ ଥିଲା ନ୍ୟାୟ
ପଚାରୁଥିଲେ ଅନେକ ଗ୍ରାହକ
ବୋଝେ ଦୁଃଖ
ଆଞ୍ଜୁଳା ଭର୍ତ୍ତି କରି କରି ଲୁହ ମୂଲ୍ୟ କେତେ?
ହସୁଥିଲା ସେ
ମୁଲଚାଲ ନାହିଁ ବାବୁ
କନ୍ୟା ଭୃଣ ଦିଅ
ଖୁସି ନିଅ
ପିଲାଦିନର ଗଣିତ ପାଠ
ନେଇକରି କଲି ହିସାବ
ଭୃଣ ବଢ଼ି ସୁଧ, ମୂଳ ହିସାବରେ କେତେ ବଢିଲା କେତେ ଉଣା
ତଥାପି ହିସାବ ଅଛିଣ୍ଡା
ରାସ୍ତାରେ ଜାତିଆ ଘର ବୋହୂ ରୂପାର କୋକେଇ
ସ୍ୱାମୀ ଠାରୁ ଘର ଲୋକଙ୍କ ଅଦେଖା ଖୁସି
ହିସାବ ଦେଉଥିଲା ମୋ ପରି
ଅପାଠୁଆଙ୍କ ଗଣିତର ଭାଗଶେଷ
ଦୂରରେ ପିଜୁଳି ଗଛର ଏକାନ୍ତରେ
ହାତରେ କାଇଁଚ, କଉଡ଼ି ଧରି
ହିସାବ କରୁଥିଲା ଜୀବନ
ଆଉ ଏକ ଗଣିତ
କୁନି ରୂପା ସହ l

========
ବନସ୍ମିତା ପଣ୍ଡା
ଯାଜପୁର, ଚଣ୍ଡିଖୋଲ

Loading

19 thoughts on “*ଅସହାୟତା–ବନସ୍ମିତା ପଣ୍ଡା*

  1. Hello there! I could have sworn I’ve been to this blog before but after looking at a few of the posts I realized it’s new to me. Anyhow, I’m certainly delighted I stumbled upon it and I’ll be book-marking it and checking back regularly.

  2. whoah this blog is wonderful i really like studying yourposts. Stay up the great work! You recognize, lots of persons arelooking round for this information, you can help them greatly.

  3. Hey There. I found your blog using msn. This is an extremely well written article. I?ll make sure to bookmark it and come back to read more of your useful information. Thanks for the post. I?ll definitely return.

Leave a Reply to see Cancel reply

Your email address will not be published. Required fields are marked *