ନିରବ ଭାବନା
ଶରତ ଚନ୍ଦ୍ର ପଣ୍ଡା, ଯାଜପୁର l
ଖିଆଲୀ ମନର କଳ୍ପନା ମାତର
କୃଷ୍ଣଚୁଡା ଝରା ଗୀତି,,
ସାତ ସାଗରର ନୀଳlଭ ଢେଉର
ଶାନ୍ତ କମନୀୟ ସ୍ମୃତି ll
ସେ ଝରାଶେଫାଳି ମହକ ରେ ବlଳୀ
ଦିଗହରା ବାସ ବାଆ,,
ଖୋଜେ… ସଞ୍ଜ ଫେରେ ରାତିର ଗର୍ଭରେ
ବଙ୍କା ଚନ୍ଦ୍ରମାରେ ଯାହା ll
ଝାଉଁବନ ତଳ ବୁଦ୍ ବୁଦ ଉତ୍ତାଳ
କ୍ଷଣେ ଅଛ ନାହଁ ପରେ,,
ସିକ୍ତ ବେଳା ବୁକେ ଖୋଜେ ଆଶା ଭୋକେ
ନପାଇ ଏ ମନ ଝୁରେ ll
ମେଘ ମହ୍ଲାରର ତାଳେ ଯେବେ ଭର
ଶ୍ରାବଣ ଗୁଙ୍ଗୁର ସ୍ୱରେ
ଏ ମନ ସପନ କାହାଣୀ ଗୋପନ
ଦୂର ବଂଶୀ ସ୍ୱନୁ ଝରେ ll
ଖିଆଲୀ ମନର କଳ୍ପନା ମୋହର
କବି ଲେଖନୀର କାବ୍ୟ,
ସାତ ସପନର ପାଟରାଣୀ ମୋର
ଖୋଜୁଛି ଆଜି ସୌଭାଗ୍ୟ ll
ଖୋଜୁଛି ସମୟ ନଦୀ ଧାରେ ମୋହ
ତୁମ ପ୍ରୀତି ପ୍ରଣୟକୁ,,
ନିରୁତା ପଣତ ଆଜି ବାନ୍ଧେ ସତ୍ୟ
ରଖେ ସାଇତି ଲୁହକୁ ll
କାରୁଣ୍ୟର ସ୍ୱର ଦିଗ୍ ବଳୟ ଦୂର
ଶୋଷି ନିଏ ଶୂନ୍ୟ ପଥେ,,
ସମର୍ପିତ ତଵ ସେ କଳା ବିଭବ
ମୃତବତ୍ ପ୍ରତେ ଏଥେ ll