*ଶରତ ସନ୍ଧ୍ୟାରେ*
ସବୁଜିମା ହୋଇ ହସେ ଧରାପୃଷ୍ଠ
ଶାରଦୀୟ ଆଗମନେ
କାଶତଣ୍ଡି ଖେଳେ ସମୀର ସ୍ପର୍ଶରେ
ନଈପଠା ଉପବନେ।।
ପାହାନ୍ତି ପ୍ରହର ହୀରକ କାକର
ଆହା କେଡେ ମନଲୋଭା
ଗୋଧୂଳିର ବେଳ ଶରତର ସନ୍ଧ୍ୟା
ବଢାଏ ଅପୂର୍ବ ଶୋଭା।।
ନିର୍ମଳ ଆକାଶେ ବଉଦ ସମ୍ଭାର
ରୂପ କମନୀୟ କାନ୍ତି
ମୁରୁକି ହସୁଛି କଇଁ ଫୁଲ ଦେଖି
ଆଶ୍ୱିନର ଜହ୍ନରାତି।।
ପଲ୍ଲୀଠୁ ସହର ଉତ୍ସବ ମୁଖର
ଆସିବେ ଜଗତମାତା
ଅସ୍ତମିତ ରବି ଲୋହିତ କିରଣ
ଦେଇଯାଏ ଶାନ୍ତି ବାର୍ତ୍ତା ।।
ଉଭା ହେବେ ଦେବୀ ଦୁର୍ଗତି ନାଶିନୀ
ଢ଼ାଳି ଦେବେ କୃପାବାରି
ଶରତ ସନ୍ଧ୍ୟାରେ ଶୋଭାମୟ ପୃଥ୍ବୀ
ଲାଗେ ସତେ ସ୍ୱର୍ଗପୁରୀ ।।
ମଞ୍ଜୁରାଣୀ ବେହେରା
Manju rani behera
Menda, Sonepur
683 total views, 1 views today
ଖୁବ୍ ସୁନ୍ଦର ହେଇଛି ମଞ୍ଜୁ ଦିଦି । ଅନେକ ଶୁଭେଚ୍ଛା
ସ୍ନେହାଶିଷ ସାନ ଭାଇ
❤️ ସୁନ୍ଦର୍ ଲାଗିଲା କବିତା
ଅଶେଷ ଧନ୍ୟବାଦ