September 24, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ଭିନ୍ନ ରୂପା–ପ୍ରିୟଦର୍ଶିନୀ ମହାପାତ୍ର*

ଭିନ୍ନ ରୂପା
*********

ସ୍ନେହଭରା ମୁଖେ ପ୍ରସ୍ଫୁଟିତ ହେଉ
ଦିବ୍ୟ ଆଲୋକର ଜ୍ୟୋତି,
ସଭିଙ୍କ ବାଟରେ ଜାଳିବି ଦୀପାଳି
ବୁଣିଦେବି ହୀରା ମୋତି ।

ନୟନଦ୍ୱୟରେ ଦୃଶ୍ୟମାନ ହେଉ
ଦୟାଭାବର ଚମକ,
ହସ୍ତଦ୍ବୟ ମୋର ହୋଇଯାଉ ପ୍ରଭୁ
ତ୍ୟାଗର ନବ ସଙ୍କେତ ।

ଅଧରେ ମୋହର ଭରୁଥିବି ହସ
ହସୁ ଝରୁଥିବ ମଣି,
ପୀୟୂଷର ଧାରା ଝରିଗଲା ପରି
ମୁଖରୁ ସ୍ଫୁରୁ ମୋ ବାଣୀ ।

ଶ୍ରଦ୍ଧାମୟ ସ୍ପର୍ଶେ ସବୁରି ହୃଦୟେ
ଢାଳିବି ରୂପା ଚାନ୍ଦିନୀ,
ସଭିଙ୍କ ଓଠରେ ଭରିଦେବି ହାସ୍ୟ
କହିଣ ମଧୁର ବାଣୀ ।

କୁସୁମ ପାଖୁଡ଼ା ପରି ହୃଦୟକୁ
କରିବି ମୁହିଁ କୋମଳ,
ଜଗତ ସେବାରେ ଜୀବର ହିତରେ
ଲାଗିଥିବି ଅବିରଳ ।

ଦୁଃଖୀର ନେତ୍ରରୁ ଅଶ୍ରୁବିନ୍ଦୁ ପୋଛି
କରିବି ଦୁଃଖ ହରଣ,
ତା ମନର ମରୁଭୂମିକୁ ବିନାଶି
ସୁଖ କରିବି ବର୍ଷଣ ।

ଯାହାର ଜୀବନ ନୀଳ ଅମ୍ବରକୁ
ବାଦଲ ଦେଇଛି ଢ଼ାଙ୍କି,
ବିଷାଦର ସେଇ ମେଘକୁ ହଟେଇ
ଚନ୍ଦ୍ରମା ଦେବି ମୁଁ ଆଙ୍କି ।

ସଭିଙ୍କ କୋଳେଇ ନେବି ମୁଁ ଆଦରେ
ନ କରିଣ ତିଳେ ଘୃଣା,
ଗୁରୁଙ୍କୁ ସମ୍ମାନ ମିତ୍ରଙ୍କୁ ମମତା
କରିବିନି କେବେ ଊଣା ।

ସତ୍ୟ, ନ୍ୟାୟ ପଥେ କର୍ତ୍ତବ୍ୟ ଆହ୍ୱାନେ
ଲକ୍ଷ୍ୟର ହାତକୁ ଧରି,
ଜାହ୍ନବୀର ଧାରା ବହିଯାଉ ମୋର
ହୃଦୟ ପ୍ଲାବିତ କରି ।

ମନ ମନ୍ଦିରେ ମୋ ବିଶ୍ୱାସର ଦୀପ
ଅହର୍ନିଶ ଜଳୁଥିବ,
ଚକ୍ଷୁ ଦ୍ବୟ ମୋର ସତ୍ୟ ଓ ଶାନ୍ତିର
ବାରତାକୁ ବାଣ୍ଟୁଥିବ ।

କ୍ଷମା ମନ୍ଦାକିନୀ ଧାରା ସାଜିବି ମୁଁ
ସାଜିବି ମୈତ୍ରୀର ଜ୍ୟୋତି,
ନିଃଶ୍ୱାସ ପ୍ରଶ୍ୱାସ ଚାଲୁଥିବା ଯାଏଁ
ବାଣ୍ଟୁଥିବି ସ୍ନେହ ପ୍ରୀତି ।

ଦୁଃଖର ଜ୍ୱାଳାକୁ ପ୍ରଶମିତ କରି
ସିଞ୍ଚିବି ଶୀତଳ ବାରି,
ସେ ମମତା ବାରି ମନକୁ କିଣିବ
ହୃଦ ମାଟି ଓଦା କରି ।

ତୁମ ଚରଣରେ ରହୁ ମୋର ମନ
କର୍ତ୍ତବ୍ୟରେ ରହୁ ମତି,
ସଭିଙ୍କର ଶୁଭ ମନାସି ମନାସି
ଏ ଜୀବନ ଯାଉ ବିତି ବିତି ।

ପ୍ରିୟଦର୍ଶିନୀ ମହାପାତ୍ର
ଗଞ୍ଜାମ, ଓଡ଼ିଶା

Loading

Leave a Reply

Your email address will not be published. Required fields are marked *